ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ। ଯାହା ପରେ ସେନା ଅଞ୍ଚଳରେ ରେସ୍କ୍ୟୁ ଅପରେଶନ ଚଳାଇଥିଲା। ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର କିଶ୍ଟୱାଡା ଗ୍ରାମ ପ୍ରତିରକ୍ଷା କମିଟିର ୨ ଜଣ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଉଭୟ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କିଶ୍ଟୱାଡା ଲୋକମାନେ ଅଧିକ ଅସନ୍ତୋଷ ଥିଲେ। ଲୋକମାନେ ରାଜରାସ୍ତାରେ ଆତଙ୍କବାଦୀଙ୍କ ବିରୋଧରେ କଠୋର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଏଭଳି […] The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ appeared first on Dharitri Odia News.

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ। ଯାହା ପରେ ସେନା ଅଞ୍ଚଳରେ ରେସ୍କ୍ୟୁ ଅପରେଶନ ଚଳାଇଥିଲା।

ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର କିଶ୍ଟୱାଡା ଗ୍ରାମ ପ୍ରତିରକ୍ଷା କମିଟିର ୨ ଜଣ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଉଭୟ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କିଶ୍ଟୱାଡା ଲୋକମାନେ ଅଧିକ ଅସନ୍ତୋଷ ଥିଲେ। ଲୋକମାନେ ରାଜରାସ୍ତାରେ ଆତଙ୍କବାଦୀଙ୍କ ବିରୋଧରେ କଠୋର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଏଭଳି ଏକ ବଡ଼ ଆତଙ୍କବାଦୀ ଘଟଣା ସାମ୍ନାକୁ ଆସିବା ପରେ ସେନା ଏହି ଅଞ୍ଚଳରେ ରେସ୍କ୍ୟୁ ଅପରେଶନ ଆରମ୍ଭ କରିଥିଲା। ସେନାର ପ୍ରତିଶୋଧରେ ଏପର୍ଯ୍ୟନ୍ତ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ appeared first on Dharitri Odia News.