ସୁରକ୍ଷାକର୍ମୀଙ୍କ ତଲାସୀ ଅଭିଯାନ ଜୋରଦାର: ୩୬ ଡିନୋନେଟର, ୩୩ ଜିଲୋଟିନ ଜବତ

ସୁବର୍ଣ୍ଣପୁର: ସୁରକ୍ଷାକର୍ମୀ ପକ୍ଷରୁ ବୌଦ୍ଧ ମନମୁଣ୍ଡା ଥାନା କାନାଗୁନ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ ତଥା ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଏହି ସର୍ଚ୍ଚ ଅପରେସନବେଳେ କାନାଗୁନ ଗାଁ ନିକଟ ଜଙ୍ଗଲ ନିକଟରୁ ସୁରକ୍ଷାକର୍ମୀମାନେ ୩୬ ଡିନୋନେଟର ଏବଂ ୩୩ ଜିଲୋଟିନ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହାବ୍ୟତୀତ ସୁରକ୍ଷାକର୍ମୀମାନେ ମାଓ ପୋଷାକ ସହ ଅନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ଜଙ୍ଗଲରେ ମାଓବାଦୀ ଲୁଚିଥିବା ଏବଂ ଚଳପ୍ରଚଳ କରୁଥିବା ଖବର […]

ସୁରକ୍ଷାକର୍ମୀଙ୍କ ତଲାସୀ ଅଭିଯାନ ଜୋରଦାର: ୩୬ ଡିନୋନେଟର, ୩୩ ଜିଲୋଟିନ ଜବତ

ସୁବର୍ଣ୍ଣପୁର: ସୁରକ୍ଷାକର୍ମୀ ପକ୍ଷରୁ ବୌଦ୍ଧ ମନମୁଣ୍ଡା ଥାନା କାନାଗୁନ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ ତଥା ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଏହି ସର୍ଚ୍ଚ ଅପରେସନବେଳେ କାନାଗୁନ ଗାଁ ନିକଟ ଜଙ୍ଗଲ ନିକଟରୁ ସୁରକ୍ଷାକର୍ମୀମାନେ ୩୬ ଡିନୋନେଟର ଏବଂ ୩୩ ଜିଲୋଟିନ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହାବ୍ୟତୀତ ସୁରକ୍ଷାକର୍ମୀମାନେ ମାଓ ପୋଷାକ ସହ ଅନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ଜଙ୍ଗଲରେ ମାଓବାଦୀ ଲୁଚିଥିବା ଏବଂ ଚଳପ୍ରଚଳ କରୁଥିବା ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛି।