ସୁରଙ୍କ ଘର ବାହୁଡ଼ା: ମୁଣ୍ଡିଆ ମାରିଲେ, କାନ୍ଦିଲେ
ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ସୁରେଶ ରାଉତରାୟ କଂଗ୍ରେସକୁ ଫେରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଗତ ନିର୍ବାଚନ ସମୟରେ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ନୂଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭାବେ ଭକ୍ତ ଚରଣ ଦାସ ଦାୟିତ୍ଵ ନେବା ପରେ ସମସ୍ତ ନିଲମ୍ବିତ କର୍ମୀ ଓ ନେତାଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରିଥିଲେ। ସୁରେଶ ରାଉତରାୟଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିଥିଲା। ଏହା ପରେ ସେ ଶନିବାର କଂଗ୍ରେସ ଭବନକୁ ଆସିଥିଲେ। […]

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ସୁରେଶ ରାଉତରାୟ କଂଗ୍ରେସକୁ ଫେରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଗତ ନିର୍ବାଚନ ସମୟରେ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ନୂଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭାବେ ଭକ୍ତ ଚରଣ ଦାସ ଦାୟିତ୍ଵ ନେବା ପରେ ସମସ୍ତ ନିଲମ୍ବିତ କର୍ମୀ ଓ ନେତାଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରିଥିଲେ। ସୁରେଶ ରାଉତରାୟଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିଥିଲା। ଏହା ପରେ ସେ ଶନିବାର କଂଗ୍ରେସ ଭବନକୁ ଆସିଥିଲେ। ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହିତ ସୁର କଂଗ୍ରେସ ଭବନରେ ପ୍ରବେଶ କରିଥିଲେ। ପ୍ରବେଶ ପୂର୍ବରୁ ସୁର ମୁଣ୍ଡିଆ ମାରିଥିଲେ। ଏପରି କି ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେବା ସମୟରେ ସୁର କାନ୍ଦି ପକାଇଥିଲେ। ନିଲମ୍ବନ ପ୍ରତ୍ୟାହାର ଲାଗି ସେ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସୁର କହିଛନ୍ତି, ୯ ମାସ ଧରି ସେ ବହୁ ଯନ୍ତ୍ରଣାରେ ଥିଲେ। ଆଜି ନିଜ ମନ୍ଦିରକୁ ଫେରିଛନ୍ତି। ସେଥିପାଇଁ ବହୁ ଖୁସି ଅଛନ୍ତି ବୋଲି ସୁର ଗଣମାଧ୍ୟମ ଆଗରେ କହିଥିଲେ। ଏହା ସହିତ ଆଗାମୀ ଦିନରେ ଆଉ କୌଣସି କନ୍ଦଳ ରହିବ ନାହିଁ ଏବଂ ସମସ୍ତେ ମିଳିମିଶି ସଂଗଠନ ପାଇଁ କାମ କରିବୁ ବୋଲି କହିଛନ୍ତି।