ସୁରେଶ ରାଉତରାୟ ପାଳିଲେ ପଖାଳ ଦିବସ: ବର୍ଷାରେ ବି ଖାଇଲେ

ଭୁବନେଶ୍ୱର,୨୦।୩: ଆଜି ବିଶ୍ୱ ପଖାଳ ଦିବସ । ଆଜିର ଦିନରେ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ ମଜା ନେବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ମାତ୍ର ଲାଗି ରହିଥିବା ବର୍ଷା ଲାଗି ପଖାଳ ଦିବସ ଫିକା ପଡ଼ିଛି। ଏହି ପାଗରେ ପଖାଳ ଖାଇବାକୁ ଅନେକ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ପଖାଳ ଦିବସକୁ ନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଏହି ପାଗରେ ମଧ୍ୟ ସେ ପଖାଳ ମଜା ନେବାକୁ […] The post ସୁରେଶ ରାଉତରାୟ ପାଳିଲେ ପଖାଳ ଦିବସ: ବର୍ଷାରେ ବି ଖାଇଲେ appeared first on Dharitri Odia News.

ସୁରେଶ ରାଉତରାୟ ପାଳିଲେ ପଖାଳ ଦିବସ: ବର୍ଷାରେ ବି ଖାଇଲେ

ଭୁବନେଶ୍ୱର,୨୦।୩: ଆଜି ବିଶ୍ୱ ପଖାଳ ଦିବସ । ଆଜିର ଦିନରେ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ ମଜା ନେବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ମାତ୍ର ଲାଗି ରହିଥିବା ବର୍ଷା ଲାଗି ପଖାଳ ଦିବସ ଫିକା ପଡ଼ିଛି। ଏହି ପାଗରେ ପଖାଳ ଖାଇବାକୁ ଅନେକ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ପଖାଳ ଦିବସକୁ ନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଏହି ପାଗରେ ମଧ୍ୟ ସେ ପଖାଳ ମଜା ନେବାକୁ ଭୁଲି ନାହାନ୍ତି। ଏହି ଅବସରରେ ପଖାଳ ସହ ମନଲୋଭା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ଆମିଷ, ନିରାମିଷ ସହ ଭଳି କି ଭଳି ଖାଦ୍ୟର ପସରା ଖୋଲିଛନ୍ତି ବିଧାୟକ ସୁର ରାଉତରାୟ । ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ଏକ ସ୍ବତନ୍ତ୍ର ସ୍ଥାନ । ଏହି ଖାଦ୍ୟକୁ ବିଶ୍ୱର କୋଣଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।

The post ସୁରେଶ ରାଉତରାୟ ପାଳିଲେ ପଖାଳ ଦିବସ: ବର୍ଷାରେ ବି ଖାଇଲେ appeared first on Dharitri Odia News.