ସୁଶାନ୍ତ ମହାପାତ୍ର ହେଲେ ବରଗଡ଼ ଜିଲା ବିଜେଡି ସଭାପତି
ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରଗଡ଼ର ଯୁବ ସଂଗଠକ ତଥା ବର୍ତ୍ତମାନର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର (ଜାପାନ )ଙ୍କ ନାମ ବରଗଡ଼ ଜିଲା ବିଜେଡି ସଭାପତିଭାବେ ଘୋଷଣା କରିଛନ୍ତି। ମହାପାତ୍ରଙ୍କ ନାମ ଘୋଷଣା ହେବା ପରେ ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସୁଶାନ୍ତ ସିଂ, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ପଦ୍ମପୁର ବିଧାୟିକା ବର୍ଷା […] The post ସୁଶାନ୍ତ ମହାପାତ୍ର ହେଲେ ବରଗଡ଼ ଜିଲା ବିଜେଡି ସଭାପତି appeared first on Dharitri Odia News.
ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରଗଡ଼ର ଯୁବ ସଂଗଠକ ତଥା ବର୍ତ୍ତମାନର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର (ଜାପାନ )ଙ୍କ ନାମ ବରଗଡ଼ ଜିଲା ବିଜେଡି ସଭାପତିଭାବେ ଘୋଷଣା କରିଛନ୍ତି। ମହାପାତ୍ରଙ୍କ ନାମ ଘୋଷଣା ହେବା ପରେ ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସୁଶାନ୍ତ ସିଂ, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ବରଗଡ଼ ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ନାଏକ ଓ ବିଜେଡି ଦଳର ବିଭିନ୍ନ ସଙ୍ଗଠନର ନେତୃ ମଣ୍ଡଳୀ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଶାନ୍ତଙ୍କ ଉପରେ ଦୃଢ଼ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ବରଗଡ଼ ଜିଲାର ସାଂଗଠନିକ ଦାୟିତ୍ୱ ପ୍ରଦାନ କରିଥିବାରୁ ଆଗାମୀ ଦିନରେ ବରଗଡ଼ ଜିଲାରେ ବିଜେଡି ଆହୁରି ସୁଦୃଢ଼ ଓ ଶକ୍ତିଶାଳୀ ହେବ ବୋଲି ପୂର୍ବତନ ବିଧାୟକ ଯୁବ ନେତା ଦେବେଶ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।
The post ସୁଶାନ୍ତ ମହାପାତ୍ର ହେଲେ ବରଗଡ଼ ଜିଲା ବିଜେଡି ସଭାପତି appeared first on Dharitri Odia News.