ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ

୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ ମଧ୍ୟରାତ୍ରରେ ସହରରେ ଏକ ରାସାୟନିକ କାରଖାନାରୁ ଅଚାନକ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ ଏକ ବିରାଟ ଦୁର୍ଘଟଣା ଘଟିଥିଲା। ସେହି କାଳରାତ୍ରିର କଥା ମନେ ପଡ଼ିଲେ ଏବେବି ଲୋମ ଟାଙ୍କୁରି ଉଠେ। ଏଥିରେ ସଙ୍ଗେସଙ୍ଗେ ୨୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ […] The post ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ appeared first on Dharitri Odia News.

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ

୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ ମଧ୍ୟରାତ୍ରରେ ସହରରେ ଏକ ରାସାୟନିକ କାରଖାନାରୁ ଅଚାନକ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ ଏକ ବିରାଟ ଦୁର୍ଘଟଣା ଘଟିଥିଲା। ସେହି କାଳରାତ୍ରିର କଥା ମନେ ପଡ଼ିଲେ ଏବେବି ଲୋମ ଟାଙ୍କୁରି ଉଠେ। ଏଥିରେ ସଙ୍ଗେସଙ୍ଗେ ୨୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲାବେଳେ ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ମୃତ୍ୟୁସଂଖ୍ୟା ୧୦,୦୦୦ରୁ ଊର୍ଦ୍ଧ୍ୱ ହୋଇଥିଲା। ଏହି ଗ୍ୟାସ୍‌ ପ୍ରଭାବରେ ହଜାର ହଜାର ପଶୁପକ୍ଷୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥିଲେ। ଏହା ବିଶ୍ୱର ସବୁଠାରୁ ଭୟାନକ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା। ସରକାର ଏହି ଘଟଣାକୁ ସ୍ମରଣୀୟ କରି ଶିଳ୍ପକ୍ଷେତ୍ରରେ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଡିସେମ୍ବର ୨ ତାରିଖକୁ ‘ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ’ ରୂପେ ପାଳନ କରୁଛନ୍ତି। ପରିବେଶ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା, ଲୋକ ଏବଂ ଶିଳ୍ପକୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ ପାଇଁ ଏହି ଦିନ ଉତ୍ସର୍ଗୀକୃତ।

ଭାରତରେ ପ୍ରତିବର୍ଷ ବାୟୁ ପ୍ରଦୂଷଣ ହେତୁ ପ୍ରାୟ ୭୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବାବେଳେ ଘର ଭିତରର ବାୟୁ ପ୍ରଦୂଷଣ ହେତୁ ୪୦ ଲକ୍ଷ ଲୋକ ପ୍ରାଣ ହରାନ୍ତି। କୁହାଯାଏ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଶୁଦ୍ଧ ବାୟୁ ପାଆନ୍ତି ନାହିଁ। ପ୍ରଦୂଷଣକାରୀ ଫୁସ୍‌ଫୁସ୍‌, ହାର୍ଟ ଏବଂ ମସ୍ତିଷ୍କକୁ କ୍ଷତି ପହଞ୍ଚାଇବା ପାଇଁ ଶ୍ୱାସକ୍ରିୟା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ପ୍ରତିବନ୍ଧକ ଦେଇ ଯିବା ପାଇଁ ଯଥେଷ୍ଟ।

ବିଶେଷକରି ପ୍ରଦୂଷଣକୁ ରୋକିବା ଏବଂ ପ୍ରକୃତିର ଅପବ୍ୟବହାର କିପରି କରାଯାଉଛି ସେ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଆଜି ଏହି ଦିବସ ପାଳନର ଉଦ୍ଦେଶ୍ୟ ଅଟେ।

The post ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ appeared first on Dharitri Odia News.