ସୂର୍ଯ୍ୟ-ଦୁବେଙ୍କ ଦମ୍ଦାର୍ ଇନିଂସ; ଆମେରିକାକୁ ୭ ୱିକେଟ୍ରେ ହରାଇଲା ଭାରତ
ଆମେରିକାକୁ ୭ ୱିକେଟ୍ରେ ହରାଇଲା ଭାରତ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି।
ଅର୍ଶଦୀପଙ୍କ ଘାତକ ବୋଲିଂ ଆଗରେ ମାଟି କାମୁଡ଼ି ପଡ଼ିଲା ଆମେରିକା । ଆମେରିକାକୁ ୭ ୱିକେଟ୍ରେ ହରାଇଲା ଭାରତ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଗ୍ରୁପ୍-ଏରେ ଭାରତ ତିନିଟି ମ୍ୟାଚ୍ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ପ୍ରଥମ ପରାଜୟ ବରଣ କରିଛି । ଆମେରିକା ବୁଧବାର ଭାରତକୁ ୧୧୧ ରନ୍ର ଲକ୍ଷ୍ୟ ଦେଇଥିଲା । ଯାହାକୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଝଟ୍କା ସତ୍ତ୍ବେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା ।
ଆରମ୍ଭରୁ ଭାରତୀୟ ବଂଶୋଦ୍ଭବ ବୋଲର ସୌରଭ ନେତ୍ରଭଲକର ହିଁ ଭାରତକୁ ୧୪ ବଲ୍ ଭିତରେ ଡବଲ୍ ଝଟ୍କା ଦେଇଥିଲେ । ତୃତୀୟ ବଲ୍ରେ ବିରାଟ କୋହଲିଙ୍କୁ ଅତି ଚତୁରତାର ସହ ସ୍ଲିପ୍ ଅଞ୍ଚଳରେ କ୍ୟାଚ୍ କରାଇ ନିଜ ଜୀବନର ସବୁଠୁ ବଡ଼ ତଥା ଅବିସ୍ମରଣୀୟ ସଫଳତା ପାଇଥିଲେ। କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ସହ ଆମେରିକୀୟ ପ୍ରଶଂସକଙ୍କୁ ବି ସ୍ତବ୍ଧ କରି ଦେଇଥିଲା । କେବଳ କୋହଲି ନୁହେଁ ରୋହିତ ଶର୍ମାଙ୍କ ୱିକେଟ୍ ବି ନେଇଥିଲେ । କୋହଲି-ରୋହିତ ୧୦ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଋଷଭ ପନ୍ତ ଲଢ଼ୁଆ ୨୦ ରନ୍ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ୟାଦବ (୫୦*) ଓ ଶିବମ ଦୁବେ (୩୧*) ଦାୟିତ୍ବ ସଂପନ୍ନ ବ୍ୟାଟିଂ କରି ଭାରତକୁ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ।
ଅଧିକ ପଢ଼ନ୍ତୁ: କ୍ୟାମେରା ସାମ୍ନାରେ ପତ୍ନୀଙ୍କ ସହ ଘର କଥା ଗପିଲେ ବୁମ୍ରା, ଭିଡିଓ ହେଲା ଭାଇରାଲ୍
???????? emerge victorious in New York! ????
A clinical performance as India secure their qualification to Second Round of the #T20WorldCup 2024 ????#USAvIND | ????: https://t.co/VbtpFkQAUo pic.twitter.com/AVaCSp7duQ — ICC (@ICC) June 12, 2024
ବୁଧବାର ଭାରତ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଘରୋଇ ଦଳ କିନ୍ତୁ ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲ୍ରେ ୱିକେଟ୍ ଝାଡ଼ିବାରୁ ଭାରତ ଚମତ୍କାର ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ମଝିରେ ମଝିରେ ଆମେରିକୀୟ ବ୍ୟାଟର୍ କିଛି କିଛି ଛକା, ଚୌକା ମାରି ନିଜ ପ୍ରଶଂସକଙ୍କୁ ଖୁସି ହେବାର ମୌକା ଦେଇଥିଲେ। ହେଲେ ଭାରତୀୟ ବୋଲର ସେମାନଙ୍କ କାନ୍ଧରୁ ଚାପ ହଟିବାକୁ ଦେଇ ନଥିଲେ। ନିୟମିତ ଅବଧି ଓ ବ୍ୟବଧାନରେ ୱିକେଟ୍ ନେଇ ଆମେରିକାକୁ ବଡ଼ ସ୍କୋର୍ କରିବାର କୌଣସି ସୁଯୋଗ ଦେଇ ନଥିଲେ।
ଭାରତୀୟ ବଂଶୋଦ୍ଭବ ନୀତୀଶ କୁମାର ଅବଶ୍ୟ ୨୭ ରନ୍ର ଛୋଟିଆ ହେଲେ ପ୍ରଭାବୀ ପାଳି ଖେଳିଥିଲେ। ଶେଷରେ ଆମେରିକା ୮ ୱିକେଟ୍ ବିନିମୟରେ ୧୧୦ ରନ୍ରେ ଅଟକି ଯାଇଥିଲା। ସେପଟେ ଆର. ଅଶ୍ବିନଙ୍କ ରେକର୍ଡ ଭାଙ୍ଗି ଅର୍ଶଦୀପ (୪/୯) ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ପକ୍ଷରୁ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ ।