ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ପୂରଣ ହେବା ପରେ ଗମ୍ଭୀର କଲେ ଏଭଳି କାମ,ଭାଇରାଲ ହେଉଛି Video

ନୂଆଦିଲ୍ଲୀ,୨୭।୭: ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ କ୍ରିକେଟରେ ରୋକିବା କେବଳ ଯେ କଷ୍ଟକର ତାହା ନୁହେଁ ଅସମ୍ଭବ ମଧ୍ୟ। ଏହି ଉକ୍ତିକୁ ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପ୍ରମାଣିତ କରିଛନ୍ତି। ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଡାହାଣ ହାତୀ ଏହି ବ୍ୟାଟ୍ସମ୍ୟାନ୍‌ ୨୨୩ ଷ୍ଟ୍ରାଇକ୍‌ ରେଟ୍‌ରେ ୨୬ ବଲ୍‌ରେ ୫୮ ରନ୍‌ କରିଥିଲେ। ଏହି ଇନିଂସରେ ୮ ଚୌକା ଏବଂ ୨ ଛକା ଥିଲା। ତେବେ ଏହି ଇନିଂସର ସ୍ବତନ୍ତ୍ରତା ଅଧିକ […] The post ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ପୂରଣ ହେବା ପରେ ଗମ୍ଭୀର କଲେ ଏଭଳି କାମ,ଭାଇରାଲ ହେଉଛି Video appeared first on Dharitri Odia News.

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ପୂରଣ ହେବା ପରେ ଗମ୍ଭୀର କଲେ ଏଭଳି କାମ,ଭାଇରାଲ ହେଉଛି Video

ନୂଆଦିଲ୍ଲୀ,୨୭।୭: ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ କ୍ରିକେଟରେ ରୋକିବା କେବଳ ଯେ କଷ୍ଟକର ତାହା ନୁହେଁ ଅସମ୍ଭବ ମଧ୍ୟ। ଏହି ଉକ୍ତିକୁ ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପ୍ରମାଣିତ କରିଛନ୍ତି। ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଡାହାଣ ହାତୀ ଏହି ବ୍ୟାଟ୍ସମ୍ୟାନ୍‌ ୨୨୩ ଷ୍ଟ୍ରାଇକ୍‌ ରେଟ୍‌ରେ ୨୬ ବଲ୍‌ରେ ୫୮ ରନ୍‌ କରିଥିଲେ। ଏହି ଇନିଂସରେ ୮ ଚୌକା ଏବଂ ୨ ଛକା ଥିଲା। ତେବେ ଏହି ଇନିଂସର ସ୍ବତନ୍ତ୍ରତା ଅଧିକ ଏଥିଲାଗି କାରଣ ସେ ପ୍ରଥମ ଥର ପାଇଁ ଟି୨୦ କ୍ରିକେଟରେ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱ ଥିବା ସତ୍ତ୍ୱେ ତାଙ୍କ ବ୍ୟାଟିଂରେ କୌଣସି ପରିବର୍ତ୍ତନ ଆସିବାର ସମ୍ଭାବନା ନ ଥିବା ସେ ପ୍ରମାଣିତ କରିଛନ୍ତି।

ପାଓ୍ବାର ପ୍ଲେରେ ମଇଦାନକୁ ଆସି ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ। ପନ୍ତଙ୍କ ସହ ମିଶି ସେ ୪୩ ବଲ୍‌ରେ ୭୬ ରନ୍‌ର ଭାଗିଦାରୀ କରିଥିଲେ। ଏଥିରେ ପନ୍ତ ମାତ୍ର ୧୭ ବଲରେ ୧୬ କରିଥିବା ବେଳେ ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ସେ ନିଜର ବ୍ୟାଟ୍‌ ଉଠାଇବା ସମୟରେ କୋଚ୍‌ ଗୌତମ ଗମ୍ଭୀର ନିଜ ଆସନରୁ ଛିଡ଼ା ହୋଇ ତାଳି ବଜାଇଥିଲେ।

କୋଚ୍‌ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଗୌତମ ଗମ୍ଭୀର ସୂର୍ଯ୍ୟକୁମାରଙ୍କ ଅଧିନାୟକ ଭାବେ ଚୟନ କରିଥିଲେ। ହେଲେ କ୍ରିକେଟ ପ୍ରଶଂସକ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଏବେ କିନ୍ତୁ ପ୍ରଥମ ମ୍ୟାଚ୍‌ରୁ ତାଙ୍କ ନିଷ୍ପତ୍ତି ସଠିକ୍‌ ସାବ୍ୟସ୍ତ ହେଉଥିବା କୁହାଯାଉଛି।

The post ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ପୂରଣ ହେବା ପରେ ଗମ୍ଭୀର କଲେ ଏଭଳି କାମ,ଭାଇରାଲ ହେଉଛି Video appeared first on Dharitri Odia News.