ସେ ଜୀବିତ ହେଲେ କାଗଜ କଲମରେ ମୃତ, ୧୫ ଦିନ ହେଲା ଧାରଣାରେ ବସିଛନ୍ତି ବୁଢ଼ୀ ମାଉସୀ

ରାୟଗଡା (କେନ୍ୟୁଜ) : କାନ୍ଥକୁ ଆଉଜି ଖଣ୍ଡିଏ ଚେୟାର ଉପରେ ବସିଛନ୍ତି ବୁଢ଼ି ମାଉସୀ । ଏ ୪୦ ଡିଗ୍ରୀ ଖରାକୁ ପୁଣି ଉପରେ ତାଙ୍କ ବୟସ ତାଙ୍କୁ ଯେମିତି ମାରି ପକାଉଥାଏ । ସେଥିପାଇଁ ମାଉସୀ ଗୋଟେ ପାଣି ବୋତଲରୁ କେଇ ବୁନ୍ଦା ପାଣି ବାହାର କରି ମୁହଁରେ ଛିଞ୍ଚି ଦେଉଥାନ୍ତି । ହାତ ଥରୁଛି ବୟସ ଆସି ପହଁଚିଛି ଅପରାହ୍ନରେ । ହେଲେ ପ୍ରଚଣ୍ଡ ଖରାରେ ୮୦ ବର୍ଷୀୟା ବୃଦ୍ଧା ମାଉସୀ ଧାରଣା ଦେଇଛନ୍ତି […] The post ସେ ଜୀବିତ ହେଲେ କାଗଜ କଲମରେ ମୃତ, ୧୫ ଦିନ ହେଲା ଧାରଣାରେ ବସିଛନ୍ତି ବୁଢ଼ୀ ମାଉସୀ appeared first on KNews Odisha.

ସେ ଜୀବିତ ହେଲେ କାଗଜ କଲମରେ ମୃତ, ୧୫ ଦିନ ହେଲା ଧାରଣାରେ ବସିଛନ୍ତି ବୁଢ଼ୀ ମାଉସୀ
old women

ରାୟଗଡା (କେନ୍ୟୁଜ) : କାନ୍ଥକୁ ଆଉଜି ଖଣ୍ଡିଏ ଚେୟାର ଉପରେ ବସିଛନ୍ତି ବୁଢ଼ି ମାଉସୀ । ଏ ୪୦ ଡିଗ୍ରୀ ଖରାକୁ ପୁଣି ଉପରେ ତାଙ୍କ ବୟସ ତାଙ୍କୁ ଯେମିତି ମାରି ପକାଉଥାଏ । ସେଥିପାଇଁ ମାଉସୀ ଗୋଟେ ପାଣି ବୋତଲରୁ କେଇ ବୁନ୍ଦା ପାଣି ବାହାର କରି ମୁହଁରେ ଛିଞ୍ଚି ଦେଉଥାନ୍ତି । ହାତ ଥରୁଛି ବୟସ ଆସି ପହଁଚିଛି ଅପରାହ୍ନରେ । ହେଲେ ପ୍ରଚଣ୍ଡ ଖରାରେ ୮୦ ବର୍ଷୀୟା ବୃଦ୍ଧା ମାଉସୀ ଧାରଣା ଦେଇଛନ୍ତି । ସେ ବଞ୍ଚିଛନ୍ତି ହେଲେ ବଞ୍ଚି ଥାଉ ଥାଉ ତାଙ୍କୁ ତହସିଲ କାର୍ଯ୍ୟାଳୟ ମାରିଦେଇଛି ।

ଶୁଣିବାକୁ ଅଜବ ଲାଗୁଥିଲେ ବି ଏ କଥା ବିଲକୁଲ ସତ । ଗତ ୧୫ ଦିନ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ଖରାରେ ସେ ଜୀବିତ ଥିବା ପ୍ରମାଣପତ୍ର ଦାବୀ କରି ଧାରଣା ଦେଉଛନ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧା ମହିଳା କେ. ପାର୍ବତୀ । ପରିଣତ ବୟସରେ ପାର୍ବତିଙ୍କ ଏହି ନିଷ୍ପତି ପଛର କାହାଣି ଚିନ୍ତାଜନକ ଓ ପୀଡାଦାୟକ । କାରଣ ବିଭିନ୍ନ ସରକାରୀ ରେକର୍ଡ, ପରିବାର, ପଡୋଶି, ଓ ସମ୍ପର୍କୀୟଙ୍କ ପାଇଁ ସେ ଜୀବିତ ହେଲେ ରାୟଗଡା ତହସିଲଦାରଙ୍କ ପାଇଁ ସେ ମୃତ । ବଂଚି ଥାଉ ଥାଉ ତାଙ୍କୁ କାଗଜ କଲମରେ ମାରିଦେଇଛନ୍ତି ଏହି ସରକାରୀ କର୍ମଚାରୀ । ରାୟଗଡା ସହରର କେ.ଗୋବିନ୍ଦ ପଟନାୟକ ପୈତୃକ ସମ୍ପତିର ପଟା ନିଜ ନାଁରେ କରାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହି ଆବେଦନ ଆଧାରରେ ଉତରାଧୀକାରୀ ଏବଂ ପରିବାର ସଦସ୍ୟଙ୍କ ସଂପୂର୍ଣ୍ଣ ତଥ୍ୟ ଉପଲବ୍ଧ କରିବା ପାଇଁ ରାୟଗଡା ତହସିଲଦାରଙ୍କୁ ନିର୍ଦ୍ଧେଶ ମିଳିଥିଲା । ରାୟଗଡା ରାଜସ୍ୱ ନୀରିକ୍ଷକ ତଦନ୍ତ କରି ରିପୋର୍ଟ ଦାଖଲ କଲେ । ତେବେ ଏହି ରିପୋର୍ଟ ସନ୍ତୋଷଜନକ ନହବାରୁ ଏଥିପାଇଁ ପୁନର୍ବାର ଆବେଦନ କରିବାରୁ ରାଜସ୍ୱ ସୁପରଭାଇଜର ତଦନ୍ତ କଲେ । ତଦନ୍ତ ପରେ ଯେଉଁ ରିପୋର୍ଟ ଦାଖଲ କଲେ ସେଥିରେ ଜୀବିତ ଥିବା ଗୋବିନ୍ଦଙ୍କ ମାଆ କେ. ପାର୍ବତୀ ପଟନାୟକଙ୍କୁ ମୃତ ଦର୍ଶାଇଲେ । ଯାହାଫଳରେ ଜୀବିତ ଥିବା ସତ୍ୱେ ସରକାରୀ କାଗଜରେ ମରିଗଲେ ପାର୍ବତୀ ।

ପାର୍ବତୀ କହିଛନ୍ତି ଯେ ପରିଣତ ବୟସରେ ସେ ଜୀବିତ ଥିବା ପ୍ରମାଣ ଦବାକୁ ପଡୁଛି । ଏହାଠାରୁ ଅଧିକ ବିଡମ୍ବନା କଣ ହୋଇପାରେ । ଦୀର୍ଘ ୧୫ ଦିନ ହେଲାଣି ସେ ପ୍ରଚଣ୍ଡ ଖରାରେ ଧାରଣା ଦେଉଛନ୍ତି, ଏହି ବାଟ ଦେଇ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ତହସିଲଦାର ତାଙ୍କୁ ଦେଖୁଛନ୍ତି, ହେଲେ ସେମାନେ ମୂକ ଓ ବଧିର ପାଲଟି ଯାଇଛନ୍ତି ବୋଲି କହିଛନ୍ତି କେ. ପାର୍ବତୀ । ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ଜୀବିତ ଥିବା ପ୍ରମାଣପତ୍ର ଏହି ତହସିଲ ପ୍ରଦାନ କରିନାହିଁ ସେତେଦିନ ପର୍ଯ୍ୟନ୍ତ ସେ ଏହିପରି ଧାରଣା ଦେଉଥିବେ ବୋଲି ପ୍ରକାଶ କରିଛନ୍ତି । ଏନେଇ ରାୟଗଡା ତହସିଲଦାର କୌଣସି ମନ୍ତବ୍ୟ ଦବାକୁ ମନା କରିଦେଇଥିବା ବେଳେ ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏହାର ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ଓ ଏହାର ତଦନ୍ତ ଚାଲିଥିବା ନେଇ ସୂଚନା ମିଳିଛି ।

ସ୍ଥାନୀୟ ତହସିଲଦାର ଓ ପୁଲିସ ପ୍ରଶାସନ ଧାରଣା ସ୍ଥଳକୁ ଯାଇ ବୃଦ୍ଦାଙ୍କୁ ବୁଝାସୁଝା କରିଛନ୍ତି । ତଥାପି ଜୀବିତ ଥିବା ପ୍ରମାଣ ପତ୍ର ନମିଳିଲା ଯାଏଁ ସେ ଧାରଣରୁ ହଟିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଖାତିର ନକରି ନିଜ ହକ୍ ପାଇଁ ଧାରଣା ଦେଇଛନ୍ତି ବୃଦ୍ଦା ପାର୍ବତୀ । ଏଭଳି ପରିସ୍ଥିତିରେ ପ୍ରଶାସନ ବୃଦ୍ଦା ପାର୍ବତୀକୁ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

The post ସେ ଜୀବିତ ହେଲେ କାଗଜ କଲମରେ ମୃତ, ୧୫ ଦିନ ହେଲା ଧାରଣାରେ ବସିଛନ୍ତି ବୁଢ଼ୀ ମାଉସୀ appeared first on KNews Odisha.