ସେନା ଅଭିଯାନର ଲାଇଭ୍ ରିପୋର୍ଟିଂ କରନି; ମିଡିଆକୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି । ଏହାରି ଭିତରେ କେନ୍ଦ୍ର ସରକାର ଶନିବାର ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ କଟକଣା ଜାରି ରହିଛନ୍ତି । ଡିଫେନ୍ସ ଅପରେସନ୍ସ ଓ ସୁରକ୍ଷାବଳଙ୍କ ଗତିବିଧିର ଲଇଭ୍ କଭରେଜ୍ରୁ ବଞ୍ଚିତ ରହିବାକୁ କୁହାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି । ଏଥିରେ ସରକାର ତର୍କ ରଖିଛନ୍ତି ଯେ, ଲାଇଭ୍ ରିପୋର୍ଟଂ ଦ୍ବାରା ଅଜଣାତରେ ଶତ୍ରୁମାନଙ୍କୁ ଫାଇଦା ମିଳୁଛି । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କଦାବୀ ହମଲା ପରେ ପ୍ରତିରକ୍ଷା ମାମଲା ଉପରେ ରିପୋର୍ଟଂକୁ ନଜରରେ ରଖି ଏହି ମାର୍ଗଦର୍ଶିକା ଜାରି ହୋଇଛି ।ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସମସ୍ତ ଗଣମାଧ୍ୟମ, ସମାଚାର ଏଜେନ୍ସି ଏବଂ ସ୍ପେଶାଲ ମିଡିଆ ୟୁଜର୍ସମାନେ ପ୍ରତିରକ୍ଷା ସମ୍ବନ୍ଧୀୟ ଅଭିଯାନ ବେଳେ ଧ୍ୟାନର ସହିତ ରିପୋର୍ଟଂ କରିବା ସହ ଆଇନ ଓ ନିୟମକୁ ପାଳନ କରିବା ଦରକାର । ସେନା ଅପରେସନ ବେଳେ କୌଣସି ରିୟଲ ଟାଇମ୍ କଭରେଜ୍ କିମ୍ବା ଲାଇଭ୍ ଦୃଶ୍ୟ ପ୍ରସାରଣ ବା ସୂତ୍ରରୁ ଆଧାରିତ ସୂଚନା ଉପରେ ରିପୋର୍ଟିଂ ନହେବା ଉଚିତ୍ । Ministry of Information and Broadcasting issues advisory to all Media channels to refrain from showing live cov
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି । ଏହାରି ଭିତରେ କେନ୍ଦ୍ର ସରକାର ଶନିବାର ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ କଟକଣା ଜାରି ରହିଛନ୍ତି । ଡିଫେନ୍ସ ଅପରେସନ୍ସ ଓ ସୁରକ୍ଷାବଳଙ୍କ ଗତିବିଧିର ଲଇଭ୍ କଭରେଜ୍ରୁ ବଞ୍ଚିତ ରହିବାକୁ କୁହାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି । ଏଥିରେ ସରକାର ତର୍କ ରଖିଛନ୍ତି ଯେ, ଲାଇଭ୍ ରିପୋର୍ଟଂ ଦ୍ବାରା ଅଜଣାତରେ ଶତ୍ରୁମାନଙ୍କୁ ଫାଇଦା ମିଳୁଛି । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କଦାବୀ ହମଲା ପରେ ପ୍ରତିରକ୍ଷା ମାମଲା ଉପରେ ରିପୋର୍ଟଂକୁ ନଜରରେ ରଖି ଏହି ମାର୍ଗଦର୍ଶିକା ଜାରି ହୋଇଛି ।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସମସ୍ତ ଗଣମାଧ୍ୟମ, ସମାଚାର ଏଜେନ୍ସି ଏବଂ ସ୍ପେଶାଲ ମିଡିଆ ୟୁଜର୍ସମାନେ ପ୍ରତିରକ୍ଷା ସମ୍ବନ୍ଧୀୟ ଅଭିଯାନ ବେଳେ ଧ୍ୟାନର ସହିତ ରିପୋର୍ଟଂ କରିବା ସହ ଆଇନ ଓ ନିୟମକୁ ପାଳନ କରିବା ଦରକାର । ସେନା ଅପରେସନ ବେଳେ କୌଣସି ରିୟଲ ଟାଇମ୍ କଭରେଜ୍ କିମ୍ବା ଲାଇଭ୍ ଦୃଶ୍ୟ ପ୍ରସାରଣ ବା ସୂତ୍ରରୁ ଆଧାରିତ ସୂଚନା ଉପରେ ରିପୋର୍ଟିଂ ନହେବା ଉଚିତ୍ ।
Ministry of Information and Broadcasting issues advisory to all Media channels to refrain from showing live coverage of defence operations and movement of security forces in the interest of national security. pic.twitter.com/MQjPvlexdr— Ministry of Information and Broadcasting (@MIB_India) April 26, 2025
ସମ୍ବେଦନଶୀଳ ସୂଚନାକୁ ସମୟ ପୂର୍ବରୁ ଖୁଲାସା କଲେ ଶତ୍ରୁତାପୂର୍ଣ୍ଣ ତତ୍ବକୁ ଏହା ଫାଇଦା ଦେଉଛି । ଫଳରେ ସେନା ଅଭିଯାନକୁ ଏହା ପ୍ରଭାବିତ କରୁଛି । ଉଦାହରଣରେ କାରଗିଲ୍ ଯୁଦ୍ଧ, ମୁମ୍ବାଇ ହମଲା ଓ କାନ୍ଧାର ଅପହରଣ ଘଟଣାକୁ ସାମ୍ନାରେ ରଖିଛି ସୂଚନା ଓ ପ୍ରସାରଣ ବିଭାଗ । ଏହି ସବୁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଲାଇଭ୍ ହେବାରୁ ରାଷ୍ଟ୍ରୀୟ ସୁରକ୍ଷା ପ୍ରଭାବିତ ହୋଇଥିଲା ବୋଲି କୁହାଯାଇଛି ।