ସେପଟୁ ଗୁଳି ଚଳାଇଲେ, ଏପଟୁ ଗୋଳା ବର୍ଷିବ
ସେପଟୁ ଗୁଳି ଚଳାଇଲେ, ଏପଟୁ ଗୋଳା ବର୍ଷିବ। କଥା ବାର୍ତ୍ତା ହେବ ତ, କେବଳ ପାକ୍ ଅଧିକୃତ କାଶ୍ମୀର ବା POK ଫେରାଇବା ପ୍ରସଙ୍ଗରେ ହେବ। ଏହାଛଡ଼ା ଆଉ କିଛି କଥା ନାହିଁ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନସଙ୍କ ସହ କଥା ହେବା ବେଳେ ପିଏମ୍ ମୋଦି ଏଭଳି ସଫା ସଫା ଶୁଣାଇଥିବା ଅନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେଣେ ଅପରେସନ ସିନ୍ଦୂର ଏଯାଏଁ ସରିନି ବୋଲି ସ୍ପଷ୍ଟ କରିଛି ଭାରତୀୟ ବାୟୁ ସେନା। ଅନ୍ୟପକ୍ଷରେ ଏବେ ପାକିସ୍ତାନ ସହ କଥାବାର୍ତ୍ତା କେବଳ DGMOଙ୍କ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି।