ସେପ୍ଟେମ୍ବର ୯ରୁ ଏସିଆ କପ: ୧୪ରେ ଭାରତ-ପାକିସ୍ତାନ ମ୍ୟାଚ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ୨୦୨୬ ଟି-୨୦ ବିଶ୍ଵକପ ପୂର୍ବରୁ ଏହା ଅନୁଷ୍ଠିତ ହେଉଥିବାରୁ ସବୁ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଗୁରୁତ୍ଵପୂର୍ଣ୍ଣ ହେବ। ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୮ରେ ଶେଷ ହେବାକୁ ଥିବାବେଳେ ୧୪ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ପରସ୍ପରଙ୍କୁ ଭେଟିବେ। ଏସିଆ କପରେ ୮ଟି ଟିମ ଅଂଶଗ୍ରହଣ କରିବେ। ୪ଟି ଲେଖାଏ […]

ସେପ୍ଟେମ୍ବର ୯ରୁ ଏସିଆ କପ: ୧୪ରେ ଭାରତ-ପାକିସ୍ତାନ ମ୍ୟାଚ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ୨୦୨୬ ଟି-୨୦ ବିଶ୍ଵକପ ପୂର୍ବରୁ ଏହା ଅନୁଷ୍ଠିତ ହେଉଥିବାରୁ ସବୁ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଗୁରୁତ୍ଵପୂର୍ଣ୍ଣ ହେବ। ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୮ରେ ଶେଷ ହେବାକୁ ଥିବାବେଳେ ୧୪ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ପରସ୍ପରଙ୍କୁ ଭେଟିବେ।

ଏସିଆ କପରେ ୮ଟି ଟିମ ଅଂଶଗ୍ରହଣ କରିବେ। ୪ଟି ଲେଖାଏ ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ରହିଥିବାବେଳେ ଗ୍ରୁପ-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ ଅଛନ୍ତି। ଟୁର୍ଣ୍ଣମେଣ୍ଟର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ଅନୁଷ୍ଠିତ ହେବ। ଭାରତର ପ୍ରଥମ ମ୍ୟାଚ ୧୦ ତାରିଖରେ ୟୁଏଇ ସହିତ ଅନୁଷ୍ଠିତ ହେବ। ଭାରତ ଏହାର ୨ୟ ମ୍ୟାଚ ୧୪ ତାରିଖରେ ପାକିସ୍ତାନ ସହିତ ଖେଳିବ। ୧୯ ତାରିଖରେ ୩ୟ ମ୍ୟାଚ ଓମାନ ସହ ଅନୁଷ୍ଠିତ ହେବ।