ପାଟଣାଗଡ଼଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେଲେ ଦୁର୍ବୁତ୍ତ

ପାଟଣାଗଡ଼଼: ବଲାଙ୍ଗିର ଜିଲାର ପାଟଣାଗଡ଼଼ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତକୁ କେହି ଦୁର୍ବୁତ୍ତ ଜାଳି ଦେଇଥିବା ସୂଚନା ମିଳିଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳୁଥିବା ଖବର ପାଇବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଶ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଅପରପକ୍ଷରେ ପାଟଣାଗଡ଼଼ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ […]

ପାଟଣାଗଡ଼଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେଲେ ଦୁର୍ବୁତ୍ତ

ପାଟଣାଗଡ଼଼: ବଲାଙ୍ଗିର ଜିଲାର ପାଟଣାଗଡ଼଼ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତକୁ କେହି ଦୁର୍ବୁତ୍ତ ଜାଳି ଦେଇଥିବା ସୂଚନା ମିଳିଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳୁଥିବା ଖବର ପାଇବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଶ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

ଅପରପକ୍ଷରେ ପାଟଣାଗଡ଼଼ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ବୁଦ୍ଧୀଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି।

ପାଟଣାଗଡ଼଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ସାଂସଦ ମାନସ ମଙ୍ଗରାଜଙ୍କ ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଭଳି ଘୃଣ୍ୟ କାର୍ଯ୍ୟକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାର ବରପୁତ୍ରଙ୍କ ପ୍ରତି ଅସମ୍ମାନକୁ ପ୍ରଶୟ ଦିଆଯିବ ନାହିଁ। ସରକାର ଗଭୀର ନିଦ୍ରାରୁ ଉଠି ଘଟଣାର ପୁନରାବୃତ୍ତିକୁ ରୋକନ୍ତୁ ବୋଲି ସାଂସଦ ମାନସ ମଙ୍ଗରାଜ ପ୍ରକାଶ କରିଛନ୍ତି।