ସେପ୍ଟେମ୍ବରରେ ଟୁ-ହ୍ୱିଲରର ବିକ୍ରିରେ ଜବରଦସ୍ତ ବୃଦ୍ଧି: କମିଲା କାର୍ ସେଲିଂ
ନୂଆଦିଲ୍ଲୀ: ଦେଶରେ କାର୍ ଅପେକ୍ଷା ଟୁ-ହ୍ୱିଲର ଅଧିକ ବିକ୍ରି ହେଉଛି। ଆଉ ଟୁ-ହ୍ୱିଲର ମାର୍କେଟ୍ରେ ବଜାଜ ଓ ଟିଭିଏସ୍ ଆଗରେ ରହିଥିବା ବେଳେ ହିରୋ ମୋଟୋ କର୍ପ ବି ତୃତୀୟ ସ୍ଥାନରେ ରହିଛି। ଇଏ ସେପ୍ଟେମ୍ବର ମାସର ରିପୋର୍ଟ। ଯଦିଓ କାର୍ ସେଲିଂ କମିଛି ତେବେ ଅନ୍ୟ କମ୍ପାନୀ ତୁଳନାରେ ମାରୁତୀ ସୁଜୁକି କାର ବିକ୍ରିରେ ନମ୍ବର ୱାନ୍ରେ ରହିଛି। ମଙ୍ଗଳବାର ଟାଟା, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ମାରୁତି ସୁଜୁକୀ, ବଜାଜ ଅଟୋ ଏବଂ ଟିଭିଏସ ମୋଟର ଭଳି ଗାଡ଼ି ନିର୍ମାତା କମ୍ପାନି ସେପ୍ଟେମ୍ବର ମାସର ବିକ୍ରି ରିପୋର୍ଟ ଜାରି କରିଛନ୍ତି। ତଥ୍ୟ ଅନୁଯାୟୀ, ଗତ ମାସରେ ଟୁ-ହ୍ୱିଲର୍ସର ବ୍ୟବସାୟ ଭଲ ରହିଛି। ବଜାଜ ଟୁ-ହ୍ୱିଲର୍ସର ବାର୍ଷିକ ଆଧାରରେ ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ ବିକ୍ରି କରିଛି। କମ୍ପାନି ସେପ୍ଟେମ୍ବରରେ ମୋଟ ୪.୬୯ ଲକ୍ଷ ବାଇକ୍ ବିକ୍ରି କରିଛି। ସେହିଭଳି ଟିଭିଏସ କମ୍ପାନୀ ମଧ୍ୟ ସପ୍ଟେମ୍ବରରେ ନୂଆ ରେକର୍ଡ କରିଛି। କମ୍ପାନିର ବିକ୍ରି ବାର୍ଷିକ ଆଧାରରେ ୨୨ % ବଢ଼ିଛି। ଗତ ମାସରେ ଟିଭିଏସ ଟୁ-ହ୍ୱିଲର୍ସର ବିକ୍ରି ବାର୍ଷିକ ତୁଳନାରେ ୨୨ % ବଢ଼ି ୪.୭୧ ଲକ୍ଷ ୟୁନିଟ୍ରେ ପହଞ୍ଚିଛି। ସେହିଭଳି ହିରୋ ମୋଟୋକର୍ପର ବାର୍ଷିକ ବିକ୍ରିରେ ୧୯ % ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନି ସେପ୍ଟମ୍ବରରେ ୬, ୩୭, ୦୫୦ ୟୁନିଟ୍ ବିକ୍ରି କରିଛି। ସେହିପରି ହିରୋର ରପ୍ତାନୀରେ ୩୦% ବୃଦ୍ଧି ହୋଇଛି। ଅନ୍ୟପଟେ ସେପ୍ଟ
ନୂଆଦିଲ୍ଲୀ: ଦେଶରେ କାର୍ ଅପେକ୍ଷା ଟୁ-ହ୍ୱିଲର ଅଧିକ ବିକ୍ରି ହେଉଛି। ଆଉ ଟୁ-ହ୍ୱିଲର ମାର୍କେଟ୍ରେ ବଜାଜ ଓ ଟିଭିଏସ୍ ଆଗରେ ରହିଥିବା ବେଳେ ହିରୋ ମୋଟୋ କର୍ପ ବି ତୃତୀୟ ସ୍ଥାନରେ ରହିଛି। ଇଏ ସେପ୍ଟେମ୍ବର ମାସର ରିପୋର୍ଟ। ଯଦିଓ କାର୍ ସେଲିଂ କମିଛି ତେବେ ଅନ୍ୟ କମ୍ପାନୀ ତୁଳନାରେ ମାରୁତୀ ସୁଜୁକି କାର ବିକ୍ରିରେ ନମ୍ବର ୱାନ୍ରେ ରହିଛି।
ମଙ୍ଗଳବାର ଟାଟା, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ମାରୁତି ସୁଜୁକୀ, ବଜାଜ ଅଟୋ ଏବଂ ଟିଭିଏସ ମୋଟର ଭଳି ଗାଡ଼ି ନିର୍ମାତା କମ୍ପାନି ସେପ୍ଟେମ୍ବର ମାସର ବିକ୍ରି ରିପୋର୍ଟ ଜାରି କରିଛନ୍ତି। ତଥ୍ୟ ଅନୁଯାୟୀ, ଗତ ମାସରେ ଟୁ-ହ୍ୱିଲର୍ସର ବ୍ୟବସାୟ ଭଲ ରହିଛି। ବଜାଜ ଟୁ-ହ୍ୱିଲର୍ସର ବାର୍ଷିକ ଆଧାରରେ ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ ବିକ୍ରି କରିଛି। କମ୍ପାନି ସେପ୍ଟେମ୍ବରରେ ମୋଟ ୪.୬୯ ଲକ୍ଷ ବାଇକ୍ ବିକ୍ରି କରିଛି।
ସେହିଭଳି ଟିଭିଏସ କମ୍ପାନୀ ମଧ୍ୟ ସପ୍ଟେମ୍ବରରେ ନୂଆ ରେକର୍ଡ କରିଛି। କମ୍ପାନିର ବିକ୍ରି ବାର୍ଷିକ ଆଧାରରେ ୨୨ % ବଢ଼ିଛି। ଗତ ମାସରେ ଟିଭିଏସ ଟୁ-ହ୍ୱିଲର୍ସର ବିକ୍ରି ବାର୍ଷିକ ତୁଳନାରେ ୨୨ % ବଢ଼ି ୪.୭୧ ଲକ୍ଷ ୟୁନିଟ୍ରେ ପହଞ୍ଚିଛି। ସେହିଭଳି ହିରୋ ମୋଟୋକର୍ପର ବାର୍ଷିକ ବିକ୍ରିରେ ୧୯ % ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନି ସେପ୍ଟମ୍ବରରେ ୬, ୩୭, ୦୫୦ ୟୁନିଟ୍ ବିକ୍ରି କରିଛି। ସେହିପରି ହିରୋର ରପ୍ତାନୀରେ ୩୦% ବୃଦ୍ଧି ହୋଇଛି। ଅନ୍ୟପଟେ ସେପ୍ଟେମ୍ବରରେ ହୋଣ୍ଡା ମୋଟର୍ସର ସମୁଦାୟ ଟୁ ହ୍ବିଲର୍ସ ବିକ୍ରିରେ ୧୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନି ସେପ୍ଟେମ୍ବରରେ ୫, ୮୩, ୬୩୩ ୟୁନିଟ୍ ବିକ୍ରି କରିଥିବାବେଳେ ରପ୍ତାନୀରେ ୩୪ ପ୍ରତିଶତ ବୃଦ୍ଧି ହାସଲ କରିଛି।
ସେପଟେ କିନ୍ତୁ ସେପ୍ଟେମ୍ବରରେ କାର୍ କମ୍ପାନିଙ୍କ ବିକ୍ରିରେ କିନ୍ତୁ ହ୍ରାସ ଦେଖିବାକୁ ମିଳିଛି । ସେପ୍ଟେମ୍ବରରେ ଟାଟା ମୋଟର୍ସ, ହ୍ୟୁଣ୍ଡାଇ ଏବଂ ମାରୁତି ସୁଜୁକୀର ଘରୋଇ ବଜାରରେ ବିକ୍ରି ହ୍ରାସ ହୋଇଛି। ଅବଶ୍ୟ କିଆ ମୋଟର୍ସର ବିକ୍ରି ବଢ଼ିଛି। କିଆ ମୋଟର୍ସର ସମୁଦାୟ ଗାଡ଼ି ବିକ୍ରି ବାର୍ଷିକ ଆଧାରରେ ୧୭ ପ୍ରତିବର୍ଷ ବଢ଼ି ୨୩, ୫୨୩ ୟୁନିଟ୍ ହୋଇଛି। କମ୍ପାନିର ସବୁଠୁ ଅଧିକ ଲୋକପ୍ରିୟ ମଡେଲ ରହିଛି କିଆ ସୋନେଟ।
ମାରୂତୀର ରପ୍ତାନୀ ସେପ୍ଟେମ୍ବରରେ ବାର୍ଷିକ ଆଧାରରେ ୨୩.୧ % ବଢ଼ି ୨୭, ୭୨୮ ୟୁନିଟ୍ ହୋଇଥିବାବେଳେ, ସମୁଦାୟ ବିକ୍ରି ୧.୮୬ ବଢ଼ି ୧, ୮୪, ୭୨୭ ୟୁନିଟ୍ ହୋଇଛି। ସେପ୍ଟେମ୍ବରରେ ହ୍ୟୁଣ୍ଡାଇ ଇଣ୍ଡିଆର ସେଲ୍ସରେ ହ୍ରାସ ଦେଖିବାକୁ ମିଳିଛି। କାରଣ ବାର୍ଷିକ ଆଧାରରେ କମ୍ପାନିର ସମୁଦାୟ ବିକ୍ରି ୧୦.୪% ହ୍ରାସ ପାଇଁ ୬୪, ୨୦୧ ୟୁନିଟ୍ରେ ପହଞ୍ଚିଛି। ଟାଟା ମୋଟର୍ସ ମଧ୍ୟ ସେପ୍ଟେମ୍ବରରେ ବିକ୍ରିରେ ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପାସେଞ୍ଜର ଯାନ ସେଗମେଣ୍ଟର ବିକ୍ରି ୨୪% ବଢ଼ିଥିବା ବେଳେ ରପ୍ତାନୀ ୨୫ % ବଢ଼ିଛି।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଓଲା ଇଲେକ୍ଟ୍ରିକ୍ର ବିକ୍ରି ସେପ୍ଟେମ୍ବରରେ ଚଳିତ ବର୍ଷ ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି। କମ୍ପାନିର ବିକ୍ରି ମାସିକ ଆଧାରରେ ଲଗାତାର ଖସିବାରେ ଲାଗିଛି। ବଜାଜ ଅଟୋ, ଟିଭିଏସ ମୋଟର ଏବଂ ଏଥର ଏନର୍ଜୀର ଇଲେକ୍ଟ୍ରିକ ଟୁ-ହ୍ବିଲର୍ସ ସେଲ୍ସ ବଢ଼ିଛି।