ସେବାକୁ ସମ୍ମାନ ଜଣାଇଲା ଟାଲି ସଲ୍ୟୁଶନ

ଭୁବନେଶ୍ୱର,୩।୮: ଟାଲି ସଲ୍ୟୁଶନ ପ୍ରାଇଭେଟ୍‌ ଲିମିଟେଡ୍‌ (ଟାଲି ସଲ୍ୟୁଶନ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିଂ ଟାଇଟନ୍ସ’ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିିଂ କମ୍ୟୁନିଟିର ଦକ୍ଷ, ଅଭିଜ୍ଞ ଓ ଟେକ୍ନୋଲୋଜିରେ ବ୍ୟାପକ ପ୍ରସାର ସହିତ ଘରୋଇ ବଜାରର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଟାଲି ସଲ୍ୟୁଶନର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଆୟୋଜିତ ଏହି […] The post ସେବାକୁ ସମ୍ମାନ ଜଣାଇଲା ଟାଲି ସଲ୍ୟୁଶନ appeared first on Dharitri Odia News.

ସେବାକୁ ସମ୍ମାନ ଜଣାଇଲା ଟାଲି ସଲ୍ୟୁଶନ

ଭୁବନେଶ୍ୱର,୩।୮: ଟାଲି ସଲ୍ୟୁଶନ ପ୍ରାଇଭେଟ୍‌ ଲିମିଟେଡ୍‌ (ଟାଲି ସଲ୍ୟୁଶନ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିଂ ଟାଇଟନ୍ସ’ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିିଂ କମ୍ୟୁନିଟିର ଦକ୍ଷ, ଅଭିଜ୍ଞ ଓ ଟେକ୍ନୋଲୋଜିରେ ବ୍ୟାପକ ପ୍ରସାର ସହିତ ଘରୋଇ ବଜାରର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଟାଲି ସଲ୍ୟୁଶନର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର ତଥା ଦେଶର ପ୍ରଥମ ପ୍ରତିଭା ଅନ୍ବେଷଣ ଓ ସମ୍ମାନ କାର୍ଯ୍ୟକ୍ରମ ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଜିଏସ୍‌ଟିର ପୂର୍ବତନ ସ୍ବତନ୍ତ୍ର କମିଶନର ଆନନ୍ଦ ଶତପଥୀ, ସିଏ ତରୁଣ କୁମାର ଅଗ୍ରଓ୍ବାଲ ଏବଂ ୟୁସିସିଆଇର ଉପସଭାପତି ଡ. ସଞ୍ଜୀବ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଜିଏସ୍‌ଟି ସମ୍ପର୍କିତ ବିଭିନ୍ନ ବିଷୟ ଓ ଦିଗ ପ୍ରତି ବିସ୍ତୃତ ଆଲୋଚନା ସହ ଜିଏସ୍‌ଟିର କାର୍ଯ୍ୟକାରିତାକୁ ଜିଏସ୍‌ଟିପିମାନେ ସୁଚାରୁରୂପେ ପାଳନ ସହ କାର୍ଯ୍ୟକାରୀ କରିବାରେ ଦକ୍ଷତାର ପରିଚୟ ମଧ୍ୟ ଦେଇଥାନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଏସ୍‌ଟି, ଆକାଉଣ୍ଟାନ୍ସ, ଟ୍ୟାକ୍ସ ଆଡଭୋକେଟ୍‌ ଭଳି ପ୍ରମୁଖ ବୃତ୍ତିରେ ଦକ୍ଷତା ପ୍ରତିପାଦନ କରିଥିବା ୧୪ଜଣ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିବିଶେଷଙ୍କୁ ଟାଲି ପକ୍ଷରୁ ଅତିଥିମାନେ ସମ୍ମାନିତ କରିଥିଲେ। ବିଶେଷକରି ଶିଳ୍ପର ପ୍ରସାର ଓ ଆବଶ୍ୟକ ସେବା ଯୋଗାଇ ଆସୁଥିବା ବୃତ୍ତିଧାରୀଙ୍କୁ ପ୍ରଥମ ଥର ପାଇଁ ଟ୍ୟାକ୍ସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଭାଙ୍କ ସେବାକୁ ଟାଲି ସଲ୍ୟୁଶନ ସମ୍ମାନ ଜଣାଇଛି।

The post ସେବାକୁ ସମ୍ମାନ ଜଣାଇଲା ଟାଲି ସଲ୍ୟୁଶନ appeared first on Dharitri Odia News.