ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ରାୟଗଡ଼ା,୩୦ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ କରପା ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ଅସ୍ଥା ଗମ୍ଭୀର ହେବାରୁ କୋରାପୁଟ ସ୍ଥାନାନ୍ତର ବେଳେ ମୃତ୍ୟୁ ଅଭିଯୋଗ ହୋଇଛି। ହଷ୍ଟେଲରେ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଖବରପାଇ ପରିବାରବର୍ଗ ଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇ ଆଣି ଘରେ ଗୁଣିଗାରେଡ଼ି ଓ ଦେଶୀ ଚିକିତ୍ସା କରିବା ପରେ ଅଚେତ ହେବାରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାର ଅବସ୍ଥା […] The post ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ appeared first on Dharitri Odia News.

ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ରାୟଗଡ଼ା,୩୦ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ କରପା ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ଅସ୍ଥା ଗମ୍ଭୀର ହେବାରୁ କୋରାପୁଟ ସ୍ଥାନାନ୍ତର ବେଳେ ମୃତ୍ୟୁ ଅଭିଯୋଗ ହୋଇଛି। ହଷ୍ଟେଲରେ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଖବରପାଇ ପରିବାରବର୍ଗ ଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇ ଆଣି ଘରେ ଗୁଣିଗାରେଡ଼ି ଓ ଦେଶୀ ଚିକିତ୍ସା କରିବା ପରେ ଅଚେତ ହେବାରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାର ଅବସ୍ଥା ଗମ୍ଭୀର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର କୋରାପୁଟ ସ୍ଥାନାନ୍ତର କରିଥିଲେ ମେଡିକାଲ କଲେଜ। ଆମ୍ବୁଲାନ୍ସରେ ନେବା ବେଳେ ଆଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ନାମ ରଶ୍ମିତା ନାଚିକା ଓ ତାଙ୍କ ଘର କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ କୃଷ୍ଣପାତ୍ରଗୁଡ଼ା ଗ୍ରାମରେ। ସେ କରପା ସେବାଶ୍ରମରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ଏହି ଘଟଣା ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁଇଦିନ ପୂର୍ବେ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର କୋରାପୁଟକୁ ରେଫର କରିଥିଲେ। ସେଠାକୁ ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛାତ୍ରୀଙ୍କ ମୃତ୍ୟୁ ନେଇ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର। ଏନେଇ ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ।

The post ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ appeared first on Dharitri Odia News.