ସେମି ଫାଇନାଲ ଟକ୍କର; ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ପ୍ରତିଶୋଧ ଅପେକ୍ଷାରେ ଟିମ୍ ଇଣ୍ଡିଆ

ଦୁବାଇ, ୪।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ ଫାଇଟ୍ । ଅପରାହ୍ଣରେ ଦୁବାଇ ଷ୍ଟାଡିୟମରେ ହାଇ-ଭୋଲଟେଜ୍ ଗେମ୍ । ମୁହାଁମୁହିଁ ହେବେ ଦୁଇ ଚାମ୍ପିଅନ୍ସ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ । ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ଅପେକ୍ଷାରେ ରହିଛି ଭାରତୀୟ ଦଳ । ଚାମ୍ପିଅନ୍ସ ଟ୍ରଫି ଇତିହାସ ଉପରେ ନଜର ପକାଇଲେ, ଟିମ୍ ଇଣ୍ଡିଆ ୨ ଥର ଏବଂ ଅଷ୍ଟ୍ରେଲିଆ ଥରେ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଛନ୍ତି । ଏଥିରୁ ଭାରତ ୨ଟି ଓ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ ଜିତିଛି । ୨୦୦୯ ସଂସ୍କରଣରେ ଉଭୟ ଦଳ ମଧ୍ୟ ହେବାକୁ ଥିବା ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା । ଏହା ପରଠୁ ଚାମ୍ପିଅନ୍ସ ଟ୍ରଫିରେ ଉଭୟ ସାମ୍ନାସାମ୍ନି ହୋଇନାହାନ୍ତି । ୨୦୧୦ ଠାରୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏକମାତ୍ର  ଦଳ ଭାବେ ଭାରତକୁ ସବୁ ଫର୍ମାଟ୍‌ରେ କଡ଼ା  ଟକ୍କର ଦେଇ ଆସିଛି । ଗତ ୧୫ବର୍ଷ ମଧ୍ୟରେ  ଅନ୍ୟ ସବୁ ଦଳ ବିପକ୍ଷରେ ଭାରତର ବିଜୟ ହାର ଅଧିକ ରହିଛି । କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାର ୫୦% ବା ସବୁଠୁ କମ୍‌ । ଏହି ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ୨୩ଟି ଲେଖାଏଁ ଦିନିକିଆ ମ୍ୟାଚ୍‌ ଜିତିଛନ୍ତି ।  ୨୦୨୩ ଦିନିକିଆ ବିଶ୍ବକପରେ ଗୁରୁତ୍ବପୂର୍ଣ୍ଣ ଭୂମିକାଗ୍ରହଣ କରିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଉପରେ   ସମସ୍ତଙ୍କ ନଜର ରହିବ । ସେ ସେମି ଫାଇନାଲରେ ୧୭ର

ସେମି ଫାଇନାଲ ଟକ୍କର; ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ପ୍ରତିଶୋଧ ଅପେକ୍ଷାରେ ଟିମ୍ ଇଣ୍ଡିଆ

ଦୁବାଇ, ୪।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ ଫାଇଟ୍ । ଅପରାହ୍ଣରେ ଦୁବାଇ ଷ୍ଟାଡିୟମରେ ହାଇ-ଭୋଲଟେଜ୍ ଗେମ୍ । ମୁହାଁମୁହିଁ ହେବେ ଦୁଇ ଚାମ୍ପିଅନ୍ସ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ । ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ଅପେକ୍ଷାରେ ରହିଛି ଭାରତୀୟ ଦଳ । ଚାମ୍ପିଅନ୍ସ ଟ୍ରଫି ଇତିହାସ ଉପରେ ନଜର ପକାଇଲେ, ଟିମ୍ ଇଣ୍ଡିଆ ୨ ଥର ଏବଂ ଅଷ୍ଟ୍ରେଲିଆ ଥରେ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଛନ୍ତି । ଏଥିରୁ ଭାରତ ୨ଟି ଓ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ ଜିତିଛି । 

୨୦୦୯ ସଂସ୍କରଣରେ ଉଭୟ ଦଳ ମଧ୍ୟ ହେବାକୁ ଥିବା ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା । ଏହା ପରଠୁ ଚାମ୍ପିଅନ୍ସ ଟ୍ରଫିରେ ଉଭୟ ସାମ୍ନାସାମ୍ନି ହୋଇନାହାନ୍ତି । ୨୦୧୦ ଠାରୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏକମାତ୍ର  ଦଳ ଭାବେ ଭାରତକୁ ସବୁ ଫର୍ମାଟ୍‌ରେ କଡ଼ା  ଟକ୍କର ଦେଇ ଆସିଛି । ଗତ ୧୫ବର୍ଷ ମଧ୍ୟରେ  ଅନ୍ୟ ସବୁ ଦଳ ବିପକ୍ଷରେ ଭାରତର ବିଜୟ ହାର ଅଧିକ ରହିଛି । କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାର ୫୦% ବା ସବୁଠୁ କମ୍‌ । ଏହି ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ୨୩ଟି ଲେଖାଏଁ ଦିନିକିଆ ମ୍ୟାଚ୍‌ ଜିତିଛନ୍ତି ।  

୨୦୨୩ ଦିନିକିଆ ବିଶ୍ବକପରେ ଗୁରୁତ୍ବପୂର୍ଣ୍ଣ ଭୂମିକାଗ୍ରହଣ କରିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଉପରେ   ସମସ୍ତଙ୍କ ନଜର ରହିବ । ସେ ସେମି ଫାଇନାଲରେ ୧୭ରନ ସଂଗ୍ରହ କଲେ ଦିନିକିଆ କ୍ରିକେଟ୍‌ରେ ୪୦୦୦ ରନ୍ ପୂରଣ କରିବେ । ସେହିପରି ରାହୁଲ ୩୦୦୦ ଦିନିକିଆ ରନ୍‌ କ୍ଲବରେ ପ୍ରବେଶ କରିବା ପାଇଁ ଆଉ ମତ୍ର ୩୩  ରନ୍‌ ଆବଶ୍ୟକ କରୁଛନ୍ତି । ଅଷ୍ଟ୍ରେଲିଆର ଅନଭିଜ୍ଞ ପେସ୍‌ ବାହିନୀ ଆଜିର ମ୍ୟାଚରେ ଭାରତୀୟ ବ୍ୟାଟରଙ୍କୁ ଅଟକାଇବାକୁ ଚେଷ୍ଟା କରିବେ । ଅଷ୍ଟ୍ରେଲିଆର ପେସ୍‌ ବିଭାଗ ସମ୍ଭାଳୁଛନ୍ତି, ନାଥାନ ଏଲିସ, ବେନ ଡାର୍ସିୟସ ଓ ସ୍ପେନସର ଜନସନ । ଏମାନେ ଭାରତ ବିପକ୍ଷରେ ମାତ୍ର ୨ଟି ମ୍ୟାଚ୍‌ ଖେଳିଛନ୍ତି ।   ଭାରତୀୟ ବ୍ୟାଟର ଚମତ୍କାର ଫର୍ମରେ   ରହିଛନ୍ତି । ଶୁଭମନ ଗିଲ୍‌ ଓ ବିରାଟ କୋହଲି ଶତକ ଅର୍ଜନ କରିସାରିଛନ୍ତି । ଶ୍ରେୟାସ ଆୟର,  ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ମଧ୍ୟ  ଉପଯୋଗୀ ବ୍ୟାଟିଂ କରିଛନ୍ତି । କେବଳ  ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ  ଦେଖିବାକୁ ମିଳିନାହିଁ ।  ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ରୋହିତଙ୍କ ବ୍ୟାଟ୍‌ରୁ ଏକ ବିସ୍ଫୋରକ ଇନିଂସ ଆବଶ୍ୟକ କରୁଛି ଦଳ ।

ଗତ ୨୦୨୪ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ରୋହିତଙ୍କ ବିଧ୍ୱଂସୀ ବ୍ୟାଟିଂ ବଳରେ ଭାରତ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ହରାଇଥିଲା । ରୋହିତ ୪୧ଟି ବଲ୍‌ରୁ ୭ଚୌକା ଓ ୮ଛକା ବଳରେ ୯୨ ରନ୍‌ର ଇନିଂସ ଖେଳିଥିଲେ । ଏପଟେ ଭାରତ ପାଇଁ ଚିନ୍ତା ହେଡ୍‌: ଭାରତ ପାଇଁ ଆସନ୍ତାକାଲି ଚିନ୍ତାର କାରଣ ସାଜିବେ  ଅଷ୍ଟ୍ରେଲିଆ ଓପନର ଟ୍ରେଭିସ୍‌ ହେଡ୍‌ । ତାଙ୍କୁ ଅଟକାଇବା ପାଇଁ ରୋହିତଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ । ହେଡ୍‌ ଅନେକ  ଥର ଭାରତଠୁ ବିଜୟ ଛଡ଼ାଇ ନେଇଛନ୍ତି ।  ଗତ ୨୦୨୩ ବିଶ୍ୱକପ୍‌ ଫାଇନାଲ୍‌ରେ ତାଙ୍କ  ଇନିଂସକୁ ଭାରତୀୟ କ୍ରିକେଟ୍‌ ପ୍ରେମୀ କେବେ ଭୁଲିପାରିବେ ନାହିଁ । ସେ ଶତକ ଅର୍ଜନ କରି   ଭାରତକୁ ହରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର  ଉକ୍ତ ମ୍ୟାଚ୍‌ରେ ମଧ୍ୟ ସେ ୪୩ଟି ବଲ୍‌ରୁ ୭୬ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳି ଆତଙ୍କ  ଖେଳାଇଥିଲେ । ସେ ଆଉଟ୍‌ ହେବା ପରେ ଭାରତ ମ୍ୟାଚ୍‌କୁ ଫେରି ବିଜୟୀ ହୋଇଥିଲା । ତେବେ ଆଜିର ମ୍ୟାଚରେ ହେଡଙ୍କୁ ସହଳ ଆଉଟ୍‌ କରିବାକୁ ଭାରତୀୟ ବୋଲରଙ୍କ ମୁଖ୍ୟ କାର୍ଯ୍ୟ ହେବ ।

ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ଭଳି ଭାରତ ୪ଜଣ ସ୍ପିନର ନେଇ ଖେଳିବ । ସେମି ଫାଇନାଲ ମ୍ୟାଚ୍‌ ପାଇଁ ଚୟନ କରାଯାଇଥିବା ପିଚ୍‌ରେ ପୂର୍ବରୁ ଗୋଟିଏ ମ୍ୟାଚ୍‌ ଖେଳ ହୋଇଛି । ୨୩ ତାରିଖରେ ଭାରତ ଓ   ପାକିସ୍ତାନ ଏହି ପିଚ୍‌ରେ ଖେଳିଥିଲେ । ବ୍ୟବହୃତ   ପିଚ୍‌ ଅପେକ୍ଷାକୃତ ମନ୍ଥର ହେବ । ତେଣୁ   ସ୍ପିନରମାନ ଭରପୁର ଫାଇଦା ଉଠାଇବେ ।   ଅଷ୍ଟ୍ରେଲିଆ ଏକାଦଶରେ ପରିବର୍ତ୍ତନ ହେବ । ଓପନର ମାଥ୍ୟୁ ସର୍ଟ ଆହତ ହୋଇ ବିଦାୟ ନେଇଛନ୍ତି । ତାଙ୍କ ସ୍ଥାନରେ ଦଳକୁ ଆସିଥିବା କୁପର କନଲିଙ୍କୁ ସୁଯୋଗ ମିଳିବ ।