ସେମିରେ ଦୀପିକା କୁମାରୀ
ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍ଡ କପ୍ ଷ୍ଟେଜ୍-୧ରେ ସେ ତାଙ୍କ କୋରିଆ ପ୍ରତିଦ୍ୱନ୍ଦ୍ୱୀ ଜିଅନ୍ ହୁନ୍ୟଙ୍ଗଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଭାରତ କମ୍ପାଉଣ୍ଡ ଆର୍ଚରମାନେ ସ୍ଥିର ପ୍ରଦର୍ଶନ ଜାରି ରଖି ଭାରତ ପାଇଁ ୪ ପଦକ ପକ୍କା କରିଛନ୍ତି। ୩ ଥର ଅଲିମ୍ପିଆନ ଦୀପିକା ବର୍ତ୍ତମାନ ବିଶ୍ୱର […] The post ସେମିରେ ଦୀପିକା କୁମାରୀ appeared first on Dharitri Odia News.
ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍ଡ କପ୍ ଷ୍ଟେଜ୍-୧ରେ ସେ ତାଙ୍କ କୋରିଆ ପ୍ରତିଦ୍ୱନ୍ଦ୍ୱୀ ଜିଅନ୍ ହୁନ୍ୟଙ୍ଗଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଭାରତ କମ୍ପାଉଣ୍ଡ ଆର୍ଚରମାନେ ସ୍ଥିର ପ୍ରଦର୍ଶନ ଜାରି ରଖି ଭାରତ ପାଇଁ ୪ ପଦକ ପକ୍କା କରିଛନ୍ତି। ୩ ଥର ଅଲିମ୍ପିଆନ ଦୀପିକା ବର୍ତ୍ତମାନ ବିଶ୍ୱର ୧୪୨ତମ ନମ୍ବର ଖେଳାଳି ର଼୍ୟାଙ୍କିଙ୍ଗ ରାଉଣ୍ଡରେ ୩୦ତମ ସିଡ୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି।
ମହିଳା ରିକର୍ଭ ବ୍ୟକ୍ତିଗତ କ୍ୱାର୍ଟରଫାଇନାଲରେ ସେ ଜିଅନଙ୍କୁ ୬-୪ (୨୭-୨୮, ୨୭-୨୭, ୨୯-୨୮, ୨୯-୨୭, ୨୮-୨୮)ରେ ହରାଇ ଦେଇଛନ୍ତି। ୨୦୨୨ରେ ମାତୃତ୍ୱ ଲାଭ କରିଥିବା ଦୀପିକା ଖେଳକୁ ପ୍ରତ୍ୟାବର୍ତ୍ତନ କରି ଚଳିତବର୍ଷ ଫେବୃଆରୀରେ ବାଗ୍ଦାଦ୍ରେ ଏସିଆ କପ୍ ସ୍ବର୍ଣ୍ଣ ଜିତିଥିଲେ। ଆଗକୁ ଯଦି ସେ ଅନ୍ୟ ଦୁଇ କୋରିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବାରେ ସଫଳ ହୁଅନ୍ତି ତେବେ ୨୦୨୧ ଜୁନ୍ ପ୍ୟାରିସ ଷ୍ଟେଜ୍-୩ ପରେ ଏହା ତାଙ୍କର ପ୍ରଥମ ବିଶ୍ୱକପ୍ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହେବ।
ଦୀପିକା ସେମିଫାଇନାଲରେ ୭ମ ସିଡ୍ ତଥା କୋରିଆର ସ୍ବଳ୍ପ ବୟସ୍କା ନାମ୍ ସୁହ୍ୟନଙ୍କୁ ଭେଟିବେ। ଅନ୍ୟପକ୍ଷରେ ଜ୍ୟୋତି ସୁରେଖା ଭେନମ ଓ ଅଭିଷେକ ବର୍ମା କମ୍ପାଉଣ୍ଡ ମିକ୍ସଡ ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଦୁଇ ନମ୍ବର ଯୋଡ଼ି ୧୫୫-୧୫୧ରେ ମେକ୍ସିକୋର ଆନ୍ଦ୍ରିଆ ବସେରୋ ଓ ଲଟ୍ ମାକ୍ସିମୋ ମେଣ୍ଡେଜ ଓରିଜ୍ଙ୍କୁ ହରାଇ ଦେଇଛନ୍ତି। ସେମାନେ ଶନିବାର ସ୍ବର୍ଣ୍ଣ ପଦକ ମୁକାବିଲାରେ ସେମାନଙ୍କଠାରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଇସ୍ତୋନିଆନ ଯୋଡ଼ିକୁ ଭେଟିବେ।
ଜ୍ୟୋତି ଆହୁରି ମଧ୍ୟ ମହିଳା କମ୍ପାଉଣ୍ଡ ଟିମ୍ର ସଦସ୍ୟ ରହିଛନ୍ତି। ଏହି ଟିମ୍ ବୁଧବାର ଫାଇନାଲକୁ ଉନ୍ନୀତ ହୋଇଥିଲା। ଜ୍ୟୋତି ଗୁରୁବାର ବ୍ୟକ୍ତିଗତ ବିଭାଗରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବିଶ୍ୱର ୩ ନମ୍ବର ତଥା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ହ୍ୟାଟ୍ରିକ ପୋଡିୟମ ଫିନିଶ ଲକ୍ଷ୍ୟରେ ଅଛନ୍ତି। ଓଭରଅଲ ଭାରତୀୟ ତୀରନ୍ଦାଜମାନେ ଚାରୋଟି ଟିମ୍ ଇଭେଣ୍ଟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହାଛଡ଼ା ଦୁଇଟି କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ଜ୍ୟୋତି ଓ ପ୍ରିୟାଂଶ ସେମିଫାଇନାଲରେ ପ୍ରବେଶ କରି ପଦକ ଦୌଡ଼ରେ ରହିଛନ୍ତି।
The post ସେମିରେ ଦୀପିକା କୁମାରୀ appeared first on Dharitri Odia News.