ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ଦୁଇ ଜଣ ଯୁବକଙ୍କ ଚାଲିଗଲା ଜୀବନ । ଭୋଜି କରିବା ପାଇଁ ଗୁମ୍ମାଝରଣକୁ ଆସିଥିଲେ ଦୁଇ ଯୁବକ । ହଠାତ ପଥର ଉପରେ ସେଲ୍ଫି ନେବେ ବେଳେ ଗୋଡ଼ ଖସିଯିବାରୁ ତଳେ ଥିବା ଅଥଳ ପାଣିରେ ଜଣେ ଯୁବକ ବୁଡିଯାଇଥିଲେ । ତେବେ ପହଁରା ଜାଣିନଥିବାରୁ ଅନ୍ୟ ଜଣ ଯୁବକ ଉଦ୍ଧାର ପାଇଁ […] The post ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ appeared first on KNews Odisha.

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ
waterfall

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ଦୁଇ ଜଣ ଯୁବକଙ୍କ ଚାଲିଗଲା ଜୀବନ । ଭୋଜି କରିବା ପାଇଁ ଗୁମ୍ମାଝରଣକୁ ଆସିଥିଲେ ଦୁଇ ଯୁବକ । ହଠାତ ପଥର ଉପରେ ସେଲ୍ଫି ନେବେ ବେଳେ ଗୋଡ଼ ଖସିଯିବାରୁ ତଳେ ଥିବା ଅଥଳ ପାଣିରେ ଜଣେ ଯୁବକ ବୁଡିଯାଇଥିଲେ ।

ତେବେ ପହଁରା ଜାଣିନଥିବାରୁ ଅନ୍ୟ ଜଣ ଯୁବକ ଉଦ୍ଧାର ପାଇଁ ପାଣିରେ ବୁଡିଥିଲେ ।  ଜଳପ୍ରପାତର ପ୍ରଖର ସ୍ରୋତ ଯୋଗୁଁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ଦୁଇ ମୄତଦେହ ଉଦ୍ଧାର କରି ଆମ୍ବୁଲାନ୍ସରେ ମେଡିକାଲକୁ ପଠାଇଥିଲେ । ଏହି  ଦୁଇ ଯୁବକ ଜୟପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।  କିନ୍ତୁ ଦୁହିଁଙ୍କର ପରିଚୟ ମିଳିପାରିନାହିଁ ।

The post ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ appeared first on KNews Odisha.