ସୋମବାର ବି ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ୦୮।୦୪ : ତାତିରୁ ମିଳିଲା ଆଶ୍ୱସ୍ତି । ଗତ କିଛି ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ନିର୍ଧୁମ ବର୍ଷିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଛି । ବଜ୍ରପାତରେ ବାଲେଶ୍ୱରର ୩ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି ।  ରବିବାର ରାଜ୍ୟର ୩୯ ସହରର  ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ସୋମବାର ବି ରାଜ୍ୟରେ ବର୍ଷା ଓ  ଘଡ଼ଘଡ଼ି ସମ୍ଭାବନା ଅଛି । କେନ୍ଦୁଝର,  ମୟୂରଭଞ୍ଜ, ଦେବଗଡ଼, ସୋନପୁର,  ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି,  ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି   ଆଶଙ୍କା ବି ଅଛି । କିଛି ସ୍ଥାନରେ ୩୦ରୁ  ୪୦କିମି ବେଗରେ ପବନ ବହିପାରେ ।  ଏହାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୯ ତାରିଖରେ ନବରଙ୍ଗପୁର,  କଳାହାଣ୍ଡି, ଗଞ୍ଜାମ, ଗଜପତି,  ରାୟଗଡ଼ା, କୋରାପୁଟ ଓ  ମାଲକାନଗିରିରେ ବର୍ଷା ହେବାର  ଆକଳନ କରାଯାଇଛି । ୧୧ ତାରିଖ ଯାଏ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା  ହେବ । ଏହି ସମୟରେ ତାପମାତ୍ରା  ପୂର୍ବାପେକ୍ଷା କମ୍‌ ରହିବ । ଆସନ୍ତା  ତିନି ଦିନରେ ତାପମାତ୍ରା ପ୍ରାୟ ୨ରୁ ୩  ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ରବିବାର ଦିନ ବେଳା  ରାଜଧାନୀ ସମେତ ପ୍ରାୟ ସବୁ ସ୍ଥାନରେ  ତାପମାତ୍ରା ଖସି

ସୋମବାର ବି ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ୦୮।୦୪ : ତାତିରୁ ମିଳିଲା ଆଶ୍ୱସ୍ତି । ଗତ କିଛି ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ନିର୍ଧୁମ ବର୍ଷିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଛି । ବଜ୍ରପାତରେ ବାଲେଶ୍ୱରର ୩ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି ।  

ରବିବାର ରାଜ୍ୟର ୩୯ ସହରର  ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ସୋମବାର ବି ରାଜ୍ୟରେ ବର୍ଷା ଓ  ଘଡ଼ଘଡ଼ି ସମ୍ଭାବନା ଅଛି । କେନ୍ଦୁଝର,  ମୟୂରଭଞ୍ଜ, ଦେବଗଡ଼, ସୋନପୁର,  ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି,  ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି   ଆଶଙ୍କା ବି ଅଛି । କିଛି ସ୍ଥାନରେ ୩୦ରୁ  ୪୦କିମି ବେଗରେ ପବନ ବହିପାରେ ।  ଏହାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୯ ତାରିଖରେ ନବରଙ୍ଗପୁର,  କଳାହାଣ୍ଡି, ଗଞ୍ଜାମ, ଗଜପତି,  ରାୟଗଡ଼ା, କୋରାପୁଟ ଓ  ମାଲକାନଗିରିରେ ବର୍ଷା ହେବାର  ଆକଳନ କରାଯାଇଛି । ୧୧ ତାରିଖ ଯାଏ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା  ହେବ । ଏହି ସମୟରେ ତାପମାତ୍ରା  ପୂର୍ବାପେକ୍ଷା କମ୍‌ ରହିବ । ଆସନ୍ତା  ତିନି ଦିନରେ ତାପମାତ୍ରା ପ୍ରାୟ ୨ରୁ ୩  ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । 

ରବିବାର ଦିନ ବେଳା  ରାଜଧାନୀ ସମେତ ପ୍ରାୟ ସବୁ ସ୍ଥାନରେ  ତାପମାତ୍ରା ଖସିଥିଲା ।ଅନେକ ସ୍ଥାନରେ ମେଘୁଆ ପାଗ ରହିଥିଲା ।  ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀର ତାପମାତ୍ରା  ୩୧.୪ଡିଗ୍ରୀ ଅନୁଭୂତ ହୋଇଥିଲା । କିନ୍ତୁ  ବାୟୁମଣ୍ଡଳରେ ୮୧% ଆର୍ଦ୍ରତା ଯୋଗୁ ପ୍ରବଳ  ଗୁଳୁଗୁଳି ହୋଇଥିଲା । ଦିନ ସାଢ଼େ ୨ଟା ସୁଦ୍ଧା  ଭୁବନେଶ୍ୱରରେ ୩୭.୨, ରାଉରକେଲାରେ ୩୬.୪,  ସମ୍ବଲପୁରରେ ୩୬.୩, ଝାରସୁଗୁଡ଼ାରେ ୩୬.୨,  ହୀରାକୁଦରେ ୩୬, ଚାନ୍ଦବାଲିରେ ୩୫.୭,  ବାଲେଶ୍ୱର ଓ କେନ୍ଦୁଝରରେ ୩୪.୫, ପାରାଦୀପରେ   ୩୩.୮, ପୁରୀରେ ୩୩.୬ ଓ ଗୋପାଳପୁରରେ  ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।  କେବଳ ମାଲକାନଗିରିରେ ତାତି ୪୦ ଡିଗ୍ରୀ ଛୁଇଁଛି ।  ଏଠାରେ ଦିନ ତାପମାତ୍ରା ସର୍ବାଧିକ ୪୧.୧ ଡିଗ୍ରୀ  ରେକର୍ଡ ହୋଇଛି । ଏହାକୁ ଛାଡ଼ି ବାକି ସବୁ  ସ୍ଥାନରେ ତାପମାତ୍ରା ରବିବାର ତୁଳନାରେ ୨ରୁ ୩  ଡିଗ୍ରୀ କମିଯାଇଛି । ଅଧିକାଂଶ ସ୍ଥାନରେ ତାପମାତ୍ରା  ହାରାହାରି ୩୫ରୁ ୩୮ ଡିଗ୍ରୀ ରହିଛି । ସନ୍ଧ୍ୟା ସୁଦ୍ଧା  ଭୁବନେଶ୍ୱରରେ ୨୪ ମିଲିମିଟର ବର୍ଷା ହୋଇଛି । 

ସେହିଭଳି ସନ୍ଧ୍ୟା ୬.୩୦ ସୁଦ୍ଧା ଢ଼େଙ୍କାନାଳରେ ୩  ଏମ୍‌ଏମ୍‌, କେନ୍ଦୁଝରରେ ୬ ଏମ୍‌ଏମ୍‌, ରାୟଗଡ଼ାରେ  ୨.୨ ଏମ୍‌ଏମ୍‌, ବାରିପଦାରେ ୩.୨ ଏମ୍‌ଏମ୍‌ ବର୍ଷା  ହୋଇଛି । ଅପରାହ୍ଣରେ ଅଧିକାଂଶ ସ୍ଥାନରେ ପାଗ  ବଦଳିବା ସହ ବର୍ଷା ଆରମ୍ଭ ହୋଇଥିଲା । ଘନ  ଘନ ବଜ୍ରପାତ ହୋଇଥିଲା । ଉପକୂଳ ଓଡ଼ିଶା  ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭୟଙ୍କର  ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା । ବାଲେଶ୍ୱର  ଭୋଗରାଇ ବ୍ଲକ୍‌ ଉଦୟପୁର ବେଳାଭୂମିରେ ୩  ପର୍ଯ୍ୟଟକ ବଜ୍ରପାତରେ ଗୁରୁତୁର ହୋଇଛନ୍ତି ।  ଏଥିରେ ପଶ୍ଚିମବଙ୍ଗର ଦୁଇ ଜଣ ଏବଂ ଓଡ଼ିଶାର  ଜଣେ ପର୍ଯ୍ୟଟକ ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି  ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।