୩ ଦିନ ହେଲା ଶୀତ କାକରରେ ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ସୁବର୍ଣ୍ଣପୁର: ଦୀର୍ଘ ତିନିଦିନ ହେଲା ଶୀତ କାକରରେ ପଡ଼ି ରହିଛି ଚାଷୀ । ବିନା କଟନି ଛଟନିରେ ଧାନ ବିକିବା ଦାବିରେ ଚାଷୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି।  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଲ ସାଇ ବାବା ସ୍ଵଂୟ ସହାୟକ ଗୋଷ୍ଠୀରେ ଧାନ ବିକ୍ରି ଅବ୍ୟବସ୍ଥା ପାଇଁ ଚାଷୀ ଧାନ ବସ୍ତା ରଖି ତିନି ଦିନ ହେବ ସୁବର୍ଣ୍ଣପୁର ବରଗଡ ମୁଖ୍ୟ ରାସ୍ତାରେ  ବସି ରହିଛନ୍ତି l ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି l ଧାନ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ସହିତ ମିଲର୍ସଙ୍କ ମନମାନି ପାଇଁ ଆଜି ରାଜରାସ୍ତାରେ ଚାହୀ l ଯେ  ପର୍ଯ୍ୟନ୍ତ ଚାଷୀ ମାନଙ୍କ ସମସ୍ୟାର ସମାଧାନ ନ ହୋଇଛି  ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚାଷୀ କହିଛନ୍ତି l ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ ଚଳାଇଛନ୍ତି।   

୩ ଦିନ ହେଲା ଶୀତ କାକରରେ ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ସୁବର୍ଣ୍ଣପୁର: ଦୀର୍ଘ ତିନିଦିନ ହେଲା ଶୀତ କାକରରେ ପଡ଼ି ରହିଛି ଚାଷୀ । ବିନା କଟନି ଛଟନିରେ ଧାନ ବିକିବା ଦାବିରେ ଚାଷୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି।  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଲ ସାଇ ବାବା ସ୍ଵଂୟ ସହାୟକ ଗୋଷ୍ଠୀରେ ଧାନ ବିକ୍ରି ଅବ୍ୟବସ୍ଥା ପାଇଁ ଚାଷୀ ଧାନ ବସ୍ତା ରଖି ତିନି ଦିନ ହେବ ସୁବର୍ଣ୍ଣପୁର ବରଗଡ ମୁଖ୍ୟ ରାସ୍ତାରେ  ବସି ରହିଛନ୍ତି l 

ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି l ଧାନ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ସହିତ ମିଲର୍ସଙ୍କ ମନମାନି ପାଇଁ ଆଜି ରାଜରାସ୍ତାରେ ଚାହୀ l ଯେ  ପର୍ଯ୍ୟନ୍ତ ଚାଷୀ ମାନଙ୍କ ସମସ୍ୟାର ସମାଧାନ ନ ହୋଇଛି  ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚାଷୀ କହିଛନ୍ତି l ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ ଚଳାଇଛନ୍ତି।