ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁରରେ ଆଞ୍ଚଳିକ ସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସମ୍ବଲପୁ:ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ଭୁବନେଶ୍ୱର ସଂଭାଗ ସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ସଫଳ ଭାବରେ ଉଦ୍ଘାଟିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ୭ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ବାଳକ ଖେଳାଲି ଯଥା-କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁର,କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ,କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର, କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱର, କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର, ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କଟକ,ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୪ ଭୁବନେଶ୍ୱର ଓ ତିନୋଟ କେନ୍ଦ୍ରୀୟ ବିଦ୍ୟାଳୟରୁ ବାଳିକା ଖେଳାଡି ଯଥା- କେନ୍ଦ୍ରୀୟ ବିଦ୍ୟାଳୟ-୨ ବୁର୍ଲା, କେନ୍ଦ୍ରୀୟ ବିଦ୍ୟାଳୟ […] The post ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁରରେ ଆଞ୍ଚଳିକ ସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ appeared first on Odisha.News.

ସମ୍ବଲପୁ:ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ଭୁବନେଶ୍ୱର ସଂଭାଗ ସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ସଫଳ ଭାବରେ ଉଦ୍ଘାଟିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ୭ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ବାଳକ ଖେଳାଲି ଯଥା-କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁର,କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ,କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର, କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱର, କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର, ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କଟକ,ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୪ ଭୁବନେଶ୍ୱର ଓ ତିନୋଟ କେନ୍ଦ୍ରୀୟ ବିଦ୍ୟାଳୟରୁ ବାଳିକା ଖେଳାଡି ଯଥା- କେନ୍ଦ୍ରୀୟ ବିଦ୍ୟାଳୟ-୨ ବୁର୍ଲା, କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ, କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଭାଗ ନେଇଥିଲେ।ଏହି ଅବସରରେ ସମ୍ବଲପୁର ଡେ଼ପୁଟି କଲେକ୍ଟର ଶ୍ରୀମତୀ ଐଶର୍ଯ୍ୟା ପୃସେଠ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଡିଙ୍କୁ ଉତ୍ସାହିତ କରିଥିଲେ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁରର ପ୍ରଧାନ ଶିକ୍ଷକ ରଣରଞ୍ଜୟ ସିଂ ଅତିଥି ତଥା ଖେଳାଡିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ,ଶିକ୍ଷକ ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ,ବିଦ୍ୟାଳୟର ଉପାଆଚାର୍ଯ୍ୟ ବଳରାମ ମିଶ୍ର ତଥା ବିଦ୍ୟାଳୟର ପ୍ରଧାନ ଅଧ୍ୟାପକ ଚକ୍ରଧର ଦେହୁରୀ ଉପସ୍ଥିତ ଥିଲେ ।ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ସୁଶ୍ରୀ ସୋନାଳୀ କିସ୍ପଟା ଖେଳ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସୁଦାମ ଭୋଇ, ପଦ୍ମନାଭ ମିଶ୍ର,ଶ୍ରୀ କୃଷ୍ଣଲାଲ ଯାଦବ, ନବକୃଷ୍ଣ ମିଶ୍ର,ପବନ କୁମାର ନଟିଆର ପ୍ରମୁଖ ସହଯୋଗ କରିଥିଲେ।
The post ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁରରେ ଆଞ୍ଚଳିକ ସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ appeared first on Odisha.News.