ସୋହେଲ ଖାନ୍‌ଙ୍କ ସହ କିଏ ସେ ମିଷ୍ଟ୍ରି ଗର୍ଲ ? ପୁଣି ଥରେ ସଲମାନଙ୍କ ଘରେ ବାଜିବ ଶାହାନାଇ

ମୁମ୍ଵାଇ ୧୦।୦୯; ବଲିଉଡ ଅଭିନେତା ତଥା ନିର୍ମାତା ସୋହେଲ ଖାନ । ୨୦୨୨ ମସିହାରେ ସୀମା ସଜଦେହଙ୍କୁ ଛାଡପତ୍ର ଦେଇଥିଲେ। ଉଭୟେ ୧୯୯୮ ରେ ବିବାହ କରିଥିଲେ। ବହୁ ବର୍ଷ ଏକାଠି ରହିବା ପରେ ହଠାତ୍ ଦୁହେଁ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଲାଗୁଛି ଯେ ବଡ ଭାଇ ଅରବାଜଙ୍କ ପରି ସୋହେଲଙ୍କୁ ମଧ୍ୟ ନୂଆ ପ୍ରେମ ପାଇଛନ୍ତି। ଆମେ ଏହା କହୁ ନାହୁଁ, କିନ୍ତୁ ତାଙ୍କର ନୂଆ ଫଟୋ ଗୁଡ଼ିକ ସ୍ପଷ୍ଟ ଭାବରେ ନଜର ଆସୁଛି।ସୋହେଲ ଖାନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହିତ ଅଭିନେତାଙ୍କୁ ଦେଖିବାକୁ ମିଳିଛି । ଉଭୟେ ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସିବାବେଳେ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ। ଦୁହିଁଙ୍କୁ ଏକାଠି ଦେଖି ଗସିପ୍‌ ସର୍କଲରେ ଚର୍ଚ୍ଚା ହେଉଛି ଯେ ସଲମାନ ଖାନଙ୍କ ସାନଭାଇଙ୍କ ଲାଇଫ୍‌ରେ କିଏ ଜଣେ ଏଣ୍ଟ୍ରି କରିଛି।View this post on InstagramA post shared by ETimes (@etimes)ରିପୋର୍ଟ ଅନୁଯାୟୀ, ଯେତେବେଳେ ସୋହେଲ ଖାନ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସିଲେ। ତାଙ୍କ ସହ ଏକ ମିଷ୍ଟ୍ରି ଗର୍ଲ ଦେଖିବାକୁ ମିଳିଥିଲା। ସେବେଠାରୁ କୁହାଯାଉଛି ଯେ ସେ ସୋହେଲଙ୍କ ଗର୍ଲଫ୍ରେଣ୍ଡ ହୋଇପାରନ୍ତି। ତେବେ ଏହି ଖବର ଅଫିସିଆଲ ଭାବେ ନିଶ୍ଚିତ ହୋଇନାହିଁ। କିନ୍ତୁ ସୋହେଲଙ୍କ ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖିବା ପରେ ଖୁସି ହୋଇଯାଇଛନ୍ତ

ସୋହେଲ ଖାନ୍‌ଙ୍କ ସହ କିଏ ସେ ମିଷ୍ଟ୍ରି ଗର୍ଲ ? ପୁଣି ଥରେ ସଲମାନଙ୍କ ଘରେ ବାଜିବ ଶାହାନାଇ

ମୁମ୍ଵାଇ ୧୦।୦୯; ବଲିଉଡ ଅଭିନେତା ତଥା ନିର୍ମାତା ସୋହେଲ ଖାନ । ୨୦୨୨ ମସିହାରେ ସୀମା ସଜଦେହଙ୍କୁ ଛାଡପତ୍ର ଦେଇଥିଲେ। ଉଭୟେ ୧୯୯୮ ରେ ବିବାହ କରିଥିଲେ। ବହୁ ବର୍ଷ ଏକାଠି ରହିବା ପରେ ହଠାତ୍ ଦୁହେଁ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଲାଗୁଛି ଯେ ବଡ ଭାଇ ଅରବାଜଙ୍କ ପରି ସୋହେଲଙ୍କୁ ମଧ୍ୟ ନୂଆ ପ୍ରେମ ପାଇଛନ୍ତି। ଆମେ ଏହା କହୁ ନାହୁଁ, କିନ୍ତୁ ତାଙ୍କର ନୂଆ ଫଟୋ ଗୁଡ଼ିକ ସ୍ପଷ୍ଟ ଭାବରେ ନଜର ଆସୁଛି।

ସୋହେଲ ଖାନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହିତ ଅଭିନେତାଙ୍କୁ ଦେଖିବାକୁ ମିଳିଛି । ଉଭୟେ ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସିବାବେଳେ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ। ଦୁହିଁଙ୍କୁ ଏକାଠି ଦେଖି ଗସିପ୍‌ ସର୍କଲରେ ଚର୍ଚ୍ଚା ହେଉଛି ଯେ ସଲମାନ ଖାନଙ୍କ ସାନଭାଇଙ୍କ ଲାଇଫ୍‌ରେ କିଏ ଜଣେ ଏଣ୍ଟ୍ରି କରିଛି।


ରିପୋର୍ଟ ଅନୁଯାୟୀ, ଯେତେବେଳେ ସୋହେଲ ଖାନ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସିଲେ। ତାଙ୍କ ସହ ଏକ ମିଷ୍ଟ୍ରି ଗର୍ଲ ଦେଖିବାକୁ ମିଳିଥିଲା। ସେବେଠାରୁ କୁହାଯାଉଛି ଯେ ସେ ସୋହେଲଙ୍କ ଗର୍ଲଫ୍ରେଣ୍ଡ ହୋଇପାରନ୍ତି। ତେବେ ଏହି ଖବର ଅଫିସିଆଲ ଭାବେ ନିଶ୍ଚିତ ହୋଇନାହିଁ। କିନ୍ତୁ ସୋହେଲଙ୍କ ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖିବା ପରେ ଖୁସି ହୋଇଯାଇଛନ୍ତି। ଶୁଣିବାକୁ ମିଳିଛି କି ସେ ମଧ୍ୟ ଅରବାଜଙ୍କ ପରି ଖୁବ୍‌ ଶୀଘ୍ର ବର ସାଜିବେ ।