ସେୟାର ବଜାରର ପରିସ୍ଥିତିକୁ ନେଇ ରାହୁଲ ଗାନ୍ଧିଙ୍କ ଉଦବେଗ, ନିବେଶକଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ କଲେ ରଣନୀତି

ନୂଆଦିଲ୍ଲୀ ୨୬।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତୀୟ ସେୟାର ବଜାରର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଖୁଚୁରା ନିବେଶକଙ୍କୁ ବିପଦପୂର୍ଣ୍ଣ ବିନିଯୋଗ ପାଇଁ ପ୍ରଶିକ୍ଷିତ କରାଯିବା ଦରକାର। ସେ ପାର୍ଟି ପକ୍ଷରୁ ଯୁବ ନିବେଶକ, ଚାକିରୀ କରୁଥିବା ଲୋକ ଓ ସାଧାରଣ ନାଗରିକଙ୍କୁ ବଞ୍ଚାଇବା ପାଇଁ ରଣନୀତି ନିର୍ଦ୍ଧାରଣ କରିବାକୁ କହିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏ ନେଇ ସୋସିଆଲ ମିଡିଆରେ କଂଗ୍ରେସ ମିଡିଆ ଓ ପ୍ରଚାର ବିଭାଗ ଅଧ୍ୟକ୍ଷ ପବନ ଖେଡାଙ୍କ ସହିତ ଏକ କଥୋପକଥନ ସେୟାର କରିଛନ୍ତି। ରାହୁଲ ଗାନ୍ଧି ଏହି ପୋଷ୍ଟର ଶୀର୍ଷକ ରଖିଛନ୍ତି ‘ଭ୍ରଷ୍ଟା ଲୋକଙ୍କୁ ରକ୍ଷା କରୁଥିବା ଗ୍ୟାଙ୍ଗରେ କିଏ’? ଭିଡିଓ ପୋଷ୍ଟରେ ପବନ ଖେଡାଙ୍କ ସହ ଆଲୋଚନାରେ ରାହୁଲ ଗାନ୍ଧି ସେୟାର ବଜାରକୁ ବିପଦପୂର୍ଣ୍ଣ କ୍ଷେତ୍ର ବୋଲି କହିଛନ୍ତି। ସେ ପାର୍ଟି ନେତାମାନଙ୍କୁ ଖୁଚୁରା ନିବେଶକଙ୍କୁ ସେମାନଙ୍କ କଷ୍ଟଲବ୍ଧ ନିବେଶର ସୁରକ୍ଷା ପ୍ରତି ସଚେତନତା ପାଇଁ ନୂଆ ଉପାୟ ବିକଶିତ କରିବା ନିମନ୍ତେ ଆଗ୍ରହ କରିଛନ୍ତି। ଏଥିରେ ରାହୁଲ ଗାନ୍ଧି କହିଛନ୍ତି ଯେ ଯଦି ମୋତେ ପ୍ରସଙ୍ଗରେ ସାମିଲ କରିବାକୁ ଚାହାଁନ୍ତି ତେବେ କୁହନ୍ତୁ କିପରି କରିବେ ?Buch Bachao Syndicate pic.twitter.com/tfEsGKYoHm— Rahul Gandhi (@RahulGandhi) October 26, 2024ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍

ସେୟାର ବଜାରର ପରିସ୍ଥିତିକୁ ନେଇ ରାହୁଲ ଗାନ୍ଧିଙ୍କ ଉଦବେଗ, ନିବେଶକଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ କଲେ ରଣନୀତି

ନୂଆଦିଲ୍ଲୀ ୨୬।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତୀୟ ସେୟାର ବଜାରର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଖୁଚୁରା ନିବେଶକଙ୍କୁ ବିପଦପୂର୍ଣ୍ଣ ବିନିଯୋଗ ପାଇଁ ପ୍ରଶିକ୍ଷିତ କରାଯିବା ଦରକାର। ସେ ପାର୍ଟି ପକ୍ଷରୁ ଯୁବ ନିବେଶକ, ଚାକିରୀ କରୁଥିବା ଲୋକ ଓ ସାଧାରଣ ନାଗରିକଙ୍କୁ ବଞ୍ଚାଇବା ପାଇଁ ରଣନୀତି ନିର୍ଦ୍ଧାରଣ କରିବାକୁ କହିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏ ନେଇ ସୋସିଆଲ ମିଡିଆରେ କଂଗ୍ରେସ ମିଡିଆ ଓ ପ୍ରଚାର ବିଭାଗ ଅଧ୍ୟକ୍ଷ ପବନ ଖେଡାଙ୍କ ସହିତ ଏକ କଥୋପକଥନ ସେୟାର କରିଛନ୍ତି। 

ରାହୁଲ ଗାନ୍ଧି ଏହି ପୋଷ୍ଟର ଶୀର୍ଷକ ରଖିଛନ୍ତି ‘ଭ୍ରଷ୍ଟା ଲୋକଙ୍କୁ ରକ୍ଷା କରୁଥିବା ଗ୍ୟାଙ୍ଗରେ କିଏ’? ଭିଡିଓ ପୋଷ୍ଟରେ ପବନ ଖେଡାଙ୍କ ସହ ଆଲୋଚନାରେ ରାହୁଲ ଗାନ୍ଧି ସେୟାର ବଜାରକୁ ବିପଦପୂର୍ଣ୍ଣ କ୍ଷେତ୍ର ବୋଲି କହିଛନ୍ତି। ସେ ପାର୍ଟି ନେତାମାନଙ୍କୁ ଖୁଚୁରା ନିବେଶକଙ୍କୁ ସେମାନଙ୍କ କଷ୍ଟଲବ୍ଧ ନିବେଶର ସୁରକ୍ଷା ପ୍ରତି ସଚେତନତା ପାଇଁ ନୂଆ ଉପାୟ ବିକଶିତ କରିବା ନିମନ୍ତେ ଆଗ୍ରହ କରିଛନ୍ତି। ଏଥିରେ ରାହୁଲ ଗାନ୍ଧି କହିଛନ୍ତି ଯେ ଯଦି ମୋତେ ପ୍ରସଙ୍ଗରେ ସାମିଲ କରିବାକୁ ଚାହାଁନ୍ତି ତେବେ କୁହନ୍ତୁ କିପରି କରିବେ ?


ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୬୬୨.୮୭ ଅଙ୍କ ହ୍ରାସ ସହ ୭୯,୪୦୨.୨୯ରେ ବନ୍ଦ ହୋଇଥିଲା। ସେନସେକ୍ସରେ ଏପରି ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୬.୮୦ ଲକ୍ଷ କୋଟିଟଙ୍କା ହ୍ରାସ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ରେ ନିଫ୍ଟି ୨୧୮.୬୦ ଅଙ୍କ ହ୍ରାସ ହୋଇ ୨୪,୧୮୦.୮୦ବନ୍ଦ ହୋଇଛି। ଶୁକ୍ରବାର ସୂଚକାଙ୍କ ଲଗାତାର ଚତୁର୍ଥ ସପ୍ତାହ ହ୍ରାସର ସହିତ ବନ୍ଦ ହୋଇଛି।