ଝିଅକୁ ହତ୍ୟା ଅଭିଯୋଗରେ ଶାଶୁ-ଶ୍ବଶୁରଙ୍କୁ ନିର୍ଦ୍ଧୁମ ଛେଚିଲେ ବାପଘର ଲୋକ, ଜ୍ବାଇଁଙ୍କୁ ଫାଶୀ ଦେବାକୁ ଦାବି

ସୋର ୧୩।୬: ଝିଅକୁ ଜ୍ବାଇଁ ହତ୍ୟା ଅଭିଯୋଗରେ ଶାଶୁ-ଶ୍ବଶୁରଙ୍କୁ ବାନ୍ଧି ନିସ୍ତୁକ ଛେଚିଲେ ବାପଘର ଲୋକ । ଏଭଳି ଅଭାବନୀୟ ଘଟଣା ସୋର ଡାକ୍ତରଖାନାରେ ଦେଖିବାକୁ ମିଳିଛି l ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ସିମୁଳିଆ ଥାନା ଅଞ୍ଚଳର ଯୁବତୀ ସୋର ଥାନା ଅଞ୍ଚଳରେ ବିବାହ କରିଥିଲେ । ଉଭୟ ସବ୍ ରେଜିଷ୍ଟ୍ରି କୋର୍ଟରେ ପ୍ରେମ ବିବାହ କରିଥିଲେ । ଗୁରୁବାର ତାଙ୍କ ମା’ ଝିଅ ଶାଶୁଘରକୁ ରଜ ଭାର ନେଇ ଯାଇଥିଲେ । ଶୁକ୍ରବାର ସକାଳେ ହଠାତ ଝିଅର ମୃତ୍ୟୁ ଖବର ପାଇ ସୋର ଡାକ୍ତଖାନାରେ ଝିଅ ଶବ ଦେଖିବାକୁ ପାଇଥିଲେ । ବାପଘର ପରିବାର ଝିଅ ଶବ ନିକଟରେ ଉପସ୍ଥିତ ଥିବା ଶ୍ୱଶୁର ଓ ଶାଶୁଙ୍କୁ ରେଲିଂରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଶାଶୁ-ଶ୍ବଶୁରଙ୍କୁ ଅଟକ ରଖିଥିଲେ ବାପଘର ଲୋକ l ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୋଲିସ ଉଭୟଙ୍କୁ ଏସ୍କର୍ଟ କରି ରଖିଛି । ଜ୍ବାଇଁକୁ ଫାଶୀ ଦେବାକୁ ମୃତକଙ୍କ ମା’ ଦାବି କରିଛନ୍ତି ।You Can Read:ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରୁଥିଲେ ସ୍ତ୍ରୀ, ତଣ୍ଟି ଚିପି ହତ୍ୟା କଲେ ସ୍ବାମୀ 

ଝିଅକୁ ହତ୍ୟା ଅଭିଯୋଗରେ ଶାଶୁ-ଶ୍ବଶୁରଙ୍କୁ ନିର୍ଦ୍ଧୁମ ଛେଚିଲେ ବାପଘର ଲୋକ, ଜ୍ବାଇଁଙ୍କୁ ଫାଶୀ ଦେବାକୁ ଦାବି

ସୋର ୧୩।୬: ଝିଅକୁ ଜ୍ବାଇଁ ହତ୍ୟା ଅଭିଯୋଗରେ ଶାଶୁ-ଶ୍ବଶୁରଙ୍କୁ ବାନ୍ଧି ନିସ୍ତୁକ ଛେଚିଲେ ବାପଘର ଲୋକ । ଏଭଳି ଅଭାବନୀୟ ଘଟଣା ସୋର ଡାକ୍ତରଖାନାରେ ଦେଖିବାକୁ ମିଳିଛି l 

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ସିମୁଳିଆ ଥାନା ଅଞ୍ଚଳର ଯୁବତୀ ସୋର ଥାନା ଅଞ୍ଚଳରେ ବିବାହ କରିଥିଲେ । ଉଭୟ ସବ୍ ରେଜିଷ୍ଟ୍ରି କୋର୍ଟରେ ପ୍ରେମ ବିବାହ କରିଥିଲେ । ଗୁରୁବାର ତାଙ୍କ ମା’ ଝିଅ ଶାଶୁଘରକୁ ରଜ ଭାର ନେଇ ଯାଇଥିଲେ । ଶୁକ୍ରବାର ସକାଳେ ହଠାତ ଝିଅର ମୃତ୍ୟୁ ଖବର ପାଇ ସୋର ଡାକ୍ତଖାନାରେ ଝିଅ ଶବ ଦେଖିବାକୁ ପାଇଥିଲେ । ବାପଘର ପରିବାର ଝିଅ ଶବ ନିକଟରେ ଉପସ୍ଥିତ ଥିବା ଶ୍ୱଶୁର ଓ ଶାଶୁଙ୍କୁ ରେଲିଂରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଶାଶୁ-ଶ୍ବଶୁରଙ୍କୁ ଅଟକ ରଖିଥିଲେ ବାପଘର ଲୋକ l ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୋଲିସ ଉଭୟଙ୍କୁ ଏସ୍କର୍ଟ କରି ରଖିଛି । ଜ୍ବାଇଁକୁ ଫାଶୀ ଦେବାକୁ ମୃତକଙ୍କ ମା’ ଦାବି କରିଛନ୍ତି ।

You Can Read:

ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରୁଥିଲେ ସ୍ତ୍ରୀ, ତଣ୍ଟି ଚିପି ହତ୍ୟା କଲେ ସ୍ବାମୀ