ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଚାପାରେ ଚାଲିଗଲା ୨ ଜଣଙ୍କ ଜୀବନ

ରାୟଗଡ଼ା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ  ଘଟିଛି। ଟ୍ରକ ଚାପାରେ ଦୁଇ ଜଣ ବାଇକ ଅରୋହୀଙ୍କ ପ୍ରାଣହାନୀ ଘଟିଛି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ଏହି ଦୁର୍ଘଟଣା ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡା ନିକଟରେ ଘଟିଛି। ସୂଚନା ଅନୁଯାୟୀ, ଉଭୟ ଏକ ସ୍କୁଟି ଯୋଗେ ଜେକେପୁରୁରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ଭାକୁରଗୁଡା ନିକଟରେ ଏକ ଡିଭାଇଡରକୁ ଧକ୍କା ଦେଇ ଉଭୟ ତଳେ ପଡିଥିବା ବେଳେ ପଛପଟରୁ ଏକ   ଟ୍ରକ ଉଭୟଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଛି। ମୃତକ ପୁରେନ୍ଦ୍ର ମହାନନ୍ଦିଆ ଙ୍କ ଘର କଲ୍ୟାଣସିଙ୍ଗ ପୁରୁ ବ୍ଲକ ପାଣ୍ଡ୍ରlପଡା ହୋଇଥିବା ବେଳେ ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ଏନେଇ ଚାନ୍ଦିଲି ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ର ଅଧିକ ଅନୁସନ୍ଧାନ କରୁଛି।

ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଚାପାରେ ଚାଲିଗଲା ୨ ଜଣଙ୍କ ଜୀବନ

ରାୟଗଡ଼ା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ  ଘଟିଛି। ଟ୍ରକ ଚାପାରେ ଦୁଇ ଜଣ ବାଇକ ଅରୋହୀଙ୍କ ପ୍ରାଣହାନୀ ଘଟିଛି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ଏହି ଦୁର୍ଘଟଣା ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡା ନିକଟରେ ଘଟିଛି। 

ସୂଚନା ଅନୁଯାୟୀ, ଉଭୟ ଏକ ସ୍କୁଟି ଯୋଗେ ଜେକେପୁରୁରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ଭାକୁରଗୁଡା ନିକଟରେ ଏକ ଡିଭାଇଡରକୁ ଧକ୍କା ଦେଇ ଉଭୟ ତଳେ ପଡିଥିବା ବେଳେ ପଛପଟରୁ ଏକ   ଟ୍ରକ ଉଭୟଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଛି। ମୃତକ ପୁରେନ୍ଦ୍ର ମହାନନ୍ଦିଆ ଙ୍କ ଘର କଲ୍ୟାଣସିଙ୍ଗ ପୁରୁ ବ୍ଲକ ପାଣ୍ଡ୍ରlପଡା ହୋଇଥିବା ବେଳେ ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ଏନେଇ ଚାନ୍ଦିଲି ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ର ଅଧିକ ଅନୁସନ୍ଧାନ କରୁଛି।