ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ

ମୟୁରଭଞ୍ଜ : ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଶିମିଳିପାଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସରକାର ଏକ ଠୋସ୍ ପଦକ୍ଷେପ ଉଠାଇଛନ୍ତି । ଅଭୟାରଣ୍ୟର ସୁରକ୍ଷା ପାଇଁ ୧୩୧ ଜଣିଆ ସଶସ୍ତ୍ର ପୋଲିସ ଫୋର୍ସ ପଦବୀ ସୃଷ୍ଟି କରି ନିୟୋଜିତ କରିବାକୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ସଚିବ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ । ଏହି ପଦବୀଗୁଡିକୁ ଯଥାଶୀଘ୍ର […]

ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ
ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ

ମୟୁରଭଞ୍ଜ : ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଶିମିଳିପାଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସରକାର ଏକ ଠୋସ୍ ପଦକ୍ଷେପ ଉଠାଇଛନ୍ତି । ଅଭୟାରଣ୍ୟର ସୁରକ୍ଷା ପାଇଁ ୧୩୧ ଜଣିଆ ସଶସ୍ତ୍ର ପୋଲିସ ଫୋର୍ସ ପଦବୀ ସୃଷ୍ଟି କରି ନିୟୋଜିତ କରିବାକୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ସଚିବ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ । ଏହି ପଦବୀଗୁଡିକୁ ଯଥାଶୀଘ୍ର ପୂରଣ କରିବାକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଅନୁରୋଧ କରାଯାଇଛି ।

ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ । ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍-ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ ।