ନିଜେ ଘରେ ରହିବାକୁ ଭଡା
ସାଧାରଣତଃ ପିଲାମାନେ ରୋଜଗାର କ୍ଷମ ହେବା ପର୍ଯ୍ୟନ୍ତ ବାପା ମାଆମାନେ ସେମାନଙ୍କ ଦାୟିତ୍ୱ ନେଇଥାଆନ୍ତି । ସେମାନଙ୍କ ରହିବା, ଖାଇବା, ପାଠ ପଢିବା ଆଦିର ବ୍ୟବସ୍ଥା ବାପାମାଆ କରିଥାଆନ୍ତି । ହେଲେ ନୁ୍ୟୟର୍କର ଜଣେ ମହିଳା ଏହି ଧାରାକୁ ଅନୁକରଣ କରିବାକୁ ନାରାଜ । ସେ ନିଜେ ନିଜର ରୁଲ ବନାଇ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କର ପିଲାମାନଙ୍କୁ ନିଜ ଘରେ ରହିବା ପାଇଁ ଘର ଭଡା ଦେବାକୁ ହେଉଛି । ସୂଚନା ଅନୁସାରେ […]

ସାଧାରଣତଃ ପିଲାମାନେ ରୋଜଗାର କ୍ଷମ ହେବା ପର୍ଯ୍ୟନ୍ତ ବାପା ମାଆମାନେ ସେମାନଙ୍କ ଦାୟିତ୍ୱ ନେଇଥାଆନ୍ତି । ସେମାନଙ୍କ ରହିବା, ଖାଇବା, ପାଠ ପଢିବା ଆଦିର ବ୍ୟବସ୍ଥା ବାପାମାଆ କରିଥାଆନ୍ତି । ହେଲେ ନୁ୍ୟୟର୍କର ଜଣେ ମହିଳା ଏହି ଧାରାକୁ ଅନୁକରଣ କରିବାକୁ ନାରାଜ । ସେ ନିଜେ ନିଜର ରୁଲ ବନାଇ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କର ପିଲାମାନଙ୍କୁ ନିଜ ଘରେ ରହିବା ପାଇଁ ଘର ଭଡା ଦେବାକୁ ହେଉଛି । ସୂଚନା ଅନୁସାରେ ମହିଳାଙ୍କର ଯଥାକ୍ରମେ୬,୮ ଓ ୯ ବର୍ଷର ତିନୋଟି ସନ୍ତାନ ଅଛନ୍ତି, ଯେଉଁମାନଙ୍କ ଠାରୁ ସେ ଘର ଭଡା ଆଦାୟ କରନ୍ତି । କେବଳ ଘର ଭଡା ନୁହେଁ ସେମାନଙ୍କୁ ଗ୍ରସରୀ ବିଲ୍ ଓ ଡଲାର ୟୁଟିଲିଟି ପାଇଁ ମଧ୍ୟ ଭଡା ଦେବାକୁ ହୋଇଥାଏ । ସେମାନେ ଘର ଭଡା ବାବଦକୁ ଏକ ଡଲାର, ଗ୍ରସରୀ ବାବଦକୁ ୧ ଡଲାର ଓ ୟୁଟିଲିଟି ବାବଦକୁ ଏକ ଡଲାର ପୈଠ କରନ୍ତି । ଏହିପରି ଭାବେ ପିଲାଙ୍କୁ ମାସକୁ ୩ଡଲାର ମହିଳାଙ୍କୁ ଦେଇଥାଆନ୍ତି । ପିଲାମାନଙ୍କୁ ପ୍ରତି ମାସରେ ପକେଟ ମନି ଭାବେ ୬ ଡଲାର ମିଳିଥାଏ, ସେଥିରୁ ସେମାନେ ୩ ଡଲାର ଘର ଖର୍ଚ୍ଚ କରନ୍ତି ବାକି ୩ ଡଲାରରେ ଚଳିଥାଆନ୍ତି । ମହିଳା ଜଣଙ୍କ ମଧ୍ୟ ସମସ୍ତ ଖର୍ଚ୍ଚ ବଜେଟ୍ ଅନୁସାରେ କରନ୍ତି ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ମହିଳାଙ୍କର ଏହି ପ୍ରକ୍ରିୟା ପଛରେ ପିଲାଙ୍କୁ ପଇସାର ମହତ୍ତ୍ୱ ଶିଖାଇବା ଉଦ୍ଦେଶ୍ୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ସେମାନେ ବଡ ହେବା ପରେ ଯେପରି ନିଜ ବଜେଟ୍କୁ ସୁରୁଖୁରୁରେ ସମ୍ଭାଳିପାରିବେ ସେଥିପାଇଁ ମହିଳା ଜଣଙ୍କ ତାଙ୍କୁ ଏବେ ଠାରୁ ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି । ତେବେ ମହିଳାଙ୍କର ଏହି ପ୍ରକ୍ରିୟାକୁ କେତେଜଣ ପସନ୍ଦ କରୁଥିବାବେଳେ କେତେ ଜନ ନାପସନ୍ଦ ମଧ୍ୟ କରୁଛନ୍ତି ।