ସୈନ୍ୟ ଇତିହାସରେ ପ୍ରଥମ ଥର, ୨ ସହପାଠୀ ସ୍ଥଳ ସେନା ଏବଂ ନୌସେନାର ହେବେ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ ଥର ଦୁଇ ସହପାଠୀ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଆଡମିରଲ ଦିନେଶ ତ୍ରିପାଠୀ, ଭାରତୀୟ ସ୍ଥଳ ସେନା ଏବଂ ନୌସେନାର ମୁଖ୍ୟ ହେବେ । ମଧ୍ୟପ୍ରଦେଶର ସୈନିକ ସ୍କୁଲ ରିୱାରୁ ଆସିଥିବା ନୌସେନା ମୁଖ୍ୟ ଆଡମିରଲ ଦିନେଶ ତ୍ରିପାଠୀ ଏବଂ ନୂଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ୧୯୭୦ ଦଶକ ଆରମ୍ଭରେ ପଞ୍ଚମ ଶ୍ରେଣୀରେ ମିଶି ପାଠ ପଢୁଥିଲେ । ଦୁଇ ଅଧିକାରୀଙ୍କ ରୋଲ୍ ନମ୍ୱର ମଧ୍ୟ ପାଖାପାଖି ରହିଥିଲା । ଲେଫ୍ଟନାଣ୍ଟ ଦ୍ୱିବେଦୀଙ୍କ ରୋଲ୍ ନମ୍ୱର ୯୩୧ ଏବଂ ଆଡମିରଲ ତ୍ରିପାଠୀଙ୍କ ରୋଲ୍ ନମ୍ୱର ୯୩୮ ଥିଲା ।ସ୍କୁଲ ବେଳେ ଦୁହେଁ ଭଲ ସାଙ୍ଗ ଥିଲେ ଏବଂ ସେମାନେ ଅଲଗା ଅଲଗା ଜାଗାରେ ରହିବା ପରେ ବି ସବୁବେଳେ ଯୋଗାଯୋଗରେ ରହିଥିଲେ । ଦୁଇ ଅଧିକାରୀଙ୍କୁ ଜାଣିଥିବା ଜଣେ ରକ୍ଷା ଅଧିକାରୀ କହିଛନ୍ତି ଯେ ସେନାରେ ନେତୃତ୍ୱଙ୍କ ମଧ୍ୟରେ ଭଲ ବନ୍ଧୁତା, ସେନା ମଧ୍ୟରେ କାର୍ଯ୍ୟ ସମ୍ୱନ୍ଧକୁ ମଜଭୁତ କରିବାରେ ବହୁ ଗୁରୁତ୍ୱ ରଖିଥାଏ ।For the first time in Indian Military history, Chiefs of Navy and Army hail from the same school. This rare honour of nurturing two prodigious students, who would go on to lead their respective Services 50 years later, goes to Sainik School, Rewa in Madhya Pradesh. (1/2) pic.twitt

ସୈନ୍ୟ ଇତିହାସରେ ପ୍ରଥମ ଥର, ୨ ସହପାଠୀ ସ୍ଥଳ ସେନା ଏବଂ ନୌସେନାର ହେବେ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ ଥର ଦୁଇ ସହପାଠୀ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଆଡମିରଲ ଦିନେଶ ତ୍ରିପାଠୀ, ଭାରତୀୟ ସ୍ଥଳ ସେନା ଏବଂ ନୌସେନାର ମୁଖ୍ୟ ହେବେ । ମଧ୍ୟପ୍ରଦେଶର ସୈନିକ ସ୍କୁଲ ରିୱାରୁ ଆସିଥିବା ନୌସେନା ମୁଖ୍ୟ ଆଡମିରଲ ଦିନେଶ ତ୍ରିପାଠୀ ଏବଂ ନୂଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ୧୯୭୦ ଦଶକ ଆରମ୍ଭରେ ପଞ୍ଚମ ଶ୍ରେଣୀରେ ମିଶି ପାଠ ପଢୁଥିଲେ । ଦୁଇ ଅଧିକାରୀଙ୍କ ରୋଲ୍ ନମ୍ୱର ମଧ୍ୟ ପାଖାପାଖି ରହିଥିଲା । ଲେଫ୍ଟନାଣ୍ଟ ଦ୍ୱିବେଦୀଙ୍କ ରୋଲ୍ ନମ୍ୱର ୯୩୧ ଏବଂ ଆଡମିରଲ ତ୍ରିପାଠୀଙ୍କ ରୋଲ୍ ନମ୍ୱର ୯୩୮ ଥିଲା ।

ସ୍କୁଲ ବେଳେ ଦୁହେଁ ଭଲ ସାଙ୍ଗ ଥିଲେ ଏବଂ ସେମାନେ ଅଲଗା ଅଲଗା ଜାଗାରେ ରହିବା ପରେ ବି ସବୁବେଳେ ଯୋଗାଯୋଗରେ ରହିଥିଲେ । ଦୁଇ ଅଧିକାରୀଙ୍କୁ ଜାଣିଥିବା ଜଣେ ରକ୍ଷା ଅଧିକାରୀ କହିଛନ୍ତି ଯେ ସେନାରେ ନେତୃତ୍ୱଙ୍କ ମଧ୍ୟରେ ଭଲ ବନ୍ଧୁତା, ସେନା ମଧ୍ୟରେ କାର୍ଯ୍ୟ ସମ୍ୱନ୍ଧକୁ ମଜଭୁତ କରିବାରେ ବହୁ ଗୁରୁତ୍ୱ ରଖିଥାଏ ।


ରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଏ ଭାରତ ଭୂଷଣ ବାବୁ ଟ୍ୱିଟ୍ କରି କହିଛନ୍ତି ଯେ ଦୁଇ ପ୍ରତିଭାଶାଳୀ ଛାତ୍ରଙ୍କୁ ପ୍ରଶିକ୍ଷିତ କରିବାର ଏହା ଦୁର୍ଲଭ ସମ୍ମାନ, ଯାହା ୫୦ ବର୍ଷ ପରେ ନିଜ ନିଜ ସେମାନର ନେତୃତ୍ୱ କରିବେ । ଦୁଇ ସହପାଠୀଙ୍କ ନିଯୁକ୍ତ ମଧ୍ୟ ପ୍ରାୟ ସମାନ ସମୟରେ ହୋଇଥିଲା, ଅର୍ଥାତ୍ ପ୍ରାୟ ଦୁଇ ମାସର ବ୍ୟବଧାନରେ ହୋଇଥିଲା । ଆଡମିରଲ ମେ ୧ରେ ନୌସେନାର ମୁଖ୍ୟ ହୋଇଥିଲେ, ଅନ୍ୟପଟେ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ଜୁନ୍ ୩୦ରୁ ନୂଆ ସ୍ଥଳ ସେନାଧ୍ୟକ୍ଷ ହୋଇଛନ୍ତି ।