ସ୍ଵାମୀ ସହ ମିଶି ସୁନା ତସ୍କରୀ କରୁଥିଲେ କନ୍ନଡ ଅଭିନେତ୍ରୀ ରାନ୍ୟା, ଏୟାରପୋର୍ଟରୁ ହେଲେ ଗିରଫ
ମୁମ୍ଵାଇ ୦୫।୦୩; ସୁନା ତସ୍କରୀ ମାମଲାରେ ବନ୍ଧା ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରାନ୍ୟା ରାଓ । ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ଏୟାରପୋର୍ଟରେ ସୁନାଚାଲାଣ ଅଭିଯୋଗରେ ଡିଆରଆଇ ତାଙ୍କୁ ଗିରଫ କରିଛି । ଦୁବାଇରୁ ୧୪.୦୮ କେଜି ସୁନା ଆଣି ଭାରତ ଫେରୁଥିଲେ ରାନ୍ୟା ରାଓ । ଯାଞ୍ଚ ପରେ ତାଙ୍କ ଠାରୁ ସୁନା ଜବତ କରିବା ସହ ରାନ୍ୟାଙ୍କୁ ଗିରଫ କରିଛି ଡିଆରଆଇ ।ରାନ୍ୟା କର୍ଣ୍ଣାଟକ ଡିଜିପିଙ୍କ ଝିଅସୂଚନା ଅନୁସାରେ, ରାନ୍ୟା ରାଓ କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓଙ୍କ ଝିଅ । ଏତେ ପରିମାଣରେ ସୁନା ଜବତ ହେବା ପରେ ଡିଆରଆଇ ଟିମ ତାଙ୍କୁ ପଚରାଉଚରା କରୁଛି । ତେବେ ଦୀର୍ଘ ଦିନ ରାନ୍ୟା ସୁନା ତସ୍କରୀରେ ସାମିଲ ଥିବା ଖବର ପାଇଥିଲେ ଡିଆରଆଇ ଅଧିକାରୀ । ଗତ ୧୫ ଦିନ ମଧ୍ୟରେ ସେ ୪ ଥର ଦୁବାଇ ଯାତ୍ରା କରିଥିଲେ । ଏହାକୁ ନେଇ ତାଙ୍କ ଉପରେ ସନ୍ଦେହ ବଢିଥିଲା। ରାନ୍ୟାଙ୍କ ଉପରେ ନଜର ରଖିଥିଲେ ଡିଆରଆଇ ଟିମ୍ ।Directorate of Revenue Intelligence (DRI) intercepted a passenger carrying foreign-origin gold bars valued at Rs. 12.56 Crores at Kempegowda International Airport, Bengaluru. She had arrived from Dubai to Bengaluru via Emirates flight on March 3, 2025.Following the… pic.twitter.com/QyE6dKmCE1— ANI (@ANI) March 5, 2025୩୪ ବର୍ଷୀ
ମୁମ୍ଵାଇ ୦୫।୦୩; ସୁନା ତସ୍କରୀ ମାମଲାରେ ବନ୍ଧା ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରାନ୍ୟା ରାଓ । ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ଏୟାରପୋର୍ଟରେ ସୁନାଚାଲାଣ ଅଭିଯୋଗରେ ଡିଆରଆଇ ତାଙ୍କୁ ଗିରଫ କରିଛି । ଦୁବାଇରୁ ୧୪.୦୮ କେଜି ସୁନା ଆଣି ଭାରତ ଫେରୁଥିଲେ ରାନ୍ୟା ରାଓ । ଯାଞ୍ଚ ପରେ ତାଙ୍କ ଠାରୁ ସୁନା ଜବତ କରିବା ସହ ରାନ୍ୟାଙ୍କୁ ଗିରଫ କରିଛି ଡିଆରଆଇ ।
ରାନ୍ୟା କର୍ଣ୍ଣାଟକ ଡିଜିପିଙ୍କ ଝିଅ
ସୂଚନା ଅନୁସାରେ, ରାନ୍ୟା ରାଓ କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓଙ୍କ ଝିଅ । ଏତେ ପରିମାଣରେ ସୁନା ଜବତ ହେବା ପରେ ଡିଆରଆଇ ଟିମ ତାଙ୍କୁ ପଚରାଉଚରା କରୁଛି । ତେବେ ଦୀର୍ଘ ଦିନ ରାନ୍ୟା ସୁନା ତସ୍କରୀରେ ସାମିଲ ଥିବା ଖବର ପାଇଥିଲେ ଡିଆରଆଇ ଅଧିକାରୀ । ଗତ ୧୫ ଦିନ ମଧ୍ୟରେ ସେ ୪ ଥର ଦୁବାଇ ଯାତ୍ରା କରିଥିଲେ । ଏହାକୁ ନେଇ ତାଙ୍କ ଉପରେ ସନ୍ଦେହ ବଢିଥିଲା। ରାନ୍ୟାଙ୍କ ଉପରେ ନଜର ରଖିଥିଲେ ଡିଆରଆଇ ଟିମ୍ ।
Directorate of Revenue Intelligence (DRI) intercepted a passenger carrying foreign-origin gold bars valued at Rs. 12.56 Crores at Kempegowda International Airport, Bengaluru. She had arrived from Dubai to Bengaluru via Emirates flight on March 3, 2025.
Following the… pic.twitter.com/QyE6dKmCE1— ANI (@ANI) March 5, 2025
୩୪ ବର୍ଷୀୟ ଅଭିନେତ୍ରୀ ରାନ୍ୟା ସୁନା ନେଇ ଦୁବାଇରୁ ବେଙ୍ଗାଲୁରୁ ଫେରୁଥିବା ଖବର ପାଇଥିଲା ଡିଆରଆଇ । ଏହା ପରେ ବିମାନବନ୍ଦରରେ ତାଙ୍କ ଉପରେ ଧରିଥିଲେ ଡିଆରଆଇ ଅଧିକାରୀ । ଯାଞ୍ଚ ବେଳେ ସେ ବିରୋଧ କରିଥିଲେ । ନିୟମ ଅନୁସାରେ, ଡିଆରଆଇ ଅଧିକାରୀ ତାଙ୍କୁ ପଚରାଉଚରା କରିବା ସହ ତଲାସି ନେଇଥିଲେ । ସେ ତାଙ୍କ କପଡା ଭିତରେ ସୁନା ଲୁଚାଇ ରଖିଥିଲେ । ତଲାସି ବେଳେ ୧୪.୮ କେଜି ସୁନା ଜବତ କରାଯାଇଛି । ଡିଆରଆଇ ଅଧିକାରୀଙ୍କ ସୂଚନା ଅନୁସାରେ, ଜବତ ସୁନାର ମୂଲ୍ୟ ୧୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ତେବେ ରାନ୍ୟା ଗିରଫ ହେବା ପରେ DRI ମୁଖ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ଏଥିରେ ସୁନା ତସ୍କରୀରେ ସେ ଏକା ଜଡିତ ଥିଲେ ନା ଆଉ କିଏ ଏଥିରେ ସାମିଲ ଅଛନ୍ତି ଏହାର ଖୋଳତାଡ କରାଯାଉଛି ।