ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଫିଙ୍ଗର୍ ପ୍ରିଣ୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ
ମୁମ୍ବାଇ : ବଲିଉଡ ଅଭିନେତା ସେଫ୍ ଅଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ। ଦୁଇ ଦିନ... The post ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଫିଙ୍ଗର୍ ପ୍ରିଣ୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ appeared first on .
ମୁମ୍ବାଇ : ବଲିଉଡ ଅଭିନେତା ସେଫ୍ ଅଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ। ଦୁଇ ଦିନ ତଳେ ଖବର ଆସିଥିଲା ଯେ, ଧରାପଡ଼ିଥିବା ଅଭିଯୁକ୍ତ ଅଶ୍ରଫୁଲର ଫିଙ୍ଗର୍ ପ୍ରିଣ୍ଟ ସହିତ ଘରୁ ମିଳିଥିବା ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉନି। ଏହାକୁ ନେଇ ନାନା ଚର୍ଚ୍ଚା ହୋଇଥିଲା। ଆଜି ଏହାର ସ୍ପଷ୍ଟୀକରଣ ଦେଇଛି ମୁୁମ୍ବାଇ ପୋଲିସ। ଅତିରିକ୍ତ ପୋଲିସ କମିଶନର୍ କହିଛନ୍ତି, ଫିଙ୍ଗର ପ୍ରିଣ୍ଟର ପୁରା ରିପୋର୍ଟ ଆସିନାହିଁ। କିନ୍ତୁ ଆମେ ଅସଲି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛୁ। ସବୁ ପ୍ରମାଣ ମିଳିଛି। ତେଣୁ କିଛି ଅସୁବିଧା ନାହିଁ। ସାକ୍ଷୀମାନଙ୍କ ବୟାନ ବି ରେକର୍ଡ ହୋଇଛି। ଫଳରେ ତଦନ୍ତ କି ଚାର୍ଜସିଟରେ କିଛି ଅସୁବିଧା ନାହିଁ ବୋଲି ଅତିରିକ୍ତ ପୋଲିସ କମିଶନର୍ କହିଛନ୍ତି।
The post ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଫିଙ୍ଗର୍ ପ୍ରିଣ୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ appeared first on .