ସୋଆ ଓ ଆଇବିପିଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ, ମିଳିତ ଭାବରେ କରିବେ କୀଟ ଉପରେ ଗବେଷଣା

ଭୁବନେଶ୍ୱର: ଶିSOA and IBPL sign MoU to jointly conduct research on insects କ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଇନ୍‌ସେକ୍ଟିକା ବାୟୋଟେକ୍ ପ୍ରାଇଭେଟ ଲିମିଟେଡ୍ (ଆଇବିପିଏଲ୍‌) ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ। ଶନିବାର ଏହି ବୁଝାମଣା ଅନୁଯାୟୀ, କୀଟରୁ ପ୍ରସ୍ତୁତ ହେଉଥିବା ଔଦ୍ୟୋଗିକ ଉତ୍ପାଦ ଉପରେ ଉଭୟ ମିଳିତ ଗବେଷଣା କରିବେ।ଆଇବିପିଏଲ୍ କୀଟ ପତଙ୍ଗମାନଙ୍କ ଉପରେ ଗବେଷଣା କରି ବିଶ୍ୱ ତାପମାନ ବୃଦ୍ଧି ତଥା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିବାବେଳେ ଆବର୍ଜନାକୁ ପୁର୍ନବ୍ୟବହାର କରି ପରିବେଶ ସୁରକ୍ଷା ନିମନ୍ତେ ଉଦ୍ୟମ ଜାରି ରଖିଛି । ଏହି ବୁଝାମଣା ପତ୍ର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆଇବିପିଏଲ୍‌ର ନିର୍ଦ୍ଦେଶକ ଅରୁଣ କୁମାର ଦାସଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଆଇବିପିଏଲ୍‌ର ବୈଜ୍ଞାନିକମାନେ ବ୍ଲାକ ସୋଲ୍‌ଜର ଫ୍ଲାଇ ବା କଳା ସେନାପତି ମାଛି ଉପରେ ଗବେଷଣା ଜାରି ରଖିଛନ୍ତି ଯେପରି ଏହାର ପ୍ରତିପାଳନ ଓ ଚାଷ ଦ୍ୱାରା କୀଟରୁ ପୁଷ୍ଟିସାର ଓ ତୈଳ ଉତ୍ପାଦନ ହୋଇପାରିବ । ଏହି ବୁଝାମଣା ପତ୍ର ଅନୁଯାୟୀ ସୋଆ ଓ ଆଇବିପିଏଲ୍‌ର ଏହି କ୍ଷେତ୍ରରେ ଗବେଷଣା ଜାରି ରଖିବା ସହ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଦେଶର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ସହ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ କରିବେ । କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହ

ସୋଆ ଓ ଆଇବିପିଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ, ମିଳିତ ଭାବରେ କରିବେ କୀଟ ଉପରେ ଗବେଷଣା

ଭୁବନେଶ୍ୱର: ଶି

SOA and IBPL sign MoU to jointly conduct research on insects

କ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଇନ୍‌ସେକ୍ଟିକା ବାୟୋଟେକ୍ ପ୍ରାଇଭେଟ ଲିମିଟେଡ୍ (ଆଇବିପିଏଲ୍‌) ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ। ଶନିବାର ଏହି ବୁଝାମଣା ଅନୁଯାୟୀ, କୀଟରୁ ପ୍ରସ୍ତୁତ ହେଉଥିବା ଔଦ୍ୟୋଗିକ ଉତ୍ପାଦ ଉପରେ ଉଭୟ ମିଳିତ ଗବେଷଣା କରିବେ।

ଆଇବିପିଏଲ୍ କୀଟ ପତଙ୍ଗମାନଙ୍କ ଉପରେ ଗବେଷଣା କରି ବିଶ୍ୱ ତାପମାନ ବୃଦ୍ଧି ତଥା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିବାବେଳେ ଆବର୍ଜନାକୁ ପୁର୍ନବ୍ୟବହାର କରି ପରିବେଶ ସୁରକ୍ଷା ନିମନ୍ତେ ଉଦ୍ୟମ ଜାରି ରଖିଛି । 

ଏହି ବୁଝାମଣା ପତ୍ର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆଇବିପିଏଲ୍‌ର ନିର୍ଦ୍ଦେଶକ ଅରୁଣ କୁମାର ଦାସଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଆଇବିପିଏଲ୍‌ର ବୈଜ୍ଞାନିକମାନେ ବ୍ଲାକ ସୋଲ୍‌ଜର ଫ୍ଲାଇ ବା କଳା ସେନାପତି ମାଛି ଉପରେ ଗବେଷଣା ଜାରି ରଖିଛନ୍ତି ଯେପରି ଏହାର ପ୍ରତିପାଳନ ଓ ଚାଷ ଦ୍ୱାରା କୀଟରୁ ପୁଷ୍ଟିସାର ଓ ତୈଳ ଉତ୍ପାଦନ ହୋଇପାରିବ । 

ଏହି ବୁଝାମଣା ପତ୍ର ଅନୁଯାୟୀ ସୋଆ ଓ ଆଇବିପିଏଲ୍‌ର ଏହି କ୍ଷେତ୍ରରେ ଗବେଷଣା ଜାରି ରଖିବା ସହ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଦେଶର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ସହ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ କରିବେ । 

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ସୋଆ ପରିଚାଳିତ ସେଂଟର ଫର ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ଏଚ୍‌.ଏନ. ଥାଟୋଇ, ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଆଇବିପିଏଲ୍‌ର ପ୍ରଫେସର ସସ୍ମିତା ମହାନ୍ତି, ସିଆଇବିଆରର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଅମ୍ରିତା ବାନାର୍ଜୀ, ଆସିଷ୍ଟାଂଟ ପ୍ରଫେସର ସୌରଭ ଚଟ୍ଟୋରାଜ ଆଇବିପିଏଲ୍‌ର ନିର୍ଦ୍ଦେଶକ ଡକ୍ଟର କମଲେଶ ମିଶ୍ର, ରିସର୍ଚ୍ଚ ହେଡ ଡକ୍ଟର ଚିନ୍ମୟୀ ଆଚାର୍ଯ୍ୟ ଓ ଏଚଆର ବିଭାଗର ଶ୍ରୀ ସନ୍ତୋଷ ବିଶ୍ୱାଳ ଉପସ୍ଥିତ ଥିଲେ ।