ସୋନପୁର ପୋଲିସକୁ ବଡ଼ ସଫଳତା, ୨ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ

ସୋନପୁର ୨୯/୧୧: ସୋନପୁର ପୋଲିସକୁ ବଡ଼ ସଫଳତା। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ । ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଇଚର୍ ଟ୍ରକ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ତେଲ ନଦୀ ପୋଲ ନିକଟରେ ଧରିଲା ପୋଲିସ । ଗୋଖାଦ୍ୟ ନେଉଥିବା ଟ୍ରକରେ ଯାଉଥିଲା ଗଞ୍ଜେଇ । ଗଞ୍ଜେଇ ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆରକ୍ଷୀ ଅଧିକ୍ଷକ। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅଞ୍ଚଳରୁ ଏକ ଇଚର ଟ୍ରକରେ ଗୋଖାଦ୍ୟ ନେଇଯାଉଥିବାବେଳେ ସେଥିରେ କୋରିଅର ପ୍ୟାକେଟରେ ଗଞ୍ଜେଇ ନେଇ ଯାଉଥିବା ସୋନପୁର ପୋଲିସ ଖବର ପାଇଥିଲା । ଗାଡ଼ିକୁ ତେଳନଦି ସେତୁ ନିକଟରେ ଅଟକାଇବା ସହ ଯାଞ୍ଚ କଲାବେଳେ ସେଥିରେ ଥିବା ଗଞ୍ଜେଇ ଧରିଥିଲା ପୋଲିସ । ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦ୍ୱୟ ହରିୟାଣା ରାଜ୍ୟର ସତିଶ ଓ ଦେବେନ୍ଦର୍ । ତେବେ ଟ୍ରକକୁ ଜବତ କରିବା ସହିତ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ। ତା ସହିତ ଚଳିତ ମାସରେ ମୋଟ ୮ଟି ଏଣ୍ଡିପିଏସ ସୋନପୁର ଥାନାରେ ହୋଇଥିବାବେଳେ ଗଞ୍ଜେଇ ଓ କଫ ସିରଫ ଜବତ ହୋଇଥିବା କହିଛନ୍ତି ଏସପି । 

ସୋନପୁର ପୋଲିସକୁ ବଡ଼ ସଫଳତା, ୨ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ

ସୋନପୁର ୨୯/୧୧: ସୋନପୁର ପୋଲିସକୁ ବଡ଼ ସଫଳତା। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ । ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଇଚର୍ ଟ୍ରକ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ତେଲ ନଦୀ ପୋଲ ନିକଟରେ ଧରିଲା ପୋଲିସ । ଗୋଖାଦ୍ୟ ନେଉଥିବା ଟ୍ରକରେ ଯାଉଥିଲା ଗଞ୍ଜେଇ । 

ଗଞ୍ଜେଇ ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆରକ୍ଷୀ ଅଧିକ୍ଷକ। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅଞ୍ଚଳରୁ ଏକ ଇଚର ଟ୍ରକରେ ଗୋଖାଦ୍ୟ ନେଇଯାଉଥିବାବେଳେ ସେଥିରେ କୋରିଅର ପ୍ୟାକେଟରେ ଗଞ୍ଜେଇ ନେଇ ଯାଉଥିବା ସୋନପୁର ପୋଲିସ ଖବର ପାଇଥିଲା । ଗାଡ଼ିକୁ ତେଳନଦି ସେତୁ ନିକଟରେ ଅଟକାଇବା ସହ ଯାଞ୍ଚ କଲାବେଳେ ସେଥିରେ ଥିବା ଗଞ୍ଜେଇ ଧରିଥିଲା ପୋଲିସ । 

ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦ୍ୱୟ ହରିୟାଣା ରାଜ୍ୟର ସତିଶ ଓ ଦେବେନ୍ଦର୍ । ତେବେ ଟ୍ରକକୁ ଜବତ କରିବା ସହିତ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ। ତା ସହିତ ଚଳିତ ମାସରେ ମୋଟ ୮ଟି ଏଣ୍ଡିପିଏସ ସୋନପୁର ଥାନାରେ ହୋଇଥିବାବେଳେ ଗଞ୍ଜେଇ ଓ କଫ ସିରଫ ଜବତ ହୋଇଥିବା କହିଛନ୍ତି ଏସପି ।