ସୋନପୁ୍ର ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ପ୍ରଫେସର ରାଜୀବଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଯାମିନୀ ଦାଶ ଯୋଗଦେଇ ଗଙ୍ଗାଧର ମେହେର ସତ୍ୟ, ଶିବ ସୁନ୍ଦରର ଉପାସକ ତଥା ଜଣେ ବିଜ୍ଞାନସମ୍ମତ କବି ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଉପାଧ୍ୟକ୍ଷ ପ୍ରଫେସର ଅଶ୍ୱିନୀ କୁମାର ହୋତା, ଇଂରାଜୀ ବିଭାଗ ମୁଖ୍ୟା ପ୍ରାଧ୍ୟାପିକା ଡକ୍ଟର କଳ୍ପନା […] The post ସୋନପୁ୍ର ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ appeared first on Odisha.News.

ସୋନପୁ୍ର ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ପ୍ରଫେସର ରାଜୀବଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଯାମିନୀ ଦାଶ ଯୋଗଦେଇ ଗଙ୍ଗାଧର ମେହେର ସତ୍ୟ, ଶିବ ସୁନ୍ଦରର ଉପାସକ ତଥା ଜଣେ ବିଜ୍ଞାନସମ୍ମତ କବି ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଉପାଧ୍ୟକ୍ଷ ପ୍ରଫେସର ଅଶ୍ୱିନୀ କୁମାର ହୋତା, ଇଂରାଜୀ ବିଭାଗ ମୁଖ୍ୟା ପ୍ରାଧ୍ୟାପିକା ଡକ୍ଟର କଳ୍ପନା ମିଶ୍ର ଅତିଥି ରୂପେ ଯୋଗ ଦେଇଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସୌରଭରଞ୍ଜନ ଖମାରୀ ଗଙ୍ଗାଧର ଙ୍କ ସ୍ମୃତିଚାରଣ ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ସଭାର ସରସ ସୁନ୍ଦର ସଂଯୋଜନା ଛାତ୍ରୀ ରୁବି ବେହେରା କରିଥିବାବେଳେ ଓଡ଼ିଆ ବିଭାଗର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ରୂପେ ଗଙ୍ଗାଧରଙ୍କ ବିଶ୍ଵଦେଖ ମଧୁମୟ ଗୀତକୁ ଗାନ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବହୁ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ସଭାକୁ ସଫଳ ଓ ସୁନ୍ଦର କରିଥିଲେ। ଅଧ୍ୟାପକ ଧୀରେନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ରଣା, ଅଧ୍ୟାପିକା ଇତିଶ୍ରୀ ଦାସ ବିଶେଷ ସହାୟତା କରିଥିବାବେଳେ ଓଡ଼ିଆ ଅଧ୍ୟାପକ ଡକ୍ଟର ମୀନକେତନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।

The post ସୋନପୁ୍ର ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ appeared first on Odisha.News.