ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀ ୧୦ଜନପଥସ୍ଥିତ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସାକ୍ଷାତ୍‌ ଆଲୋଚନାରେ ଉଭୟ ଗାନ୍ଧୀ ଓ ମିଶ୍ର ଦୀର୍ଘ ଏକ ଘଣ୍ଟା ଧରି ଜାତୀୟ ଏବଂ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବର୍ତ୍ତମାନ ଦେଶର ରାଜନୈତିକ ପରିସ୍ଥିତିରେ ଜନସାଧାରଣ କିପରି ହଇରାଣ […] The post ସୋନିଆଙ୍କୁ ଭେଟିଲେ ନରସିଂହ appeared first on Dharitri Odia News.

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀ ୧୦ଜନପଥସ୍ଥିତ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସାକ୍ଷାତ୍‌ ଆଲୋଚନାରେ ଉଭୟ ଗାନ୍ଧୀ ଓ ମିଶ୍ର ଦୀର୍ଘ ଏକ ଘଣ୍ଟା ଧରି ଜାତୀୟ ଏବଂ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବର୍ତ୍ତମାନ ଦେଶର ରାଜନୈତିକ ପରିସ୍ଥିତିରେ ଜନସାଧାରଣ କିପରି ହଇରାଣ ହେଉଛନ୍ତି ଏବଂ କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ରୀୟ ସଂସ୍ଥା ସିବିଆଇ, ଇଡିକୁ ବ୍ୟବହାର କରି କିଭଳି ହୀନ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରୁଛି ସେନେଇ ଆଲୋଚନା କରିଥିଲେ। ଏହି ସମସ୍ୟା ବିରୋଧରେ କିପରି ଆଗାମୀ ଦିନରେ କଂଗ୍ରେସ ଲଢେଇ କରିବ ତାହା ଉପରେ ଆଲୋଚନା ହୋଇଥିଲା ା ରାଜ୍ୟ ରାଜନୀତିରେ କିଭଳି ଭାଜପା-ବିଜେଡି ଅଘୋଷିତ ମେଣ୍ଟ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି, ରାଜ୍ୟର ମୂଲ୍ୟବାନ୍‌ ଖଣିଜ ସମ୍ପଦକୁ ଲୁଟି ଶାସକ ଦଳ କିଭଳି ନିଜ ଦଳୀୟ ପାଣ୍ଠି ସଂଗ୍ରହ କରୁଛି ଏବଂ ସେସବୁର କିପରି ସଫଳ ମୁକାବିଲା କରାଯିବ ତାହାକୁ ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଦଳକୁ ସାଙ୍ଗଠନିକ ସ୍ତରରେ ମଜଭୁତ କରାଯାଇ ଲୋକଙ୍କ ବିଶ୍ୱାସଭାଜନ ହେବା ନେଇ ଉଭୟ ନେତା କଥାବାର୍ତ୍ତା କରିଛନ୍ତି।

The post ସୋନିଆଙ୍କୁ ଭେଟିଲେ ନରସିଂହ appeared first on Dharitri Odia News.