ଶିବଜୀ ମହାରାଜଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨୭।୮: ମହାରାଷ୍ଟ୍ର ସିନ୍ଧୁଦର୍ଗ ଜିଲାର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସୋମବାର ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ଗତ ବର୍ଷ (୪ ଡିସେମ୍ବର ୨୦୨୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଇତି ମଧ୍ୟର ଭାରତୀୟ ନୌସେନା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ଗତ […] The post ଶିବଜୀ ମହାରାଜଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ହେବ ଯାଞ୍ଚ appeared first on Dharitri Odia News.

ଶିବଜୀ ମହାରାଜଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨୭।୮: ମହାରାଷ୍ଟ୍ର ସିନ୍ଧୁଦର୍ଗ ଜିଲାର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସୋମବାର ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ଗତ ବର୍ଷ (୪ ଡିସେମ୍ବର ୨୦୨୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଇତି ମଧ୍ୟର ଭାରତୀୟ ନୌସେନା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ଗତ ବର୍ଷ ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।

ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ ନୌସେନା ଏହାକୁ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି କହିଛି। ଏହି ଘଟଣାର ତୁରନ୍ତ ତଦନ୍ତ କରିବା ଏବଂ ପ୍ରତିମୂର୍ତ୍ତିର ମରାମତି ଏବଂ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଏକ ଟିମ ନିୟୋଜିତ କରାଯାଇଥିବା ମଧ୍ୟ କୁହାଯାଇଛି। ସୂଚନାଯୋଗ୍ୟ, ଏହି ପ୍ରତିମୂର୍ତ୍ତିକୁ ଭାରତୀୟ ନୌସେନା ନିର୍ମାଣ କରିଛି।
ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାର କାରଣ ତୁରନ୍ତ ଅନୁସନ୍ଧାନ କରିବା ଏବଂ ମୂର୍ତ୍ତିର ମରାମତି ତଥା ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ନୌସେନା ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଏକ ଟିମ ନିୟୋଜିତ କରିଛି ବୋଲି କହିଛି।

The post ଶିବଜୀ ମହାରାଜଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ହେବ ଯାଞ୍ଚ appeared first on Dharitri Odia News.