ସୋମବାର ରାଶିଫଳ (୧୬-୦୯-୨୦୨୪)
ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଧୈର୍ଯ୍ୟର ସହ କାମ କରନ୍ତୁ। ଅଚାନକ ଖୁସି ଖବର ପାଇବେ। ବିଦ୍ୟାର୍ଥୀମନେ କୃତକାର୍ଯ୍ୟ ହୋଇପାରନ୍ତି। ବୃଷ: ପରିବାର ସଦସ୍ୟଙ୍କ ସହାୟତା ଯୋଗୁଁ ଅଟକି ଥିବା କାମକୁ ପୂରା କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ଅଧିକ ହେବ। ମହିଳା ମନେ ଅଧିକ ଖର୍ଚ୍ଚି ହେବେ। ମିଥୁନ: ସୁସମ୍ବାଦ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ମାନସମ୍ମାନ ଓ ପ୍ରଶଂସିତ। […]

ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଧୈର୍ଯ୍ୟର ସହ କାମ କରନ୍ତୁ। ଅଚାନକ ଖୁସି ଖବର ପାଇବେ। ବିଦ୍ୟାର୍ଥୀମନେ କୃତକାର୍ଯ୍ୟ ହୋଇପାରନ୍ତି।
ବୃଷ: ପରିବାର ସଦସ୍ୟଙ୍କ ସହାୟତା ଯୋଗୁଁ ଅଟକି ଥିବା କାମକୁ ପୂରା କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ଅଧିକ ହେବ। ମହିଳା ମନେ ଅଧିକ ଖର୍ଚ୍ଚି ହେବେ।
ମିଥୁନ: ସୁସମ୍ବାଦ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ମାନସମ୍ମାନ ଓ ପ୍ରଶଂସିତ। ସାମାଜିକ କାର୍ଯ୍ୟ କରିବାରେ ରୁଚି ବଢ଼ିବ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ହୋଇପରେ।
କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନିଜର ଦାୟିତ୍ବକୁ ସୁରୁଖୁରୁରେ ସମ୍ଭାଳିବେ। ବନ୍ଧୁଙ୍କ ସହିତ ମଧୁର ବ୍ୟବହାର କରିବେ। ଦୂରସ୍ଥାନ ଯାତ୍ରା କରିପାରନ୍ତି।
ସିଂହ: କାମଚାପ ଅଧିକ ରହିବ। ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ କଥା ମାନି ଚଳନ୍ତୁ।
କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ ଚିନ୍ତିତ ହୁଅନ୍ତୁନି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଦିନସାରା ବ୍ୟସ୍ତ ରହିବା କାରଣରୁ ଥକ୍କାପଣ ଅନୁଭବ କରିବେ।
ତୁଳା: ଘର ମାହୋଲ ଶାନ୍ତିପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅସ୍ଥିରତା ଅନୁଭବ କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଛାତ୍ରଛାତ୍ରୀ ଖେଳପ୍ରିୟ ହେବେ। ଅଫିସ୍ କାମ ବଢ଼ିବ।
ବିଛା: ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବା ଦରକାର। ଆଳସ୍ୟ ଓ ଚିନ୍ତାରେ ଦିନଟି ବିତିବ। ପ୍ରେମ ବ୍ୟାପାରରେ ଶୁଭ ଖବର ପାଇବେ । ଘର କାମରେ ବ୍ୟସ୍ତ ରହିପାରନ୍ତି।
ଧନୁ: ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଅଫିସ୍ ଓ ଘର କାମରେ ବ୍ୟସ୍ତ ରହିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ।
ମକର: ଟଙ୍କା ନେଣଦେଣ କାର୍ଯ୍ୟରେ ଅନ୍ୟ ଉପରେ ଅଧିକ ଭରସା କରନ୍ତୁନି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: କର୍ମଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଆତ୍ମବିଶ୍ବାସ ହରାନ୍ତୁନି।
ମୀନ: ରାଜନୀତିରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ଅସନ୍ତୋଷ ଲାଗି ରହିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଅବିଭାବକ ଚିନ୍ତାରେ ରହିବେ। କଠିନ ପରିଶ୍ରମ କରି ସଫଳ ହେବେ।