ସୋମବାର ସଂସଦରେ ପାରିତ ହେବ ଏକକ ନିର୍ବାଚନ ବିଲ୍; ଜେପିସିକୁ ପଠାଯିବାର ରହିଛି ସମ୍ଭାବନା
ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭାରେ ପାରିତ ହେବ ଏକ ଦେଶ-ଏକ ନିର୍ବାଚନ ବିଲ୍ । ସୋମବାର ଏକକ ନିର୍ବାଚନକୁ ଜଡ଼ିତ ଦୁଇଟି ବିଲ୍ ଲୋକସଭାରେ ଆଗତ ହେବ । ବିଲ୍କୁ ଡିସେମ୍ବର ୧୨ ତାରିଖରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ-ଏକ ନିର୍ବାଚନ ନିମନ୍ତେ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରିବେ । ରାମନାଥ କୋବିନ୍ଦ କମିଟି ସମ୍ବିଧାନର ଧାରା ୮୨ରେ ସଂଶୋଧନ ଲାଗି ସୁପାରିସ୍ କରିଥିଲେ । ସୁପାରିସ ଅନୁସାରେ ଧାରା ୮୨(ଏ) ଯୋଡ଼ି ଲୋକସଭା ଓ ବିଧାନସଭା କାର୍ଯ୍ୟକାଳ ଏକସଙ୍ଗେ ଭାଙ୍ଗିବାର ବ୍ୟବସ୍ଥା କରାଯିବ । ସରକାର ବିଲ୍କୁ ନେଇ ସାର୍ବଜନିକ ସହମତି ଆଣିବେ । ବିଲ୍କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯିବା ସମ୍ଭାବନା ରହିଛି । ଏହାବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡ଼ିତ ୩ଟି ଆଇନରେ ବି ସଂଶୋଧନ ପାଇଁ ଅଣାଯିବ । ସେଥିରୁ ଗୋଟିଏ ଦି ଗଭର୍ଣ୍ଣମେଣ୍ଟ ଅଫ୍ ୟୁନିୟନ ଟେରିଟୋରିଜ ଆକ୍ଟ ୧୯୬୩, ଦି ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍ ଦିଲ୍ଲୀ ୧୯୯୧ ଏବଂ ଦି ଜମ୍ମୁ ଆଣ୍ଡ କାଶ୍ମୀର ରିଅର୍ଗାନାଇଜେସନ ଆକ୍ଟ ୨୦୧୯ ଅନ୍ତର୍ଭୁକ୍ତ । ଏଥିରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ନିମନ୍ତେ ସଂଶୋଧନ ଅଣାଯିବ।
ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭାରେ ପାରିତ ହେବ ଏକ ଦେଶ-ଏକ ନିର୍ବାଚନ ବିଲ୍ । ସୋମବାର ଏକକ ନିର୍ବାଚନକୁ ଜଡ଼ିତ ଦୁଇଟି ବିଲ୍ ଲୋକସଭାରେ ଆଗତ ହେବ । ବିଲ୍କୁ ଡିସେମ୍ବର ୧୨ ତାରିଖରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ-ଏକ ନିର୍ବାଚନ ନିମନ୍ତେ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରିବେ । ରାମନାଥ କୋବିନ୍ଦ କମିଟି ସମ୍ବିଧାନର ଧାରା ୮୨ରେ ସଂଶୋଧନ ଲାଗି ସୁପାରିସ୍ କରିଥିଲେ । ସୁପାରିସ ଅନୁସାରେ ଧାରା ୮୨(ଏ) ଯୋଡ଼ି ଲୋକସଭା ଓ ବିଧାନସଭା କାର୍ଯ୍ୟକାଳ ଏକସଙ୍ଗେ ଭାଙ୍ଗିବାର ବ୍ୟବସ୍ଥା କରାଯିବ । ସରକାର ବିଲ୍କୁ ନେଇ ସାର୍ବଜନିକ ସହମତି ଆଣିବେ ।
ବିଲ୍କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯିବା ସମ୍ଭାବନା ରହିଛି । ଏହାବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡ଼ିତ ୩ଟି ଆଇନରେ ବି ସଂଶୋଧନ ପାଇଁ ଅଣାଯିବ । ସେଥିରୁ ଗୋଟିଏ ଦି ଗଭର୍ଣ୍ଣମେଣ୍ଟ ଅଫ୍ ୟୁନିୟନ ଟେରିଟୋରିଜ ଆକ୍ଟ ୧୯୬୩, ଦି ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍ ଦିଲ୍ଲୀ ୧୯୯୧ ଏବଂ ଦି ଜମ୍ମୁ ଆଣ୍ଡ କାଶ୍ମୀର ରିଅର୍ଗାନାଇଜେସନ ଆକ୍ଟ ୨୦୧୯ ଅନ୍ତର୍ଭୁକ୍ତ । ଏଥିରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ନିମନ୍ତେ ସଂଶୋଧନ ଅଣାଯିବ।