ସୋମାଲିଆ, ତାଞ୍ଜାନିଆ, ସୁଦାନରୁ ଚିତା ଆଣିବାକୁ ଯୋଜନା
ନୂଆଦିଲ୍ଲୀ,୨୫ା୮: ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟା ଭଳି ଦକ୍ଷିଣ ଗୋଲାର୍ଦ୍ଧ ଦେଶରୁ ଅଣାଯାଉଥିବା ଚିତାଠାରେ ଜୀବନଶୈଳୀ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଉଥିବାରୁ ସୋମାଲିଆ, ତାଞ୍ଜାନିଆ, ସୁଦାନ ଭଳି ବିଷୁବ ଅଞ୍ଚଳ କିମ୍ବା ଉତ୍ତର ଗୋଲାର୍ଦ୍ଧ ଦେଶରୁ ଚିତା ଆଣିବା ପାଇଁ ଭାରତ ବିଚାର କରୁଛି। ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ଜୈବିକ ପ୍ରକ୍ରିୟାଗତ ପରିବର୍ତ୍ତନ ଯୋଗୁ ଗତବର୍ଷ ଗ୍ରୀଷ୍ମ ଓ ବର୍ଷାଋତୁରେ ଭାରତରେ ଚିତାମାନଙ୍କ ଶରୀରରେ ବହଳ ଲୋମ ସୃଷ୍ଟି ହୋଇଥିଲା। ଏହା ତଳେ ସୃଷ୍ଟ କ୍ଷତ […] The post ସୋମାଲିଆ, ତାଞ୍ଜାନିଆ, ସୁଦାନରୁ ଚିତା ଆଣିବାକୁ ଯୋଜନା appeared first on Dharitri Odia News.
ନୂଆଦିଲ୍ଲୀ,୨୫ା୮: ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟା ଭଳି ଦକ୍ଷିଣ ଗୋଲାର୍ଦ୍ଧ ଦେଶରୁ ଅଣାଯାଉଥିବା ଚିତାଠାରେ ଜୀବନଶୈଳୀ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଉଥିବାରୁ ସୋମାଲିଆ, ତାଞ୍ଜାନିଆ, ସୁଦାନ ଭଳି ବିଷୁବ ଅଞ୍ଚଳ କିମ୍ବା ଉତ୍ତର ଗୋଲାର୍ଦ୍ଧ ଦେଶରୁ ଚିତା ଆଣିବା ପାଇଁ ଭାରତ ବିଚାର କରୁଛି। ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ଜୈବିକ ପ୍ରକ୍ରିୟାଗତ ପରିବର୍ତ୍ତନ ଯୋଗୁ ଗତବର୍ଷ ଗ୍ରୀଷ୍ମ ଓ ବର୍ଷାଋତୁରେ ଭାରତରେ ଚିତାମାନଙ୍କ ଶରୀରରେ ବହଳ ଲୋମ ସୃଷ୍ଟି ହୋଇଥିଲା। ଏହା ତଳେ ସୃଷ୍ଟ କ୍ଷତ ଯୋଗୁ ନାମ୍ବିଆରୁ ଆସିଥିବା ଗୋଟିଏ ଏବଂ ଦକ୍ଷିଣ ଆଫ୍ରିକାର ୨ଟି ଚିତାଙ୍କ ମୃତ୍ୟୁ ଘଟିଥିଲା।
ପ୍ରତିକୂଳ ଜଳବାୟୁ କାରଣରୁ କୁନୋ ନ୍ୟାଶନାଲ ପାର୍କରେ ୧୦ ଚିତା ପ୍ରାଣ ହରାଇଲେଣି। ଏବେ ପୁଣିଥରେ ସେହିଭଳି ବହଳ ଲୋମର ଆସ୍ତରଣ ଅନ୍ୟ ଚିତାଗୁଡ଼ିକ ଶରୀରରେ ସୃଷ୍ଟି ହୋଇଥିବା ଦେଖାଯାଇଛି। ଆଫ୍ରିକା ଓ ନାମିବ୍ୟା ଚିତାଗୁଡ଼ିକ ପାଇଁ ଭାରତୀୟ ଜଳବାୟୁ ଉପଯୁକ୍ତ ହେଉ ନ ଥିବାରୁ ଏବେ ବିଷୁବ ମଣ୍ଡଳ ଏବଂ ଉତ୍ତର ଗୋଲାର୍ଦ୍ଧ ଦେଶଗୁଡ଼ିକରୁ ଚିତା ଆଣିବା ପାଇଁ ଚିନ୍ତା କରାଯାଉଥିବା ବ୍ୟାଘ୍ର ପ୍ରକଳ୍ପଗୁଡ଼ିକ ସହ ଦୀର୍ଘବର୍ଷ ଧରି ଜଡ଼ିତ ରାଜେଶ ଗୋପାଲ କହିଛନ୍ତି।
The post ସୋମାଲିଆ, ତାଞ୍ଜାନିଆ, ସୁଦାନରୁ ଚିତା ଆଣିବାକୁ ଯୋଜନା appeared first on Dharitri Odia News.