ସୋସିଆଲ ମିଡିଆରେ ବଢୁଛି ନକଲି ଲୋନ୍‌ ଆପ୍‌, ଆସିପାରେ କଡ଼ା ନିୟମ

ଭୁବନେଶ୍ୱର,୨୬।୧:(ଅନୁରାଧା ମହାରଣା) ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନକଲି ଲୋନ୍‌ ଆପ୍‌ ଖୋଲି ଲୋକଙ୍କୁ ଠକୁଥିବା ଅପରାଧୀଙ୍କ ପାଇଁ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ସାଇବର ଅପରାଧୀମାନେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ ପରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବ୍ୟବହାର କରୁଛନ୍ତିି। ଉପଯୁକ୍ତ ଯାଞ୍ଚ ପରେ ବିଜ୍ଞାପନ ଚଲାଇବାକୁ ସୋସିଆଲ ମିଡିଆ କମ୍ପାନୀଗୁଡିକ ଅନୁମତି ଦେବା ପାଇଁ ସରକାର କଡ଼ା ନିୟମ ଆଣିବାକୁ ଯାଉଛନ୍ତି। ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି […] The post ସୋସିଆଲ ମିଡିଆରେ ବଢୁଛି ନକଲି ଲୋନ୍‌ ଆପ୍‌, ଆସିପାରେ କଡ଼ା ନିୟମ appeared first on Dharitri Odia News.

ସୋସିଆଲ ମିଡିଆରେ ବଢୁଛି ନକଲି ଲୋନ୍‌ ଆପ୍‌, ଆସିପାରେ କଡ଼ା ନିୟମ

ଭୁବନେଶ୍ୱର,୨୬।୧:(ଅନୁରାଧା ମହାରଣା) ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନକଲି ଲୋନ୍‌ ଆପ୍‌ ଖୋଲି ଲୋକଙ୍କୁ ଠକୁଥିବା ଅପରାଧୀଙ୍କ ପାଇଁ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ସାଇବର ଅପରାଧୀମାନେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ ପରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବ୍ୟବହାର କରୁଛନ୍ତିି। ଉପଯୁକ୍ତ ଯାଞ୍ଚ ପରେ ବିଜ୍ଞାପନ ଚଲାଇବାକୁ ସୋସିଆଲ ମିଡିଆ କମ୍ପାନୀଗୁଡିକ ଅନୁମତି ଦେବା ପାଇଁ ସରକାର କଡ଼ା ନିୟମ ଆଣିବାକୁ ଯାଉଛନ୍ତି।

ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି , ଏଥିପାଇଁ ସୂଚନା ପ୍ରଯୁକ୍ତି(ଆଇଟି) ନିୟମକୁ ସଂଶୋଧନ କରାଯିବ। ସେ କହିଛନ୍ତି , ସୋସିଆଲ ମିଡିଆ ମାଧ୍ୟମରେ ନକଲି ଲୋନ୍‌ ଆପ୍‌ ବିସ୍ତାରକୁ ରୋକିବା ପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ନକଲି ଲୋନ୍‌ ଆପ୍‌ ବିରୋଧରେ କୌଣସି ବ୍ୟବସ୍ଥା ନ ଥିତ୍ବାବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକ ବର୍ତ୍ତମାନ ଏକ ନିଃଶୁଳ୍କ ବିଜ୍ଞାପନ ଚଳାଇବାକୁ ଅନୁମତି ପ୍ରଦାନ କରିଥାଏ। ଏହି ଆଳରେ ସାଇବର ଅପରାଧୀମାନେ ଜନସାଧାରଣଙ୍କୁ ଠକିଥା’ନ୍ତି। ମେ’ ମାସରେ ଲୋକ ସଭା ନିର୍ବାଚନ ହେବା ନେଇ ଅନୁମାନ କରାଯାଉଥିବାବେଳେ ଏହା ପରେ ଆଇଟି ନିୟମରେ ସଂଶୋଧନ କରାଯାଇପାରେ ବୋଲି ଆଶା କରାଯାଉଛି।

The post ସୋସିଆଲ ମିଡିଆରେ ବଢୁଛି ନକଲି ଲୋନ୍‌ ଆପ୍‌, ଆସିପାରେ କଡ଼ା ନିୟମ appeared first on Dharitri Odia News.