ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ହଟିବ ଅମୂଲ ସାମଗ୍ରୀର ଆପତ୍ତିଜନକ କ୍ଲିପ୍; ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ଅମୂଲ ଖାଦ୍ୟ ସାମଗ୍ରୀର ଆପତ୍ତିଜନକ ଭିଡିଓ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏହା ସହିତ ନୋଏଡା ବାସିନ୍ଦା ଦୀପା ଦେବୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ଜୁନ ମାସରେ ଅମୂଲ ଖାଦ୍ୟ ସାମଗ୍ରୀକୁ ନେଇ ସୋସିଆଲ୍ ମିଡିଆରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୀପା ଦେବୀ ଅଭିଯୋଗ କରିଥିଲେ, ସେ କିଣିଥିବା ଅମୂଲ ଭାନିଲା ଆଇସକ୍ରିମରେ ଏକ ଲେନ୍ତୁଲିଆ ବିଛା ବାହାରିଥିଲା । ଏହାକୁ ସେ ଭିଡିଓ କରି ଫେସବୁକ୍, ୟୁଟ୍ୟୁବ, ଏକ୍ସ ମାଧ୍ୟମରେ ଭାଇରାଲ୍ କରିଥିଲେ ।   ଅମୂଲ ଖାଦ୍ୟ ସାମଗ୍ରୀରୁ ବିଛା ବାହାରିବା ଘଟଣା କୋର୍ଟରେ ପହଞ୍ଚିଥିଲା । ଗତ ମାସରେ ଦିଲ୍ଲୀ ହାଇକୋର୍ଟ ନିଜ ଅନ୍ତରୀଣ ଆଦେଶରେ ନୋଏଡା ନିବାସୀ ଦୀପା ଦେବୀଙ୍କୁ ସୋସିଆଲ୍ ମିଡିଆ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଦିଲ୍ଲୀ ହାଇକୋର୍ଟ ଆଉ ଏକ ଆଦେଶ ଜାରି କରିଛନ୍ତି । ଅମୂଲକୁ ନେଇ ଆପତ୍ତିଜନକ ପୋଷ୍ଟକୁ ଏକ୍ସ, ୟୁଟ୍ୟୁବ ଏବଂ ମେଟା ସମେତ ସମସ୍ତ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବିଚାରପତି ଅମମିତ୍ ପ୍ରୀତମ ସିଂହ ଆରୋରା ଜୁଲାଇ 24 ତାରିଖରେ ଏହି ନିର୍ଦ୍ଦେଶ ଜାରି କରିଥିଲେ । ଅମୂଲ ଖାଦ୍ୟ ସାମଗ୍ରୀରୁ ବିଛା ବାହାରିବା ପୋଷ୍ଟକୁ ନେଇ ଗୁଜରାଟ ସହକାରୀ ଦୁଗ୍ଧ ବିତରଣ ବା ଅମୂଲଫେଡ୍ ଓକିଲ ପକ୍ଷ ରଖିଥିଲେ । ଜିସିଏମଏମଏଫର ପ୍ରବନ୍ଧ ନିର୍ଦ୍ଦେଶ ଜୟନ ମେହେତା କୋର୍ଟଙ୍କ ନିଷ୍ପତ

ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ହଟିବ ଅମୂଲ ସାମଗ୍ରୀର ଆପତ୍ତିଜନକ କ୍ଲିପ୍; ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ଅମୂଲ ଖାଦ୍ୟ ସାମଗ୍ରୀର ଆପତ୍ତିଜନକ ଭିଡିଓ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏହା ସହିତ ନୋଏଡା ବାସିନ୍ଦା ଦୀପା ଦେବୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ଜୁନ ମାସରେ ଅମୂଲ ଖାଦ୍ୟ ସାମଗ୍ରୀକୁ ନେଇ ସୋସିଆଲ୍ ମିଡିଆରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୀପା ଦେବୀ ଅଭିଯୋଗ କରିଥିଲେ, ସେ କିଣିଥିବା ଅମୂଲ ଭାନିଲା ଆଇସକ୍ରିମରେ ଏକ ଲେନ୍ତୁଲିଆ ବିଛା ବାହାରିଥିଲା । ଏହାକୁ ସେ ଭିଡିଓ କରି ଫେସବୁକ୍, ୟୁଟ୍ୟୁବ, ଏକ୍ସ ମାଧ୍ୟମରେ ଭାଇରାଲ୍ କରିଥିଲେ ।   

ଅମୂଲ ଖାଦ୍ୟ ସାମଗ୍ରୀରୁ ବିଛା ବାହାରିବା ଘଟଣା କୋର୍ଟରେ ପହଞ୍ଚିଥିଲା । ଗତ ମାସରେ ଦିଲ୍ଲୀ ହାଇକୋର୍ଟ ନିଜ ଅନ୍ତରୀଣ ଆଦେଶରେ ନୋଏଡା ନିବାସୀ ଦୀପା ଦେବୀଙ୍କୁ ସୋସିଆଲ୍ ମିଡିଆ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଦିଲ୍ଲୀ ହାଇକୋର୍ଟ ଆଉ ଏକ ଆଦେଶ ଜାରି କରିଛନ୍ତି । ଅମୂଲକୁ ନେଇ ଆପତ୍ତିଜନକ ପୋଷ୍ଟକୁ ଏକ୍ସ, ୟୁଟ୍ୟୁବ ଏବଂ ମେଟା ସମେତ ସମସ୍ତ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଚାରପତି ଅମମିତ୍ ପ୍ରୀତମ ସିଂହ ଆରୋରା ଜୁଲାଇ 24 ତାରିଖରେ ଏହି ନିର୍ଦ୍ଦେଶ ଜାରି କରିଥିଲେ । ଅମୂଲ ଖାଦ୍ୟ ସାମଗ୍ରୀରୁ ବିଛା ବାହାରିବା ପୋଷ୍ଟକୁ ନେଇ ଗୁଜରାଟ ସହକାରୀ ଦୁଗ୍ଧ ବିତରଣ ବା ଅମୂଲଫେଡ୍ ଓକିଲ ପକ୍ଷ ରଖିଥିଲେ । ଜିସିଏମଏମଏଫର ପ୍ରବନ୍ଧ ନିର୍ଦ୍ଦେଶ ଜୟନ ମେହେତା କୋର୍ଟଙ୍କ ନିଷ୍ପତ୍ତିକୁ ଗୁରୁତ୍ବପୂର୍ଣ୍ଣ ରାୟ ବୋଲି କହିଥିଲେ । ଜୟନ ମେହେତା କହିଥିଲେ, କୌଣସି ସାମଗ୍ରୀକୁ ନେଇ ସୋସିଆଲ୍ ମିଡିଆକୁ ଦୁର୍ବ୍ୟବହାର କରିବା ଠିକ୍ ନୁହେଁ । ଆପତ୍ତିଜନକ ପୋଷ୍ଟ କରି ପାଇସା ଦାବି କରିବା ଗ୍ରାହକଙ୍କ ଅଧିକାର ବାହାରେ । ଗତ ମାସରେ ହାଇକୋର୍ଟ, ଦୀପା ଦେବୀଙ୍କୁ ଅମୂଲ ଖାଦ୍ୟ ସାମଗ୍ରୀ ପୋଷ୍ଟ୍ ସୋସିଆଲ୍ ମିଡିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ କୋର୍ଟ ଆଉ ଏକ ଆଦେଶ ଜାରି କରିଥିଲେ , ଯେଉଁଥିରେ ଏକ୍ସ, ୟୁଟ୍ୟୁବ ଏବଂ ମେଟା ସମେତ ସମସ୍ତ ପ୍ଲାଟଫର୍ମରୁ ୩୬ଘଣ୍ଟା ଭିତରେ ଅପତ୍ତିଜନକ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।