ହଲିଉଡ୍‌ରେ ଡେବ୍ୟୁ କରିବେ ଦିଶା ପାଟନୀ, ଆକ୍ସନ-ଥ୍ରୀଲର ଫିଲ୍ମରେ ଦେଖାଇବେ ଜଲୱା

ମୁମ୍ଵାଇ ୦୨।୦୬; ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ। ଯିଏ ପ୍ରାୟତଃ ନିଜର ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେ ଏବେ ହଲିଉଡ୍‌ରେ ନିଜର ବୋଲ୍ଡନେସ୍‌ ଦେଖାଇବାକୁ ପ୍ରସ୍ତୁତ। ଦୀପିକା ପାଦୁକୋନ, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଦିଶାଙ୍କ ପାଳି । ଅଭିନେତ୍ରୀ ଏବେ ହଲିଉଡ୍‌ ମୁହାଁ। ସେ ଜଣେ ଓସ୍କାର ବିଜେତା ନିର୍ଦ୍ଦେଶକଙ୍କ ଫିଲ୍ମ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି।ଦିଶା ସୁପରନାଚୁରାଲ୍‌ ଆକ୍ସନ-ଥ୍ରୀଲର ଫିଲ୍ମ 'ହଲିଗାର୍ଡସ' ସହିତ ହଲିଉଡ୍‌ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ। ଏହି ଫିଲ୍ମଟି ଓସ୍କାର ବିଜେତା ନିର୍ଦ୍ଦେଶକ କେଭିନ୍ ସ୍ପେସୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ବିଶେଷ କଥା ହେଉଛି ଏହି ଫିଲ୍ମ ମାଧ୍ୟମରେ କେଭିନ୍ ପ୍ରାୟ ୨୦ ବର୍ଷ ପରେ ନିର୍ଦ୍ଦେଶନା ଜଗତକୁ ଫେରି ଆସୁଛନ୍ତି। ଫିଲ୍ମର ଅଧିକାଂଶ ଅଂଶ ମେକ୍ସିକୋରେ ସୁଟିଂ କରାଯାଇଛି। ଡଲଫ୍ ଲୁଣ୍ଡ୍‌ଗ୍ରେନ୍, ଟାୟରେସ୍ ଗିବ୍‌ସନ୍ ଏବଂ ବ୍ରିଆନା ହିଲ୍‌ଡେବ୍ରାଣ୍ଡ୍‌ ଭଳି ଅନେକ ଆନ୍ତର୍ଜାତୀୟ ତାରକା ଏହି ଫିଲ୍ମରେ ନଜର ଆସିବେ।'ହଲିଗାର୍ଡସ୍' 'ଷ୍ଟାଟିଗାର୍ଡସ୍ ବନାମ ହୋଲିଗାର୍ଡସ୍' ନାମକ ଏକ ଫ୍ରାଞ୍ଚାଇଜର ଅଂଶ। ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏହି ଆକ୍ସନ୍-ଥ୍ରୀଲର୍ ଏହାର ପୋଷ୍ଟ-ପ୍ରଡକ୍ସନ୍ ପରଠାରୁ ବହୁତ ଚର୍ଚ୍ଚା ସୃଷ୍ଟିକରୁଛି। ଏଥିରୁ ଏହା ସ୍ପଷ୍ଟ ଯେ ଦର୍ଶକ ଫିଲ୍ମଟିକୁ ନେଇ ବହୁ ଉତ୍ସାହିତ ଏବଂ ସେମାନେ ଫିଲ୍ମକୁ ଉତ୍ସାହର ସ

ହଲିଉଡ୍‌ରେ ଡେବ୍ୟୁ କରିବେ ଦିଶା ପାଟନୀ, ଆକ୍ସନ-ଥ୍ରୀଲର ଫିଲ୍ମରେ ଦେଖାଇବେ ଜଲୱା

ମୁମ୍ଵାଇ ୦୨।୦୬; ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ। ଯିଏ ପ୍ରାୟତଃ ନିଜର ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେ ଏବେ ହଲିଉଡ୍‌ରେ ନିଜର ବୋଲ୍ଡନେସ୍‌ ଦେଖାଇବାକୁ ପ୍ରସ୍ତୁତ। ଦୀପିକା ପାଦୁକୋନ, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଦିଶାଙ୍କ ପାଳି । ଅଭିନେତ୍ରୀ ଏବେ ହଲିଉଡ୍‌ ମୁହାଁ। ସେ ଜଣେ ଓସ୍କାର ବିଜେତା ନିର୍ଦ୍ଦେଶକଙ୍କ ଫିଲ୍ମ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି।

ଦିଶା ସୁପରନାଚୁରାଲ୍‌ ଆକ୍ସନ-ଥ୍ରୀଲର ଫିଲ୍ମ 'ହଲିଗାର୍ଡସ' ସହିତ ହଲିଉଡ୍‌ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ। ଏହି ଫିଲ୍ମଟି ଓସ୍କାର ବିଜେତା ନିର୍ଦ୍ଦେଶକ କେଭିନ୍ ସ୍ପେସୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ବିଶେଷ କଥା ହେଉଛି ଏହି ଫିଲ୍ମ ମାଧ୍ୟମରେ କେଭିନ୍ ପ୍ରାୟ ୨୦ ବର୍ଷ ପରେ ନିର୍ଦ୍ଦେଶନା ଜଗତକୁ ଫେରି ଆସୁଛନ୍ତି। ଫିଲ୍ମର ଅଧିକାଂଶ ଅଂଶ ମେକ୍ସିକୋରେ ସୁଟିଂ କରାଯାଇଛି। ଡଲଫ୍ ଲୁଣ୍ଡ୍‌ଗ୍ରେନ୍, ଟାୟରେସ୍ ଗିବ୍‌ସନ୍ ଏବଂ ବ୍ରିଆନା ହିଲ୍‌ଡେବ୍ରାଣ୍ଡ୍‌ ଭଳି ଅନେକ ଆନ୍ତର୍ଜାତୀୟ ତାରକା ଏହି ଫିଲ୍ମରେ ନଜର ଆସିବେ।

'ହଲିଗାର୍ଡସ୍' 'ଷ୍ଟାଟିଗାର୍ଡସ୍ ବନାମ ହୋଲିଗାର୍ଡସ୍' ନାମକ ଏକ ଫ୍ରାଞ୍ଚାଇଜର ଅଂଶ। ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏହି ଆକ୍ସନ୍-ଥ୍ରୀଲର୍ ଏହାର ପୋଷ୍ଟ-ପ୍ରଡକ୍ସନ୍ ପରଠାରୁ ବହୁତ ଚର୍ଚ୍ଚା ସୃଷ୍ଟିକରୁଛି। ଏଥିରୁ ଏହା ସ୍ପଷ୍ଟ ଯେ ଦର୍ଶକ ଫିଲ୍ମଟିକୁ ନେଇ ବହୁ ଉତ୍ସାହିତ ଏବଂ ସେମାନେ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ ସେଟ୍‌ରୁ ଦିଶାଙ୍କ ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି।