‘ମୋ ବସ୍‌ରେ’ ଭିଡ଼ କରି ଲୁଟୁଥିଲେ ଯାତ୍ରୀଙ୍କୁ, ପୋଲିସ୍‌ କବ୍‌ଜାରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ବର: କୃତ୍ରିମ ଭିଡ଼ ସୃଷ୍ଟି କରି ‘ମୋ ବସ୍‌’ ଯାତ୍ରୀଙ୍କ ଠାରୁ ଲୁଟ୍‌ କରୁଥିବା ୫ ଜଣିଆ ଗ୍ୟାଙ୍ଗ୍‌କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫମାନେ ହେଲେ ପଶ୍ଚିମବଙ୍ଗର ରିଆଜୁଆଲ ଜମିଦେର, ଯାଜପୁରର ଶେଖ୍ ଛୁନୁଦ୍ଦିନ୍, ମୁରତିଜ୍ ହୁସେନ୍ ଓ ଶେଖ୍‌ ସରିଫ ଏବଂ କଟକର ଶେଖ ସଲିମ। ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ଏମାନଙ୍କୁ ଗିରଫ କରିଛନ୍ତି।  ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ବସ୍‌ ଯାତ୍ରୀମାନଙ୍କ ନିକଟରୁ ମୋବାଇଲ ଫୋନ୍‌ ଏବଂ ମନିପର୍ସ ଲୁଟ୍‌ କରୁଥିଲେ। ଏନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ପାଟ୍ରୋଲିଂ କରିଥିଲେ। ଆଉ ନାବାର୍ଡ ନିକଟରେ ବସ ରହଣି ସ୍ଥଳରେ ଅତର୍କିତ ଚଢ଼ଉ କରି ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।  ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ, ୨୦,୦୦୦ ଟଙ୍କା ଜବତ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଗତ ତା.୨୧.୦୫.୨୦୨୪ ରିଖ ଦିନ ଉକ୍ତ ବସ ରହଣି ସ୍ଥଳରୁ ମୋଟ ୫୦,୦୦୦ ଟଙ୍କା ଲୁଟ କରିଥିବା ବେଳେ, ମୋବାଇଲ ଫୋନ୍‌ଗୁଡ଼ିକୁ ସେମାନେ ଭୁବନେଶ୍ଵରର ବିଭିନ୍ନ ମୋ-ବସ୍‌ ରହଣି ସ୍ଥଳ ନିକଟରୁ ଲୁଟ୍‌ କରିଥିବା କଥା ସ୍ଵୀକାର କରିଥିଲେ ।

‘ମୋ ବସ୍‌ରେ’ ଭିଡ଼ କରି ଲୁଟୁଥିଲେ ଯାତ୍ରୀଙ୍କୁ, ପୋଲିସ୍‌ କବ୍‌ଜାରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ବର: କୃତ୍ରିମ ଭିଡ଼ ସୃଷ୍ଟି କରି ‘ମୋ ବସ୍‌’ ଯାତ୍ରୀଙ୍କ ଠାରୁ ଲୁଟ୍‌ କରୁଥିବା ୫ ଜଣିଆ ଗ୍ୟାଙ୍ଗ୍‌କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫମାନେ ହେଲେ ପଶ୍ଚିମବଙ୍ଗର ରିଆଜୁଆଲ ଜମିଦେର, ଯାଜପୁରର ଶେଖ୍ ଛୁନୁଦ୍ଦିନ୍, ମୁରତିଜ୍ ହୁସେନ୍ ଓ ଶେଖ୍‌ ସରିଫ ଏବଂ କଟକର ଶେଖ ସଲିମ। ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ଏମାନଙ୍କୁ ଗିରଫ କରିଛନ୍ତି।  

ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ବସ୍‌ ଯାତ୍ରୀମାନଙ୍କ ନିକଟରୁ ମୋବାଇଲ ଫୋନ୍‌ ଏବଂ ମନିପର୍ସ ଲୁଟ୍‌ କରୁଥିଲେ। ଏନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ପାଟ୍ରୋଲିଂ କରିଥିଲେ। ଆଉ ନାବାର୍ଡ ନିକଟରେ ବସ ରହଣି ସ୍ଥଳରେ ଅତର୍କିତ ଚଢ଼ଉ କରି ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।  

ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ, ୨୦,୦୦୦ ଟଙ୍କା ଜବତ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଗତ ତା.୨୧.୦୫.୨୦୨୪ ରିଖ ଦିନ ଉକ୍ତ ବସ ରହଣି ସ୍ଥଳରୁ ମୋଟ ୫୦,୦୦୦ ଟଙ୍କା ଲୁଟ କରିଥିବା ବେଳେ, ମୋବାଇଲ ଫୋନ୍‌ଗୁଡ଼ିକୁ ସେମାନେ ଭୁବନେଶ୍ଵରର ବିଭିନ୍ନ ମୋ-ବସ୍‌ ରହଣି ସ୍ଥଳ ନିକଟରୁ ଲୁଟ୍‌ କରିଥିବା କଥା ସ୍ଵୀକାର କରିଥିଲେ ।