ସୋସିଆଲ୍‌ ମିଡିଆରେ ବିବାଦୀୟ ପୋଷ୍ଟ: ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ପୁଲିସ ସମନ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ବିବାଦୀୟ ପୋଷ୍ଟ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପାର୍ଟି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କୁ ପୁଲିସ ସମନ ପଠାଇଛି। ଏହି ମାମଲାରେ ତଦନ୍ତ କରୁଥିବା ବେଙ୍ଗାଲୁରୁ ଅଫିସର ବୁଧବାର ଦୁଇ ନେତାଙ୍କୁ ସମନ କରିଛନ୍ତି। ବେଙ୍ଗାଲୁରୁ ପୁଲିସ ସମ୍ମୁଖରେ ହାଜର ହେବାକୁ ଦୁଇ ନେତାଙ୍କୁ ସପ୍ତାହେ ସମୟ ଦିଆଯାଇଛି। ଏନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି.ପରମେଶ୍ୱରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସୋସିଆଲ୍ ମିଡିଆ ପୋଷ୍ଟ ସାମ୍ପ୍ରଦାୟିକ ବିଭେଦ ନିବାରକ ଆଇନର ଉଲ୍ଲଂଘନ କରିଛି।ସେମାନେ ଆସି ତାଙ୍କ ବୟାନ ଦେବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ବିଚାର କରାଯିବ ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହେବା ପରେ ଗତକାଲି ଭିଡିଓକୁ ସାଇଟ୍‌ରୁ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଇଥିଲେ ଇଲେକ୍ସନ କମିଶନ। ତେବେ ନିର୍ଦ୍ଦେଶ ସୁଧା ବି ଏକ୍ସ ଏହି ଭିଡିଓକୁ ହଟାଇ ନାହିଁ ବୋଲି ନିର୍ବାଚନ କମିଶନ ପକ୍ଷରୁ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି।ଏନେଇ ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କର୍ଣ୍ଣାଟକ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ର ଓ ପାର୍ଟି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏମାନେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ବିଜ

ସୋସିଆଲ୍‌ ମିଡିଆରେ ବିବାଦୀୟ ପୋଷ୍ଟ: ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ପୁଲିସ ସମନ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ବିବାଦୀୟ ପୋଷ୍ଟ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପାର୍ଟି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କୁ ପୁଲିସ ସମନ ପଠାଇଛି। ଏହି ମାମଲାରେ ତଦନ୍ତ କରୁଥିବା ବେଙ୍ଗାଲୁରୁ ଅଫିସର ବୁଧବାର ଦୁଇ ନେତାଙ୍କୁ ସମନ କରିଛନ୍ତି। ବେଙ୍ଗାଲୁରୁ ପୁଲିସ ସମ୍ମୁଖରେ ହାଜର ହେବାକୁ ଦୁଇ ନେତାଙ୍କୁ ସପ୍ତାହେ ସମୟ ଦିଆଯାଇଛି। ଏନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି.ପରମେଶ୍ୱରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସୋସିଆଲ୍ ମିଡିଆ ପୋଷ୍ଟ ସାମ୍ପ୍ରଦାୟିକ ବିଭେଦ ନିବାରକ ଆଇନର ଉଲ୍ଲଂଘନ କରିଛି।

ସେମାନେ ଆସି ତାଙ୍କ ବୟାନ ଦେବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ବିଚାର କରାଯିବ ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି। 

ଏହା ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହେବା ପରେ ଗତକାଲି ଭିଡିଓକୁ ସାଇଟ୍‌ରୁ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଇଥିଲେ ଇଲେକ୍ସନ କମିଶନ। ତେବେ ନିର୍ଦ୍ଦେଶ ସୁଧା ବି ଏକ୍ସ ଏହି ଭିଡିଓକୁ ହଟାଇ ନାହିଁ ବୋଲି ନିର୍ବାଚନ କମିଶନ ପକ୍ଷରୁ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି।

ଏନେଇ ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କର୍ଣ୍ଣାଟକ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ର ଓ ପାର୍ଟି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏମାନେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। 

ବିଜେପି କର୍ଣ୍ଣାଟକ ସୋସିଆଲ୍ ମିଡିଆ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମୁସ୍‌ଲିମଙ୍କୁ ବଡ଼ ଧରଣର ପାଣ୍ଠି ଯୋଗାଉଛନ୍ତି ବୋଲି ଦାବି କରାଯାଇଛି। ଶନିବାର କର୍ଣ୍ଣାଟକ ବିଜେପି ପକ୍ଷରୁ ଏହି ୧୭ ସେକେଣ୍ଡର ଆମିନେଟେଡ୍ ଭିଡିଓ ପୋଷ୍ଟ କରାଯାଇଥିଲା। 

ମେ ୪ ତାରିଖରେ ପୋଷ୍ଟ କରାଯାଇଥିବା ଆନିମେଟେଡ୍ ଭିଡିଓରେ ଗୋଟିଏ ଟୋକେଇରେ ଏସ୍‌ ଏସ୍‌ଟି ଓବିସି ତିନୋଟି ଅଣ୍ଡା ଅଛି। ରାହୁଲ ଗାନ୍ଧୀ ଆଣି ସେଥିରେ ମୁସ୍‌ଲିମ ନାଁରେ ଏକ ଅଣ୍ଡା ଥୋଉଛନ୍ତି। ଆଉ ଅଣ୍ଡାଫୁଟି ବାହାରିବା ପରେ ରାହୁଲ ଗାନ୍ଧୀ କେବଳ ମୁସ୍ଲିମ୍‌କୁ ଫଣ୍ଡ ନାମକ ଦାନା ଦେଉଛନ୍ତି। ରାଜ୍ୟରେ ଏସ୍‌ସି ଏସ୍‌ଟି ଓବିସିଙ୍କ କୋଟା ଶେୟାର୍‌କୁ ମୁସ୍‌ଲିମକୁ ଦିଆଯିବା ଅଭିଯୋଗରେ ଭିଡିଓକୁ ଲିଙ୍କ୍ କରାଯାଇଛି।  

ଏହି ଭିଡିଓ ପୋଷ୍ଟ ହେବା ପରେ କର୍ଣ୍ଣାଟକ କଂଗ୍ରେସ ଆଇନ ପରାମର୍ଶଦାତା ଟିମ୍‌ ସଦସ୍ୟ ରମେଶ ବାବୁ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଡେପି ନଡ୍ଡା, ବିଜୟେନ୍ଦ୍ର ଓ ମାଲବ୍ୟଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଏହା ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ଭିଡିଓକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ମଧ୍ୟ ଅଭିଯୋଗ କରି ସାରିଛି।