ସୌନ୍ଦର୍ଯ୍ୟକରଣ ନାଁରେ ପାଣି ଭଳି ଅର୍ଥ ଶ୍ରାଦ୍ଧ, ଫଳ ଶୂନ
ପୂର୍ବ ବିଜେଡି ସରକାର ଅମଳରେ ସାଂସଦ ଏପରିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ବର୍ଷା ହେବାକୁ ନେଇ ଚର୍ଚ୍ଚାରେ ଥିବା ଯାଜପୁର ସହରରେ ରହିଛି ଏମିତି ସ୍ଥିତି।
ସୌନ୍ଦର୍ଯ୍ୟକରଣ ନାଁରେ ପାଣି ଭଳି ଅର୍ଥ ଶ୍ରାଦ୍ଧ କରାଯାଇଛି । ହେଲେ ଫଳ ଶୂନ । କେଉଁଠି ମାସ ମାସ ଧରି ସ୍ଥାପନ ନହୋଇ ଭୂଇଁରେ ଲୋଟୁଛି ମା ବିରଜାଙ୍କ ପ୍ରତିମୂର୍ତ୍ତି ତ କେଉଁଠି ଯୋଡ଼ା ନହୋଇ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଛନ୍ତି ରାଜା ଯଯାତି କେଶରୀ। ପୂର୍ବ ବିଜେଡି ସରକାର ଅମଳରେ ସାଂସଦ ଏପରିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ବର୍ଷା ହେବାକୁ ନେଇ ଚର୍ଚ୍ଚାରେ ଥିବା ଯାଜପୁର ସହରରେ ରହିଛି ଏମିତି ସ୍ଥିତି।