ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲା, ବ୍ରହ୍ମଗିରିରେ ରାସ୍ତାରୋକ
ବ୍ରହ୍ମଗିରି : କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବ୍ରହ୍ମଗିରି କଲେଜ ଛକଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ପୁରୀ-ସାତପଡ଼ା ରାସ୍ତାରୋକ ହୋଇଥିଲା । ବିଜୁ ଯୁବ ଛାତ୍ର ଜନତା ଦଳ ଏବଂ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା। ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିବା ସହ ସାଧାରଣ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ତେବେ ଏକ ଘଣ୍ଟା ରାସ୍ତାରୋକ ପରେ […]

ବ୍ରହ୍ମଗିରି : କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବ୍ରହ୍ମଗିରି କଲେଜ ଛକଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ପୁରୀ-ସାତପଡ଼ା ରାସ୍ତାରୋକ ହୋଇଥିଲା । ବିଜୁ ଯୁବ ଛାତ୍ର ଜନତା ଦଳ ଏବଂ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା। ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିବା ସହ ସାଧାରଣ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ତେବେ ଏକ ଘଣ୍ଟା ରାସ୍ତାରୋକ ପରେ ପୋଲିସ ପହଂଚି ବୁଝାସୁଝା କରି ରାସ୍ତାରୋକକୁ ଉଠାଇଥିଲା। ଏବେ ଯାତାୟତ ସ୍ବଭାବିକ ହୋଇଛି।
କଲେଜ ଛାତ୍ରୀ ସୌମ୍ୟଶ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ବ୍ରହ୍ମଗିରି ରାସ୍ତାରୋକ #Soumyashree #Balasore #FMcollege #Samajalive pic.twitter.com/fAT0jkMAtp
— Samaja Live (@samajalive) July 15, 2025