ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ

ନୂଆଦିଲ୍ଲୀ,୭।୩:ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସ୍ତ୍ରୀ ଡୋନା ଏକ ଅଭିଯୋଗ ଆଣିଛନ୍ତି। ନିକଟରେ ଡୋନା ଗାଙ୍ଗୁଲିଙ୍କୁ ବଙ୍ଗଳା ଟେଲିଭିଜନ ଶୋ’ ଦିଦି ନଂ ୧ ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ରାଖନା ବାନାର୍ଜୀ ଏହି ଶୋ’ର ହୋଷ୍ଟ କରନ୍ତି। ଡୋନା ଗାଙ୍ଗୁଲି ଏଠାରେ ତାଙ୍କ ସ୍ବାମୀ ସୌରଭ ଗାଙ୍ଗୁଲିଙ୍କ ସହ ଜଡିତ ଅନେକ ରହସ୍ୟ ଖୁଲାସା କରିଥିଲେ। ଡୋନା କହିଛନ୍ତି, ସୌରଭ ଗାଙ୍ଗୁଲି ‘ଦାଦାଗିରି’ ନାମକ ଶୋ’ରେ ଅନେକ ପ୍ରସଙ୍ଗରେ ଆଲୋଚନା ହେଉଥିବା ଦେଖିବାକୁ […] The post ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ appeared first on Dharitri Odia News.

ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ

ନୂଆଦିଲ୍ଲୀ,୭।୩:ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସ୍ତ୍ରୀ ଡୋନା ଏକ ଅଭିଯୋଗ ଆଣିଛନ୍ତି। ନିକଟରେ ଡୋନା ଗାଙ୍ଗୁଲିଙ୍କୁ ବଙ୍ଗଳା ଟେଲିଭିଜନ ଶୋ’ ଦିଦି ନଂ ୧ ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ରାଖନା ବାନାର୍ଜୀ ଏହି ଶୋ’ର ହୋଷ୍ଟ କରନ୍ତି। ଡୋନା ଗାଙ୍ଗୁଲି ଏଠାରେ ତାଙ୍କ ସ୍ବାମୀ ସୌରଭ ଗାଙ୍ଗୁଲିଙ୍କ ସହ ଜଡିତ ଅନେକ ରହସ୍ୟ ଖୁଲାସା କରିଥିଲେ।
ଡୋନା କହିଛନ୍ତି, ସୌରଭ ଗାଙ୍ଗୁଲି ‘ଦାଦାଗିରି’ ନାମକ ଶୋ’ରେ ଅନେକ ପ୍ରସଙ୍ଗରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଥିଲା। ଗାଙ୍ଗୁଲି ଅନେକ ମିଛ କହୁଥିଲେ, ଯାହା ଦ୍ୱାରା ଟିଆରପି ଭଲ ହୋଇପାରିବ। ଦର୍ଶକମାନେ ମନୋରଞ୍ଜନ କରିବା ଉଚିତ୍‌। କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ସେହି ଶୋ’ରେ ଅନେକ ମିଥ୍ୟା କଥା କହୁଥିଲେ।
ଡୋନା ଏହା ମଧ୍ୟ କହିଛନ୍ତି, ସୌରଭ ଗାଙ୍ଗୁଲି ବହୁତ ସକରାତ୍ମକ। ସେ ପ୍ରାୟତଃ ମୋ ପାଇଁ କେଉଁ ଶାଢି ପିନ୍ଧିବି ଏବଂ କେଉଁଠାରୁ କିଣିିବି ସେ ବାଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଡୋନା ଗାଙ୍ଗୁଲିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।
ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଡୋନା ଗାଙ୍ଗୁଲିଙ୍କ ବିବାହ ଫେବୃଆରୀ ୧୯୯୭ରେ ହୋଇଥିଲା।

The post ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ appeared first on Dharitri Odia News.