ସ୍କଟଲାଣ୍ଡରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଳିଲେ ନୂଆଁଖାଇ

ଭବାନୀପାଟଣା,୧୦।୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କେବଳ ଯେ ପଶ୍ଚିମ ଓଡିଶାରେ ସୀମିତ ନାହିଁ। ଦେଶ ଓ ବିଦେଶର କୋଣ ଅନୁକୋଣରେ ଏହାକୁ ଧୂମଧାମରେ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ । ଏହି ପରିପେକ୍ଷୀରେ ସ୍କଟଲାଣ୍ଡଠାରେ ରହୁଥିବା ପ୍ରବାସୀ ଓଡିଆ ପାରମ୍ପରିକ ଢଙ୍ଗରେ ଏହାକୁ ଧୂମଧାମରେ ପାଳନ କରିଛନ୍ତି। ୟୁକେର ସ୍କଟଲାଣ୍ଡର ଗ୍ଲାସକୋ ସହରର ସେଣ୍ଟ୍ରାଲ କମ୍ୟୁନିଟି ହଲଠାରେ ନୂଆଁଖାଇ ମହାସମାରୋହରେ ପାଳନ କରାଯାଇଛି। ଓଡିଶା ସୋସାଇଟି ଅଫ ସ୍କଟଲାଣ୍ଡ ଓ ଜୁହାର ପରିବାର ପକ୍ଷରୁ ଆୟୋଜିତ ଏହି […] The post ସ୍କଟଲାଣ୍ଡରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଳିଲେ ନୂଆଁଖାଇ appeared first on Dharitri Odia News.

ସ୍କଟଲାଣ୍ଡରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଳିଲେ ନୂଆଁଖାଇ

ଭବାନୀପାଟଣା,୧୦।୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କେବଳ ଯେ ପଶ୍ଚିମ ଓଡିଶାରେ ସୀମିତ ନାହିଁ। ଦେଶ ଓ ବିଦେଶର କୋଣ ଅନୁକୋଣରେ ଏହାକୁ ଧୂମଧାମରେ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ । ଏହି ପରିପେକ୍ଷୀରେ ସ୍କଟଲାଣ୍ଡଠାରେ ରହୁଥିବା ପ୍ରବାସୀ ଓଡିଆ ପାରମ୍ପରିକ ଢଙ୍ଗରେ ଏହାକୁ ଧୂମଧାମରେ ପାଳନ କରିଛନ୍ତି। ୟୁକେର ସ୍କଟଲାଣ୍ଡର ଗ୍ଲାସକୋ ସହରର ସେଣ୍ଟ୍ରାଲ କମ୍ୟୁନିଟି ହଲଠାରେ ନୂଆଁଖାଇ ମହାସମାରୋହରେ ପାଳନ କରାଯାଇଛି।

ଓଡିଶା ସୋସାଇଟି ଅଫ ସ୍କଟଲାଣ୍ଡ ଓ ଜୁହାର ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଓଡିଆ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ସମଲେଇଙ୍କ ପାଖରେ ନୂଆଅନ୍ନ ଖିରିପିଠା ଅର୍ପଣ କରି ସାମୁହିକ ନବାନ୍ନ ଭକ୍ଷଣ କରିଥିଲେ। ପରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନୂଆଁଖାଇ ପାଇଁ ସ୍କଟଲାଣ୍ଡଠାରେ ରହୁଥିବା ପ୍ରବାସୀ ଓଡିଆଙ୍କୁ କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା, ଅଭିନେତା ସବ୍ୟସାଚୀ ମିଶ୍ର, କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଷୀ,ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ,ହକି ତାରକା ଦିଲିପ ତିର୍କୀ,ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।

The post ସ୍କଟଲାଣ୍ଡରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଳିଲେ ନୂଆଁଖାଇ appeared first on Dharitri Odia News.