ରାଜ୍ୟରେ ଶୀତର ଲହରୀ ଜାରି: କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍‌ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁନ୍ଦରଗଡ଼ରେ ଘନ କୁହୁଡ଼ିର ପ୍ରଭାବ […] The post ରାଜ୍ୟରେ ଶୀତର ଲହରୀ ଜାରି: କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.

ରାଜ୍ୟରେ ଶୀତର ଲହରୀ ଜାରି: କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍‌ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁନ୍ଦରଗଡ଼ରେ ଘନ କୁହୁଡ଼ିର ପ୍ରଭାବ ରହିବାକୁ ଥିବାବେଳେ ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଓ ସମ୍ବଲପୁର ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ କୁହୁଡ଼ି ହେବ। ୧୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ସମେତ ଉପରୋକ୍ତ ଜିଲାଗୁଡ଼ିକରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

The post ରାଜ୍ୟରେ ଶୀତର ଲହରୀ ଜାରି: କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.