ଓଡ଼ିଶାକୁ ୨୧ଟି ଅମୃତ ଭାରତ ରେଳଷ୍ଟେସନ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଓଡ଼ିଶାକୁ ୨୧ଟି ଅମୃତ ଭାରତ ରେଳଷ୍ଟେସନ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବୃଆରୀ ୨୬ରେ ସେ ସାରା ଦେଶରେ ୫୫୪ଟି ରେଳ ଷ୍ଟେସନ ଏବଂ ୧୫ ହଜାର ରେଲୱେ ଓଭରବ୍ରିଜର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଫେବୃଆରୀ ୨୬ରେ ସେ ସାରା ଦେଶରେ ୫୫୪ଟି ରେଳ ଷ୍ଟେସନ ଏବଂ ୧୫ ହଜାର ରେଲୱେ ଓଭରବ୍ରିଜର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କ୍ରମରେ ଓଡ଼ିଶାରେ ୯ଶହ କୋଟି ଟଙ୍କାର ୨୧ଟି ଅମୃତ ଭାରତ ରେଳ ଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ଏଥିରେ ୧୩ଟି ଷ୍ଟେସନ ପୂର୍ବତଟ ରେଳପଥରେ ରହିଥିବା ବେଳେ, ୬ଟି ଦକ୍ଷିଣପୂର୍ବ ଓ ୨ଟି ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ ରେଲୱେରେ ରହିଛି। ବିମଲଗଡ, ରାୟଗଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼, ପାରାଦୀପ ଆଦି ସହରରେ ନିର୍ମାଣ ହେବ ଅମୃତ ଭାରତ ରେଳ ଷ୍ଟେସନ।